ମଦ୍ୟପାନରେ ରାଜ୍ୟର ସହରୀ ମହିଳାମାନଙ୍କୁ ପଛରେ ପକାଇଲେ ଗ୍ରାମାଞ୍ଚଳର ମହିଳାମାନେ

More rural women in Odisha drink than urban counterparts | ଜାତୀୟ ପରିବାର ସ୍ଵାସ୍ଥ୍ୟ ସର୍ବେକ୍ଷଣ-୫ରେ ମଦ୍ୟପାନକୁ ନେଇ ଆସିଥିବା ରିପୋର୍ଟ ବେଶ୍ ଉଦବେଗଜନକ । ହାଣ୍ଡିଆ, ମହୁଲି ଓ ଖଜୁରୀ ତାଡି଼ ଆଦି ତୁଳନାରେ ଫରେନ୍ ଲିକରର ଚାହିଦା ଏବେ ରାଜ୍ୟରେ ବଢ଼ିଥିବା ପ୍ରତୀତ ହେଉଛି ।

ଏହି ରିପୋର୍ଟ ଆସିବା ପରେ ଚିନ୍ତା ପ୍ରକଟ କରିଛି ନିଶା ନିବାରଣ ସଙ୍ଘ । (ପ୍ରତୀକାତ୍ମକ ଛବି)

ଏହି ରିପୋର୍ଟ ଆସିବା ପରେ ଚିନ୍ତା ପ୍ରକଟ କରିଛି ନିଶା ନିବାରଣ ସଙ୍ଘ । (ପ୍ରତୀକାତ୍ମକ ଛବି)

  • Share this:
News18 Odia Digital

ଭୁବନେଶ୍ୱର: ମଦ୍ୟପାନ ମାମଲାରେ ଅତ୍ୟାଧୁନିକ ସ୍ଥାନକୁ ପଛରେ ପକାଇ ଦେଇଛି ପାରମ୍ପରିକ ଜାଗା । ସହରକୁ କାଟି ଆଗକୁ ବଢ଼ିଛି ଗାଆଁ । ଓଡ଼ିଶାରେ ସହରର ମହିଳାଙ୍କଠୁ ଅଧିକ ମଦ ପିଉଛନ୍ତି ଗ୍ରାମାଞ୍ଚଳର ମହିଳାମାନେ । ରାଜ୍ୟରେ ମଦ୍ୟପାନକୁ ନେଇ ଆସିଛି ଏଭଳି ରୋଚକ ତଥ୍ୟ।

ଜାତୀୟ ପରିବାର ସ୍ଵାସ୍ଥ୍ୟ ସର୍ବେକ୍ଷଣ-୫ରେ ମଦ୍ୟପାନକୁ ନେଇ ଆସିଥିବା ରିପୋର୍ଟ ବେଶ୍‌ ଉଦବେଗଜନକ । ରାଜ୍ୟରେ ସମୁଦାୟ ୪.୩ ପ୍ରତିଶତ ମହିଳା ମଦ୍ୟପାନ କରୁଛନ୍ତି । ସହରାଞ୍ଚଳରେ ୧.୪ ପ୍ରତିଶତ ମହିଳା ମଦ ପିଉଥିବା ବେଳେ ଗ୍ରାମାଞ୍ଚଳରେ ୪.୯ ପ୍ରତିଶତ ମହିଳା ପିଉଛନ୍ତି ମଦ । ଖାଲି ସେତିକି ନୁହେଁ, ସହରାଞ୍ଚଳର ପୁରୁଷମାନଙ୍କଠୁ ବି ଗ୍ରାମାଞ୍ଚଳର ପୁରୁଷମାନଙ୍କ ସଂଖ୍ୟା ମଦ ପିଇବା କ୍ଷେତ୍ରରେ ଅଧିକ ।

ଏହା ବି ପଢ଼ନ୍ତୁ ଦେଖନ୍ତୁ ଫଟୋ | ‘‘ମୁଁ ଆଗରୁ ମୁଁ ଗଞ୍ଜେଇ ଟାଣିଛି; ଆଉ ଥରେ ଟ୍ରାଏ କରିବାକୁ ଚାହୁଁଛି,’’ ଅନନ୍ୟା କହିଥିଲେ ଆର୍ୟନ୍ଖାନଙ୍କୁ

ଏହି ସର୍ବେକ୍ଷଣ ଅନୁସାରେ ରାଜ୍ୟର ସହରାଞ୍ଚଳରେ ୧୫ ବର୍ଷରୁ ଅଧିକ ବୟସର ୨୨.୭ ପ୍ରତିଶତ ପୁରୁଷ ମଦ ପିଅନ୍ତି। ଗ୍ରାମାଞ୍ଚଳରେ ଏହି ସମାନ ବୟସ ବର୍ଗର ୩୦.୨ ପ୍ରତିଶତ ପୁରୁଷ ମଦ୍ୟପାନ କରନ୍ତି। ଯଦିଏ ରାଜ୍ୟର ସହରାଞ୍ଚଳରେ ମଦ୍ୟ ପାନ କରୁଥିବା ଲୋକଙ୍କ ମଧ୍ୟରେ ମହିଳାଙ୍କ ଅଂଶ ୧.୪ ପ୍ରତିଶତ, ଗ୍ରାମାଞ୍ଚଳରେ ସେମାନଙ୍କ ଅଂଶ ୪.୯ ପ୍ରତିଶତ ରହିଛି ।

ଏହା ବି ପଢ଼ନ୍ତୁ | ବର୍ଷକରେ ଏହି ଯୁବତୀ ୭ଟି ଥାନାରେ ଭିନ୍ନ ଭିନ୍ନ ଜଣ ଲୋକଙ୍କ ବିରୋଧରେ ରେପ୍ କେସ୍ କଲେ!

କେବଳ ମଦ ନୁହେଁ । ଏନ୍‌.ଏଫ୍‌.ଏଚ୍‌.ଏସ୍‌-୫ରୁ ମିଳିଥିବା ତଥ୍ୟ ଅନୁସାରେ ରାଜ୍ୟରେ ତମାଖୁ ଓ ଗୁଟଖା ଖାଉଛନ୍ତି ୫୧ ପ୍ରତିଶତ ପୁରୁଷ ଓ ୨୬ ପ୍ରତିଶତ ମହିଳା । ଏହି ରିପୋର୍ଟ ଆସିବା ପରେ ଆଗକୁ ରାଜ୍ୟ କେଉଁ ସ୍ଥିତି ଦେଇ ଗତି କରିବ ତାକୁ ନେଇ ଚିନ୍ତା ପ୍ରକଟ କରିଛି ନିଶା ନିବାରଣ ସଙ୍ଘ । ବୁଦ୍ଧିଜୀବୀମାନେ ସତର୍କ କରାଇଛନ୍ତି ।

ଏହା ବି ପଢ଼ନ୍ତୁ | ଏମିତି ବି ହେଲା! ସ୍ତ୍ରୀ ଗୋଟିଏ ରାତିରେ ୧୮ ଜଣ ପୁରୁଷଙ୍କ ସହ Sex କଲେ; ସ୍ୱାମୀ କଣ୍ଡୋମ୍ଯୋଗାଇଲେ

‘‘ଗାଆଁ ଏବେ ସହର ପାଲଟିଛି । ଗାଁରୁ ସହରକୁ ଆସୁଥିବା ପିଲା ଗାଁକୁ ଫେରିବା ପରେ ସେହି ଢାଞ୍ଚାକୁ ଆପଣାଉଛି । ବେକାରୀ ଓ ବେରୋଜଗରୀ ବଢ଼ିଛି। ଗାଁ ଲୋକଙ୍କୁ ଅନେକ ସୁବିଧା ମାଗଣାରେ ମିଳୁଛି । ରାଜନେତାମାନେ ମଦକୁ ଅଧିକ ପ୍ରୋତ୍ସାହିତ କରୁଛନ୍ତି,’’ କହିଛନ୍ତି ‘ନିଶା ମୁକ୍ତି ଅଭିଯାନ’ର ସଦସ୍ୟ ମହମ୍ମଦ ଇମ୍ରାନ ଅଲ୍ଲୀ ।

ଏହା ବି ପଢ଼ନ୍ତୁ ଦେଖନ୍ତୁ VIDEO | KBC ସେଟରେ ଅମିତାଭ ବଚ୍ଚନଙ୍କ ହାତରେ ଲଙ୍କା ଭଙ୍ଗାଇଲେ ପ୍ରତିଯୋଗୀ; VIDEO ଭାଇରାଲ୍ ହେଉଛି

ସମାଜ ସଂସ୍କାର ଓ ସଂସ୍କୃତିର ପ୍ରଚାର ପ୍ରସାର ପାଇଁ କାମ କରୁଥିବା ବ୍ୟକ୍ତିମାନଙ୍କ କହିବା ଅନୁସାରେ ପରିବାର ଓ ସମାଜକୁ ସୁଧାରିବାରେ ମହିଳାମାନେ ବଡ଼ ଭୂମିକା ନିର୍ବାହ କରୁଥିବା ବେଳେ ସେମାନଙ୍କର ନିଶା ପ୍ରତି ଆଗ୍ରହ ବଢ଼ିବା ସାରା ସମାଜ ପାଇଁ ଚିନ୍ତାର ବିଷୟ । କିଛି ବର୍ଷ ତଳେ ଉପାନ୍ତ ଅଞ୍ଚଳର ଶ୍ରମଜୀବୀ ମହିଳାମାନେ ହାଣ୍ଡିଆ, ମହୁଲି ଓ ଖଜୁରୀ ତାଡି଼ ଆଦି ପିଉଥିଲେ । ଏ ନେଇ ସରକାରୀ ଓ ବେସରକାରୀ ସ୍ତରରେ ବହୁ ସଚେତନତ ସୃଷ୍ଟି ହେବା ଫଳରେ ତାହା ନିୟନ୍ତ୍ରଣକୁ ଆସିଛି ସତ୍, କିନ୍ତୁ ଫରେନ୍ ଲିକରର ଚାହିଦା ଏବେ ରାଜ୍ୟରେ ବଢ଼ିଛି ।

ଏହା ବି ପଢ଼ନ୍ତୁ ଦେଖନ୍ତୁ ଭିଡିଓ | VIDEO: ପ୍ରିୟଙ୍କା ଗାନ୍ଧି କହିଲେ, ‘‘ମୋଭାଇ କହିଛନ୍ତି ମୁଁ ମୋଟି ହୋଇଯାଉଛି, କମ୍ ଖାଇବା ଦରକାର’’

‘‘ଯଦି ଏହି ପାଶ୍ଚାତ୍ୟ ଶୃଙ୍ଖଳରୁ ଆମେ ନ ମୁକୁଳିବା ତେବେ ଆଗାମୀ ଦିନରେ ଆମେ ସମାଜକୁ ଭଲ ବାଟରେ ନେଇପାରିବା ନାହିଁ,’’ କହିଛନ୍ତି ସଂସ୍କୃତି ଗବେଷକ ପ୍ରଫୁଲ୍ଲ ରଥ । ‘‘ସମାଜର ସବୁ ବର୍ଗ ଏବେ ନିଶା କବଳରେ । ନିଶା ମୁକ୍ତି ଅଭିଯାନର ତଥ୍ୟ ଅନୁସାରେ ୨୫ ବର୍ଷରୁ କମ୍‌ ବୟସର ଯୁବ ବର୍ଗ ପୂରା ନିଶାରେ ବୁଡି଼ ରହୁଛନ୍ତି । ଏଭଳି ସ୍ଥିତିରେ କିଭଳି ଗୋଟିଏ ସମାଜ ଆଗକୁ ଯାଇ ପାରିବ?’’ ସେ ପ୍ରଶ୍ନ କରିଛନ୍ତି ।
Published by:Anand S.T. Das
First published:
)}