କାୟା ମେଲାଉଛି ମହାନଦୀ; ୧୦ ଲକ୍ଷରୁ ଊର୍ଦ୍ଧ୍ବ କ୍ୟୁସେକ ଜଳ ପ୍ରବାହିତ

ମୁଣ୍ଡଳି ଦେଇ ପ୍ରବାହିତ ହେବା ଆରମ୍ଭ ହେଲା ୧୦ ଲକ୍ଷ କ୍ୟୁସେକ ପାଣି। ଅପରାହ୍ନ ୪ଟା ସୁଦ୍ଧା ମୁଣ୍ଡଳି ଦେଇ ୧୦ ଲକ୍ଷ ୧୦ ହଜାର ୬୨୫ କ୍ୟୁସେକ ପାଣି ନିଷ୍କାସିତ ହେଉଛି।

ମୁଣ୍ଡଳି ଦେଇ ପ୍ରବାହିତ ହେବା ଆରମ୍ଭ ହେଲା ୧୦ ଲକ୍ଷ କ୍ୟୁସେକ ପାଣି

ମୁଣ୍ଡଳି ଦେଇ ପ୍ରବାହିତ ହେବା ଆରମ୍ଭ ହେଲା ୧୦ ଲକ୍ଷ କ୍ୟୁସେକ ପାଣି

  • Share this:
News18 Odia Digital

କଟକ: ବଢୁଛି ମହାନଦୀର ଜଳ ସ୍ତର। ମୁଣ୍ଡଳି ଦେଇ ପ୍ରବାହିତ ହେବା ଆରମ୍ଭ ହେଲା ୧୦ ଲକ୍ଷ କ୍ୟୁସେକ ପାଣି। ଅପରାହ୍ନ ୪ଟା ସୁଦ୍ଧା ମୁଣ୍ଡଳି ଦେଇ ୧୦ ଲକ୍ଷ ୧୦ ହଜାର ୬୨୫ କ୍ୟୁସେକ ପାଣି ନିଷ୍କାସିତ ହେଉଛି।

ସେହିପରି ଦିନ ୩ଟା ସୁଦ୍ଧା ଖଇରମାଳ ଦେଇ ୧୧ ଲକ୍ଷ ୪୫ ହଜାର କିଉସେକ ଜଳ ନିଷ୍କାସିତ ହେଉଛି। ମୁଣ୍ଡଳି ଦେଇ ମହାନଦୀରେ ୯ ଲକ୍ଷ ୮୭ ହଜାର ୪୧୮ ଜଳ ନିଷ୍କାସିତ ହେଉଛି। ଜୋବ୍ରା ବ୍ୟାରେଜ ଦେଇ ୪ ଲକ୍ଷ ୬୭ ହାଜର ୧୪୫ କ୍ୟୁସେକ ଜଳ ଓ ନରାଜ ଦେଇ କାଠ ଯୋଡ଼ି ନଦୀରେ ୪ ଲକ୍ଷ ୯୨ ହାଜର ୭୫୦ କ୍ୟୁସେକ ଜଳ ନିଷ୍କାସିତ ହେଉଛି। ଆସନ୍ତା କାଲି ସୁଦ୍ଧା ମୁଣ୍ଡଳି ବ୍ୟାରେଜ ଦେଇ ୧୧ ଲକ୍ଷ କ୍ୟୁସେକ ଜଳ ପ୍ରବାହିତ ହେବ।

ସେପେଟ ମହାନଦୀରେ ମଧ୍ୟମ ଧରଣର ବନ୍ୟା ଆସୁ ଥିବା ବେଳେ ଏବେ ଠାରୁ ବନ୍ୟା ଜଳ ନିଜର ପ୍ରଭାବ ଦେଖାଇ ବା ଆରମ୍ଭ କରିଛି। ବିଶେଷ କରି କଟକ ଜିଲ୍ଲାର ବାଙ୍କୀ, ଆଠଗଡ଼, ତିଗିରିଆ, ବଡମ୍ବା ଓ ନରସିଂହପୁର ବ୍ଲକର କିଛି କିଛି ତଳି ଅଞ୍ଚଳରେ ବନ୍ୟା ଜଳ ପଶିବା ଆରମ୍ଭ କରିଛି। ତେବେ ମହାନଦୀର ବନ୍ୟା ଜଳ ପଶିବା ଫଳରେ ଆଠଗଡ଼ ସୁବର୍ଣ୍ଣପୁର ରାସ୍ତାରେ ୩ ଫୁଟର ପାଣି ପ୍ରବାହିତ ହେଉଛି। ଫଳ ସ୍ୱରୂପ ସ୍ଥାନୀୟ ଅଞ୍ଚଳରେ ଶହ ଶହ ଏକର ଚାଷ ଜମି ଜଳମଗ୍ନ ହେବା ସହ ଓସ୍ତିଆ ଗାଁ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଛି। ଫୁଲବାରି ଓସ୍ତିଆ ରାସ୍ତାରେରେ ମଧ୍ୟ ବନ୍ୟା ଜଳ ପ୍ରବାହିତ ହେଉଛି।

ବଢୁଛି ମହାନଦୀର ଜଳ ସ୍ତର


ସେହିପରି ବାଙ୍କୀ ହୁଳୁହୁଳା ପୋଲ ଉପରେ ପ୍ରବାହିତ ହେଉଛି ୧୦ ଫୁଟ ଉଚ୍ଚର ବନ୍ୟା ଜଳ। ଫଳସ୍ୱରୂପ ବାଙ୍କୀ ବ୍ଲକର ରତାଗଡ଼, ବନ୍ଦଳ, ବାଉଁଶ ପୁଟ ପଞ୍ଚାୟତ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଛି।

ତେବେ ବନ୍ୟା ଘେରରେ ଫସିରହି ଥିବା ଲୋକଙ୍କ ପାଖରେ ଅତ୍ୟାବଶ୍ୟକ ସାମଗ୍ରୀ ପହଁଚାଇବା ଓ ଅତି ଜରୁରୀ କାମରେ ବାହାରୁ ଥିବା ଲୋକଙ୍କୁ ନଦୀ ପାର କରାଇବା ପାଇଁ ପ୍ରଶାସନ ପକ୍ଷରୁ ଏକ ବୋଟର ବ୍ୟବସ୍ଥା କରାଯାଇଛି। ବାଙ୍କୀ କଇଁମୁଣ୍ଡି ଗାଁକୁ ସଂଯୋଗ କରୁଥିବା ରାସ୍ତାରେ ୧୫ ଫୁଟର ପାଣି ଚାଲିଛି। ଗାଁ ବିଚ୍ଛିନ୍ନ ହୋଇ ଯାଇ ଥିବାରୁ ଗ୍ରାମବାସୀଙ୍କୁ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଇ ବା ପାଇଁ ପାୱାର ବୋଟର ବ୍ୟବସ୍ଥା କରାଯାଇଛି।

ଏହାରି ଭିତରେ ମୁଣ୍ଡଳିରେ ପହଞ୍ଚି ବନ୍ୟା ସ୍ଥିତିର ସମୀକ୍ଷା କରିଛନ୍ତି ରାଜ୍ୟ ଜଳସମ୍ପଦ ମନ୍ତ୍ରୀ ଟୁକୁନି ସାହୁ। ମୁଣ୍ଡଳିରେ ଥିବା କଣ୍ଟ୍ରୋଲ ରୁମରେ ବନ୍ୟା ଜଳ ସମ୍ପର୍କରେ ଯନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି ମନ୍ତ୍ରୀ। ଆସନ୍ତାକାଲି ଏହାର ପରିମାଣ ବୃଦ୍ଧି ପାଇ ପ୍ରାୟ ୧୧ ଲକ୍ଷ କ୍ୟୁସେକ ବନ୍ୟାଜଳ ମୁଣ୍ଡଳି ଠାରେ ପ୍ରବାହିତ ହୋଇପାରେ ବୋଲି ଆଶଙ୍କା କରାଯାଉଛି। ଫଳରେ ରାଜ୍ୟରେ ସ୍ୱଳ୍ପ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇପାରେ। ତେବେ ସମସ୍ତ ପ୍ରକାର ମୁକାବିଲା ପାଇଁ ସରକାର ପ୍ରସ୍ତୁତ ବୋଲି ମନ୍ତ୍ରୀ କହିଛନ୍ତି।
Published by:Lipina Das
First published: