News18 Odia Digital
ସୁବର୍ଣ୍ଣପୁର: ପିଇଜି ଆରଆରସି ଗୋଦାମରୁ ଚାଉଳ ଗାଏବ। ଗୋଟିଏ କି ଦୁଇ କ୍ବିଣ୍ଟାଲ ନୁହେଁ ଗାଏବ ହୋଇଛି ୧୦,୩୪୪ କ୍ବିଣ୍ଟାଲ ସରକାରୀ ପିଡିଏସ ଚାଉଳ। ଯାହାର ଆନୁମାନିକ ମୂଲ୍ୟ ୩ କୋଟି ୩୨ ଲକ୍ଷ ଟଙ୍କା।
ସୁବର୍ଣ୍ଣପୁର ଜିଲ୍ଲାରେ ହୋଇଛି ଏଭଳି ମହା ଘୋଟାଲା। ଜିଲ୍ଲାର ବିନିକା ଅରିଗାଁଠାରେ ଥିବା ପିଇଜି ଆରଆରସି ଗୋଦାମରୁ ୧୦,୩୪୪ କ୍ବିଣ୍ଟାଲ ଚାଉଳ ଗାଏବ କରିଛନ୍ତି ସମ୍ପୃକ୍ତ ଠିକାଦାର।
ଘଟଣାକୁ ଚପାଇଦେବାକୁ ଗତ ଡିସେମ୍ବର ୧୫ ତାରିଖରେ ଗୋଦାମରେ ନିଆଁ ଲଗାଇ ଚାଉଳ ପୋଡିଯାଇ ନଷ୍ଟ ହୋଇଯାଉଥିବା ଦେଖାଇବାକୁ ଚେଷ୍ଟା କରି ଫେଲ ମାରିଥିଲେ ସମ୍ପୃକ୍ତ ଠିକାଦାର। କାରଣ ନିଆଁରେ ବହୁତ କମ ପରିମାଣର ଚାଉଳ ପୋଡ଼ିଥିଲ।। ତେବେ ଏନେଇ ଜଣାପଡ଼ିବା ପରେ ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ ଏବଂ ଏବଂ ଜିଲ୍ଲା ଯୋଗାଣ ବିଭାଗ ପକ୍ଷରୁ ତଦନ୍ତ ଆରମ୍ଭ କରାଯାଇଥିଲା। ତଦନ୍ତ ବେଳେ ଗୋଦାମରେ ୧୦,୩୪୪ କ୍ବିଣ୍ଟାଲ ପରିମାଣର ଚାଉଳ କମଥିବା ଜଣାପଡ଼ିଥିଲା।
ଏଥି ପାଇଁ ଜିଲ୍ଲା ଯୋଗାଣ ବିଭାଗ ପକ୍ଷରୁ ସମ୍ପୃକ୍ତ ଏଜେଣ୍ଟ ବିମାଲିନି ଭାରତୀଙ୍କ ନାମରେ ବିନିକା ଥାନାରେ ଏକ ମାମଲା ଦାୟର କରାଯାଇଥିବା ସୁବର୍ଣ୍ଣପୁର ଜିଲ୍ଲାପାଳ ସୂଚନା ଦେଇଛନ୍ତି।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।