News 18 Digital
ଭୂବନେଶ୍ୱର: ଗୁରୁବାର ଦିନ ଓଡିଶା ପୋଲିସର ସ୍ୱତନ୍ତ୍ର ଟାସ୍କଫୋର୍ସ ୧୪ ଲକ୍ଷରୁ ଅଧିକ ଟଙ୍କା ମୂଲ୍ୟର ନକଲି ମୁଦ୍ରା ନୋଟ ଜବତ କରିଛି । ଏହି ଘଟଣାରେ ପୋଲିସ ଦୁଇ ଜଣଙ୍କୁ ଗିରଫ କରିଛି।
ଗିରଫ ହୋଇଥିବା ଅଭିଯୁକ୍ତ ମାନେ ହେଲେ ଉତ୍ତରପ୍ରଦେଶର ଗୋରଖପୁର ଜିଲ୍ଲାର ପଟ୍ଟୁ ଯାଦବ (୫୩ବର୍ଷ) ଓ ବରଗଡ ଜିଲ୍ଲାର ବଳରାମ ମେହେର।
ବରଗଡ ଜିଲ୍ଲାର ବରପାଲି ପୋଲିସ ଷ୍ଟେସନ ସହାୟତାରେ ଏସଟିଏଫ କର୍ମଚାରୀମାନେ FICN ର ବେଆଇନ ବ୍ୟବସାୟର ଏକ ଘଟଣା ଚିହ୍ନଟ କରିଥିଲେ। ଗୁରୁବାର ସକାଳୁ ବଳରାମ ଘରେ ଚଢ଼ାଉ କରି ତା ନିକଟରୁ ୧୨ଲକ୍ଷ ୯୭ ହଜାର ୫୦୦ ଟଙ୍କାର ନକଲି ନୋଟ୍ ଜବତ କରାଯାଇଥିଲା। ସେହିଭଳି ପଟ୍ଟୁ ଘରୁ ମଧ୍ୟ ୧ଲକ୍ଷ ୩୨ ହଜାର ଟଙ୍କାର ଜାଲ ନୋଟ ମିଳିଥିଲା।

ନକଲି ନୋଟ୍ ଜବତ
ବିଭିନ୍ନ ଭିଡ଼ ଜାଗା ଦେଖି ଏହି ଟଙ୍କା ମାର୍କେଟକୁ ଛାଡ଼ୁଥିଲେ ଏମାନେ। ପଡୋଶୀ ରାଜ୍ୟ ବିହାର, ଝାଡ଼ଖଣ୍ଡ, ଛତିଶଗଡ଼ ଓ ଉତ୍ତରପ୍ରଦେଶ ଇତ୍ୟାଦି ରାଜ୍ୟରୁ ଏହି ନକଲି ନୋଟ ଓଡିଶା ଆସୁଥିବା ଜଣାପଡିଛି। ଏନେଇ ସେଣ୍ଟ୍ରାଲ ଇଣ୍ଟେଲି ଜେନ୍ସ ବ୍ୟୁରୋ ଓ ଜାତୀୟ ତଦନ୍ତକାରୀ ସଂସ୍ଥା କୁ ଅବଗତ କରାଯିବ।
କେଉଁଠିକି କେଉଁଠିକି ଜାଲ ନୋଟ ସପ୍ଲାଏ କରିଛନ୍ତି, କେବଳ ୫୦୦ ଟଙ୍କିଆ ନୋଟ ନା ଆଉ କେତେ ଟଙ୍କିଆ ନୋଟ ଛପା ଯାଉଛି ସେ ନେଇ ଅଭିଯୁକ୍ତଙ୍କୁ ପଚରା ଉଚରା କରାଯାଉଛି। ଏ ନେଇ ସ୍ବତନ୍ତ୍ର ଅଧିକାରୀଙ୍କୁ ନିୟୋଜିତ କରାଯାଇଛି।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।