ପଞ୍ଚାୟତ ନିର୍ବାଚନ: ନାକଚ ହେଉଛି ୮,୬୪୮ ନାମଙ୍କନ; ନିର୍ବାଚନ ଲଢ଼ିବେ ୨ ଲକ୍ଷରୁ ଅଧିକ ପ୍ରାର୍ଥୀ

ସୋମବାର ନାମାଙ୍କନ ପ୍ରତ୍ୟାହାରର ପ୍ରଥମ ଦିନରେ ଯାଜପୁରରେ ବିଜେପିକୁ ବଡ଼ ଝଟକା ମିଳିଥିଲା। ଜିଲ୍ଲାର ୨୯ ନଂ ଜୋନର ଜିଲ୍ଲା ପରିଷଦ ପ୍ରାର୍ଥୀ ଭାସ୍କର ଜେନା ନିଜର ନାମାଙ୍କନ ପତ୍ର ପ୍ରତ୍ୟାହାର କରିନେଇଥିଲେ। ଯାହାକୁ ନେଇ ଶାସକ ବିଜୁ ଜନତା ଦଳ ମଧ୍ୟରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଛି ।

ନାକଚ ହେଉଛି ୮,୬୪୮ ନାମଙ୍କନ

ନାକଚ ହେଉଛି ୮,୬୪୮ ନାମଙ୍କନ

  • Share this:
News18 Odia Digital

ଭୁବନେଶ୍ବର: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ପ୍ରାର୍ଥୀପତ୍ର ଦାଖଲ ପ୍ରକ୍ରିୟା ସହ ଯାଞ୍ଚ ମଧ୍ୟ ଶେଷ ହୋଇସାରିଛି। ଚଳିତ ବର୍ଷ ନିର୍ବାଚନ ମୈଇଦାନରେ ରହିଛନ୍ତି ୨ ଲକ୍ଷ ୨୯ ହଜାର ୬୨ ପ୍ରାର୍ଥୀ । ସେହିପରି ଏଥର ନାକଚ ହୋଇଛି ୮,୬୪୭ ପ୍ରାର୍ଥୀପତ୍ର। ରବିବାର ଦିନ ଏହା ଯାଞ୍ଚ ଥିବା ବେଳେ ବିଭିନ୍ନ କାରଣରୁ ୮,୬୪୭ ପ୍ରାର୍ଥୀପତ୍ର ନାକଚ ହୋଇଥିଲା।

ଏନେଇ ରାଜ୍ୟ ନିର୍ବାଚନ କମିଶନଙ୍କ କାର୍ଯ୍ୟାଳୟରୁ ସୂଚନା ମିଳିଥିଲା। ମୋଟ ୮,୬୪୮ରୁ ୱାର୍ଡ଼ ମେମ୍ବର ୫, ୫୪୪, ସରପଞ୍ଚ ୧,୭୫୩, ପଞ୍ଚାୟତ ସମିତି ମେମ୍ବର ୧,୧୧୯ ଓ ୨୩୨ ଜଣ ଜିଲ୍ଲା ପରିଷଦ ସଦସ୍ୟଙ୍କ ପ୍ରାର୍ଥୀପତ୍ର ନାକଚ ହୋଇଛି।

ଏହି ପ୍ରାର୍ଥୀପତ୍ର ନାକଚ ପରେ ବର୍ତ୍ତମାନ ୱାର୍ଡ଼ ମେମ୍ବର ପାଇଁ ୧ ଲକ୍ଷ ୫୬ ହଜାର ୭୫୩ ଜଣ ରହିଥିବା ବେଳେ ସରପଞ୍ଚ ପାଇଁ ୩୨, ୮୬୦, ପଞ୍ଚାୟତ ସମିତି ମେମ୍ବର ୨୭,୦୩୪ ଓ ଜିଲ୍ଲା ପରିଷଦ ସଦସ୍ୟ ପାଇଁ ୩, ୭୬୭ ଜଣ ରହିଛନ୍ତି। ମୋଟ ୨ ଲକ୍ଷ ୨୦ ହଜାର ୪୧୪ ଜଣ ପ୍ରାର୍ଥୀ ନିଜ ଭାଗ୍ୟ ପରୀକ୍ଷା କରିବେ।

ପ୍ରକାଶ ଥାଉକି । ଗତ ୨୧ ତାରିଖ ସୁଦ୍ଧା ମୋଟ ୨ ଲକ୍ଷ ୨୯ ହଜାର ୬୨ ପ୍ରାର୍ଥୀ ନାମାଙ୍କନ ଭରିଥିବା ବେଳେ ୱାର୍ଡ଼ ମେମ୍ବର ପାଇଁ ୧ ଲକ୍ଷ ୬୨ ହଜାର ୨୯୭, ସରପଞ୍ଚ ପାଇଁ ୩୪, ୬୧୩, ସମିତି ସଭ୍ୟ ପାଇଁ ୨୮,୧୫୩, ଜିଲ୍ଲା ପରିଷଦ ସଦସ୍ୟ ପାଇଁ ୩,୯୯୯ ଆଶାୟୀ ନାମାନଙ୍କନ ଦାଖଲ କରିଥିଲେ।

ସେହିପରି ପ୍ରଥମ ଦିନରେ ନାମାଙ୍କନ ମୋଟ ୮, ୭୭୨ ଆଶାୟୀ ନାମାଙ୍କନ ଦାଖଲ କରିଥିବା ବେଳେ ସେଥିରୁ ୱାର୍ଡ଼ ମେମ୍ଵର ୬,୧୧୬, ସରପଞ୍ଚ ୧,୧୨୨, ସମିତି ସଭ୍ୟ ୫୧୨ ଓ ଜିଲ୍ଲା ପରିଷଦ ପାଇଁ ୨୨ ଜଣ ଥିଲେ।

ଆଉ ଦ୍ବିତୀୟ ଦିନରେ ନାମାଙ୍କନ ଦାଖଲ କରିଥିଲେ ମୋଟ ୧୩,୩୫୬ ଜଣ। ସେଥିରୁ ୱାର୍ଡ଼ ମେମ୍ଵର ୧୦, ୭୩୪, ସରପଞ୍ଚ ୧,୫୪୬, ସମିତି ସଭ୍ୟ ୧,୦୩୪, ଜିଲ୍ଲା ପରିଷଦ ଥିଲେ ୪୨।

ତୃତୀୟ ଦିନରେ ମୋଟ ୫୨, ୮୬୮ ଆଶାୟୀ ନାମାଙ୍କନ ଭରିଥିବା ବେଳେ ୱାର୍ଡ଼ ମେମ୍ଵର ୩୭,୨୩୨, ସରପଞ୍ଚ ୮,୯୪୭, ସମିତି ସଭ୍ୟ ୬,୨୦୫, ଜିଲ୍ଲା ପରିଷଦ ୪୮୪। ଚତୁର୍ଥ ଦିନରେ ୫୮,୫୮୮ ଆଶାୟୀ ନାମାଙ୍କନ ଭରିଥିବା ବେଳେ ୱାର୍ଡ଼ ମେମ୍ଵର ୪୦,୭୩୨ , ସରପଞ୍ଚ ୮, ୮୪୨, ସମିତି ସଭ୍ୟ ୭, ୮୩୨ ଓ ଜିଲ୍ଲା ପରିଷଦ ପାଇଁ ୧,୧୮୨ ଜଣ ନାମାଙ୍କନ ଭରିଥିଲେ।

ଶେଷ ଦିନରେ ୱାର୍ଡ଼ ମେମ୍ବର୍ ପାଇଁ ୬୫,୮୨୮, ସରପଞ୍ଚ ପାଇଁ ୧୪, ୦୭୪, ସମିତି ସଭ୍ୟ ୧୨, ୫୧୨ ଓ ଜିଲ୍ଲା ପରିଷଦ ପାଇଁ ୨,୧୯୧ ଜଣ ଆଶାୟୀ ନାମାଙ୍କନ ଦାଖଲ କରିଥିଲେ।
ଚଳିତ ଥର ୯୧,୯୧୩ ୱାର୍ଡ଼ ମେମ୍ବର,୬,୭୯୪ ସରପଞ୍ଚ, ୬, ୭୯୩ ସମିତି ସଭ୍ୟ ଓ ୮୫୩ ଜିଲ୍ଲା ପରିଷଦ ପାଇଁ ନିର୍ବାଚନ ହେବ। ଏବେବି ମୈଇଦାନରେ ଗୋଟେ ସିଟ ପାଇଁ ଏକାଧିକ ଆଶାୟୀ। ପ୍ରାର୍ଥୀପତ୍ର ଯାଞ୍ଚ ଶେଷ ହୋଇଥିବା ବେଳେ ୨୪ ରୁ ୨୫ ତାରିଖ ପର୍ଯ୍ୟନ୍ତ ରହିଛି ନାମାଙ୍କନ ପ୍ରତ୍ୟାହାର। ବିଦ୍ରୋହି ପ୍ରାର୍ଥୀଙ୍କୁ ମନେଇ ଜଣେ ଲେଖାଏଁ ପ୍ରାର୍ଥୀ ପାଇଁ ପ୍ରୟାସ ଜାରି ରଖିଛନ୍ତି ତିନି ଦଳ।

ସୋମବାର ନାମାଙ୍କନ ପ୍ରତ୍ୟାହାରର ପ୍ରଥମ ଦିନରେ ଯାଜପୁରରେ ବିଜେପିକୁ ବଡ଼ ଝଟକା ଲାଗିଛି । ଜିଲ୍ଲାର ୨୯ ନଂ ଜୋନ୍‌ର ଜିଲ୍ଲା ପରିଷଦ ପ୍ରାର୍ଥୀ ଭାସ୍କର ଜେନା ନିଜର ନାମାଙ୍କନ ପତ୍ର ପ୍ରତ୍ୟାହାର କରିନେଇଥିଲେ। ଯାହାକୁ ନେଇ ଶାସକ ବିଜୁ ଜନତା ଦଳ ମଧ୍ୟରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଛି ।
Published by:Lipina Das
First published: