News18 Odia Digital
ଭୁବନେଶ୍ୱର: ରାଜଧାନୀରେ ପରିମଳ ବ୍ଯବସ୍ଥା ନେଇ ଚେକିଂକୁ ଜୋରଦାର କରିଛି ଏନଫୋସମେଣ୍ଟ ସ୍କ୍ବାଡ୍। ସମସ୍ତେ ସ୍ବଚ୍ଛତା ମାନିବାକୁ ବାଧ୍ୟ । ନଚେତ ଜୋରିମାନା ଆଦାୟ ସହ ଦୋକାନଗୁଡିକୁ ସିଲ୍ କରୁଛି ବିଡିଏ। ଏହି କ୍ରମରେ ଆଜି ଭିଏସ୍ଏସ୍ ନଗର ଥିବା ରୟାଲ ବାର୍ ଆଣ୍ଡ ରେଷ୍ଟୁରାଣ୍ଟକୁ ସିଲ୍ କରାଯାଇଛି। ସେହିପରି ବିଭିନ୍ନ ସ୍ଥାନରୁ ଉଚ୍ଛେଦ ସହ ୪,୫୦୦ ଟଙ୍କା ଫାଇନ ଆଦାୟ କରିଛି ଏନ୍ଫୋର୍ସମେଣ୍ଟ ସ୍କ୍ବାଡ୍।
ଏନ୍ଫୋର୍ସମେଣ୍ଟ ସ୍କ୍ବାଡ୍ ସକାଳ ୮ଟାରୁ ଡମଣା, ଶୈଳଶ୍ରୀବିହାର, କିଟ୍ ରୋଡ, ଇନ୍ଫୋସିଟି ରୋଡରେ ଥିବା ଷ୍ଟ୍ରିଟ୍ ଭେଣ୍ଡରକୁ ହଟାଇଛି। ଏଥିରେ ୫, ୬,୭ ଓ ୮ ସ୍କ୍ବାଡ୍ ସାମିଲ ହୋଇଥିଲେ। ଏହି ସ୍କ୍ବାଡ୍ ଭିଏସଏସ୍ ନଗର ଯାଇ ରୟାଲ ବାର୍ ଆଣ୍ଡ ରେଷ୍ଟୁରାଣ୍ଟରେ ପରିମଳ ଜନିତ ସମସ୍ଯା ଏବଂ ସରକାରୀ ଜମିକୁ ଜବରଦଖଲ କରିଥିବା ଦେଖିବାକୁ ପାଇଥିଲା। ଏହି ଘଟଣା ପରେ ଉକ୍ତ ବାର୍ ଆଣ୍ଡ ରେଷ୍ଟୁରାଣ୍ଟକୁ ସିଲ୍ କରିଛି ଏନ୍ଫୋର୍ସମେଣ୍ଟ ସ୍କ୍ବାଡ୍। ସେହିଭଳି ଅନ୍ଯ ୪ଟି ସ୍କ୍ବାଡ୍ ଯଥା: ୯, ୧୦, ୧୧ ଓ ୧୨ ବିଗ୍ବଜାର ଛକରୁ ଉନ୍ନତି ଭବନ ଛକ ପର୍ଯ୍ଯନ୍ତ ଉଚ୍ଛେଦ କରିଥିଲା। ଏଥିରେ ୧୩ଟି ଫାଷ୍ଟଫୁଡ୍ ବକ୍ସ, ୯ଟି ଫଳ ଦୋକାନ, ୧୧ଟି ଅସ୍ଥାୟୀ ଦୋକାନ ଉଚ୍ଛେଦ ହୋଇଥିଲା। ଏହା ସହ ସେମାନଙ୍କ ଠାରୁ ୪୫୦୦ଟଙ୍କା ଫାଇନ ଆଦାୟ କରାଯାଇଛି। ଏହି ସ୍କ୍ବାଡ୍ କଳ୍ପନା ଛକରେ ଥିବା ୨ଟି ତାରିଣୀ ମନ୍ଦିର ଓ ୫ ଟି କ୍ଯାବିନ ଭାଙ୍ଗିଥିଲା।।ସ୍କ୍ବାଡ୍ ନଂ 13, 14, 15 ଓ 16 ରେଣ୍ଟାଲ କଲୋନୀ, ସିଆର୍ପି ଛକ, ପୋଖରୀପୁଟ ଏବଂ ପଟାସ ଛକ ଠାରୁ ଷ୍ଟୁଡିଓ ଛକ ପର୍ଯ୍ଯନ୍ତ ରାସ୍ତା ପାର୍ଶ୍ୱରୁ ଜବରଦଖଲ ଉଚ୍ଛେଦ କରିଛି । ଏଥିରେ ୭ଟି ଟିଫିନ୍ ଷ୍ଟଲ୍, ୩ଟି ଦୋକାନ, ୩ଟି ଅସ୍ଥାୟୀ ପଇଡ ଦୋକାନ, ୪ଟି ପରିବା ଦୋକାନ ଏବଂ ୨ଟି ଫଳ ଦୋକାନ ମାଟିରେ ମିଶାଇଛି ଏହି ସ୍କ୍ବାଡ୍।
ରାଜଧାନୀରେ ସୌନ୍ଦର୍ଯ୍ଯକରଣ ପାଇଁ ଦିନକରେ ୧୦୦ରୁ ଊର୍ଦ୍ଧ୍ୱ ଦୋକାନକୁ ହଟାଇଛି ଏନ୍ଫୋର୍ସମେଣ୍ଟ ସ୍କ୍ବାଡ୍ ବିଏମ୍ସିର ଉତ୍ତର ଜୋନରେ ବଡ଼ ଧରଣର ଉଚ୍ଛେଦ କରାଯାଇଛି। ଡମଣା ଛକରୁ ନାଲକୋ ଛକ ପର୍ଯ୍ଯନ୍ତ ୪୦ଟି ଅସ୍ଥାୟୀ କ୍ଯାବିନ୍, ହୋଟେଲ, ଗୋଦାମ, ଫର୍ଣ୍ଣିଚର ଦୋକାନ ଓ ଗ୍ଯାରେଜ୍ ଭଙ୍ଗାଯାଇଛି ସେହିପରି ଶୈଳଶ୍ରୀବିହାର ରୋଡ୍, ଇନ୍ଫୋସିଟି ରୋଡ୍, କିଟ୍ ରୋଡ୍ ଏବଂ ରଘୁନାଥପୁର ଜାଲିରୋଡରୁ ୮ଟି ବିଜ୍ଞାପନ ବୋର୍ଡ, ୧୧ଟି ଷ୍ଟ୍ରିଟ୍ ଭେଣ୍ଡର, ହଟାଇ ଦିଆଯାଇଛି।
ଏଥିରେ ସ୍କ୍ବାଡ୍ ୫, ୬,୭ ଓ ୮ ସାମିଲ ହୋଇଥିଲେ ସେହିପରି ସ୍କ୍ବାଡ୍ ୧୩, ୧୪, ୧୫ ଓ ୧୬ ଜୟଦେବବିହାର ଠାରୁ ସିଆର୍ପି ଛକ ପର୍ଯ୍ଯନ୍ତ ଉଚ୍ଛେଦ କରିଥିଲା ଏଥିରେ ୨୫ଟି ଆଜବେଷ୍ଟସ୍ ନିର୍ମିତ ଦୋକାନ, ୪ଟି କ୍ଯାବିନ୍ ଭଙ୍ଗାଯାଇଥିଲା । ଶେଷରେ ସ୍କ୍ବାଡ୍ ୯, ୧୦, ୧୧ ଓ ୧୨ ପକ୍ଷରୁ ବାଣୀବିହାର ଠାରୁ ଆଚାର୍ଯ୍ଯବିହାର ପର୍ଯ୍ଯନ୍ତ ଜବରଦଖଲ ଉଚ୍ଛେଦ କରାଯାଇଥିଲା। ଏଥିରେ ୩୦ଟି କ୍ଯାବିଟ୍, ୩ଟି ହୋଟେଲ, ୨ଟି ଆଜବେଷ୍ଟସ୍ ଘର ମାଟିରେ ମିଶାଇ ଦିଆଯାଇଛି। ସେହିପରି ଏହି ସ୍କ୍ବାଡ୍ ରିଜର୍ଭ ବ୍ଯାଙ୍କ ପଛପଟେ ଥିବା ୫ଟି ପଲିଥିନ୍ ନିର୍ମିତ ଘରକୁ ଭାଙ୍ଗିଦେଇଛି।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।