ବନ୍ୟାରେ ଭାଙ୍ଗିଛି ୧୪ ହଜାରରୁ ଅଧିକ ଘର; ୧ଲକ୍ଷରୁ ଅଧିକ ଚାଷ ଜମିରେ ୩୩% ଫସଲ ନଷ୍ଟ

ଅଗଷ୍ଟରେ ହୋଇଥିବା ପ୍ରବଳ ବର୍ଷା ଓ ବନ୍ୟାରେ ୧୪ ହଜାରରୁ ଅଧିକ ଘର ଭାଙ୍ଗି ଥିବା ବେଳେ ଏକ ଲକ୍ଷ ୨୬ ହଜାର ହେକ୍ଟର ଚାଷଜମିରେ ୩୩ ପ୍ରତିଶତରୁ ଅଧିକ ପରିମାଣର ଫସଲ ନଷ୍ଟ ହୋଇଛି ।

ବନ୍ୟାରେ ଭାଙ୍ଗିଛି ୧୪ହଜାରରୁ ଅଧିକ ଘର (ପ୍ରତୀକାତ୍ମକ ଛବି)

ବନ୍ୟାରେ ଭାଙ୍ଗିଛି ୧୪ହଜାରରୁ ଅଧିକ ଘର (ପ୍ରତୀକାତ୍ମକ ଛବି)

  • News18 Odia
  • Last Updated :
  • Share this:
News18 Odia Digital

ଭୁବନେଶ୍ୱର: ଅଗଷ୍ଟରେ ହୋଇଥିବା ପ୍ରବଳ ବର୍ଷା ଓ ବନ୍ୟାରେ ୧୪ ହଜାରରୁ ଅଧିକ ଘର ଭାଙ୍ଗି ଥିବା ବେଳେ ଏକ ଲକ୍ଷ ୨୬ହଜାର ହେକ୍ଟର ଚାଷଜମିରେ ୩୩ ପ୍ରତିଶତରୁ ଅଧିକ ପରିମାଣର ଫସଲ ନଷ୍ଟ ହୋଇଛି । ରାଜ୍ୟ ସ୍ୱତନ୍ତ୍ର ରିଲିଫ କମିଶନରଙ୍କ ପକ୍ଷରୁ ଏ ସଂକ୍ରାନ୍ତରେ ସୂଚନା ଦିଆଯାଇଛି ।

ବନ୍ୟା ଓ ପ୍ରବଳ ବୃଷ୍ଟିପାତ ଯୋଗୁଁ ରାଜ୍ୟର ୨୪ ଟି ଜିଲ୍ଲା ଯଥା ଅନୁଗୁଳ, ବରଗଡ, ବୌଦ୍ଧ, ନୟାଗଡ, ସମ୍ବଲପୁର, ସୁବର୍ଣ୍ଣପୁର, କଟକ, ଜଗତସିଂହପୁର, କେନ୍ଦ୍ରାପଡା, ଖୋର୍ଦ୍ଧା, ପୁରୀ, ଭଦ୍ରକ ବାଲେଶ୍ୱର, ଯାଜପୁର, କେଉଁଝର, ମୟୁରଭଞ୍ଜ, ବଲାଙ୍ଗିର, ଝାରସୁଗୁଡା, କଳାହାଣ୍ଡି, କନ୍ଧମାଳ, କୋରାପୁଟ, ନବରଙ୍ଗପୁର, ନୂଆପଡା ଓ ସୁନ୍ଦରଗଡ ପ୍ରଭାବିତ ହୋଇଥିଲା । ବନ୍ୟା ଓ ପ୍ରବଳ ବୃଷ୍ଟିପାତ ଦ୍ୱାରା ହୋଇଥିବା କ୍ଷୟକ୍ଷତିର ଆକଳନ ସମ୍ପୃକ୍ତ ଜିଲ୍ଲା ଓ ବିଭାଗମାନଙ୍କୁ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା ।ଜିଲ୍ଲାପାଳ ମାନଙ୍କଠାରୁ ପ୍ରାପ୍ତ କ୍ଷୟକ୍ଷତିର ଆକଳନର ତଥ୍ୟ ଅନୁଯାୟୀ ୧୪,୨୩୫ଟି ବାସଗୃହ, ୧୨୩୬ଟି ଗାଈ ଗୁହାଳ, ୫୦୩୬ ହେକ୍ଟର ଚାଷ ଜମି ବାଲିଚର, ୧୧୨୫ ଟି ଡଙ୍ଗା ଓ ଜାଲ, ୨୮,୩୮୨ ହେକ୍ଟର ମାଛ ପୋଖରୀ ଓ ୪୮୩,୧୪୫ ହେକ୍ଟର ମାଛ ଯାଆଁଳ ଚାଷ କ୍ଷତିଗ୍ରସ୍ତ ହୋଇଅଛି । ୧,୨୬,୧୬୨ ହେକ୍ଟର ଚାଷ ଜମି ଶତକଡା ୩୩ ଭାଗରୁ ଉର୍ଦ୍ଧ୍ୱ ଫସଲ ହାନୀ ହୋଇଅଛି । ଜିଲ୍ଲାପାଳମାନଙ୍କର କ୍ଷୟକ୍ଷତିର ଆକଳନକୁ ଭିତ୍ତିକରି ଓ ବିପର୍ଯ୍ୟୟ ସହାୟତା ପାଣ୍ଠିର ସର୍ତ୍ତ ଓ ନିୟମାବଳୀ ଅନୁଯାୟୀ ଘର ନିର୍ମାଣ ସହାୟତା, ବାସନକୁସନ ସହାୟତା, କୃଷି ଭିତ୍ତିକ ସହାୟତା, ବାଲିଚର ସହାୟତା, ମୃତ ଗୋରୁଗାଈଙ୍କ ପାଇଁ ସହାୟତା, କ୍ଷତିଗ୍ରସ୍ତ ଡଙ୍ଗା ଓ ଜାଲ, ମତ୍ସ୍ୟପୋଖରୀ, ମତ୍ସ୍ୟଜାଁଳ ଚାଷ, ହସ୍ତତନ୍ତ ବୁଣାକାର, ହସ୍ତଶିଳ୍ପ କାରିଗର, ରେଶମ ଚାଷୀଙ୍କ ପାଇଁ ସହାୟତା ବାବଦକୁ ୧୨୮ କୋଟି ୫୮ ଲକ୍ଷ ଟଙ୍କା ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ମଞ୍ଜୁର କରାଯାଇଅଛି ।

ସେହିପରି ଜଳବନ୍ଦୀ ଘେରରେ ଥିବା ପ୍ରଭାବିତ ଲୋକମାନଙ୍କୁ ଖାଦ୍ୟ ସହାୟତା ବାବଦକୁ ଅଦ୍ୟାବଧି ଜିଲ୍ଲାପାଳମାନଙ୍କୁ ୯୯ କୋଟି ୯୨ ଲକ୍ଷ ୯୭ ହଜାର ଟଙ୍କା ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ମଞ୍ଜୁର କରାଯାଇଅଛି । ଇତି ମଧ୍ୟରେ ଜଳସଂପଦ ବିଭାଗ, ପୁର୍ତ୍ତ ବିଭାଗ, ଗ୍ରାମ୍ୟ ଉନ୍ନୟନ ବିଭାଗ, ଗୃହ ଓ ନଗର ଉନ୍ନୟନ ବିଭାଗ ଓ ଶକ୍ତି ବିଭାଗଠାରୁ ସାଧାରଣ ସମ୍ପତ୍ତି କ୍ଷୟକ୍ଷତିର ଆକଳନ ରିପୋର୍ଟ ହସ୍ତଗତ ହୋଇଅଛି । ସାଧାରଣ ସମ୍ପତ୍ତି କ୍ଷୟକ୍ଷତିର ତୁରନ୍ତ ପୁନଃରୁଦ୍ଧାର ପାଇଁ ଜଳସଂପଦ ବିଭାଗ ୫୨୭୭.୬୯ ଲକ୍ଷ ଟଙ୍କା, ପୁର୍ତ୍ତ ବିଭାଗ ୨୦୧୯.୪୪ଲକ୍ଷ ଟଙ୍କା, ଗ୍ରାମ୍ୟ ଉନ୍ନୟନ ବିଭାଗ ୪୨୫୪.୭୦ ଲକ୍ଷ ଟଙ୍କା, ଗୃହ ଓ ନଗର ଉନ୍ନୟନ ବିଭାଗ ୬୦୭ ଲକ୍ଷ ଟଙ୍କା ଓ ଶକ୍ତି ବିଭାଗ ୫୦୩.୩୮ ଲକ୍ଷ ଟଙ୍କା ଆବଶ୍ୟକ ବୋଲି ଜଣାଇଛନ୍ତି । ମାତ୍ର ବିପର୍ଯ୍ୟୟ ସହାୟତା ପାଣ୍ଠିର ସର୍ତ୍ତ ଓ ନିୟମାବଳୀ ଅନୁଯାୟୀ ସାଧାରଣ ସମ୍ପତ୍ତିର କ୍ଷୟକ୍ଷତିର ତୁରନ୍ତ ପୁନଃରୁଦ୍ଧାର ପାଇଁ ଜଳସଂପଦ ବିଭାଗ ୪୩୫୩.୯୨ ଲକ୍ଷ ଟଙ୍କା, ପୁର୍ତ୍ତ ବିଭାଗ ୧୩୬୭.୨୫ ଲକ୍ଷ ଟଙ୍କା, ଗ୍ରାମ୍ୟ ଉନ୍ନୟନ ବିଭାଗ ୨୪୧୪.୩୭ ଲକ୍ଷ ଟଙ୍କା, ଗୃହ ଓ ନଗର ଉନ୍ନୟନ ବିଭାଗ ୮୨.୪୬ ଲକ୍ଷ ଟଙ୍କା ଓ ଶକ୍ତି ବିଭାଗ ୪୯୭.୫୧ ଲକ୍ଷ ଟଙ୍କା ବିପର୍ଯ୍ୟୟ ସହାୟତା ପାଣ୍ଠିରୁ ମଞ୍ଜୁର କରାଯାଇଅଛି ।

ଏହି ଭଳି ସର୍ବମୋଟ ୮୭୧୫.୫୧ଲକ୍ଷ ଟଙ୍କା ଉକ୍ତ ବିଭାଗମାନଙ୍କୁ ସାଧାରଣ ସମ୍ପତ୍ତିର ତୁରନ୍ତ ମରାମତି ଓ ପୁନଃରୁଦ୍ଧାର ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ମଞ୍ଜୁର କରାଯାଇଛି ।
Published by:Soumya Das
First published: