ଦେଶର ୬.୫ କୋଟି ଚାକିରିଜୀବୀ ଲୋକଙ୍କ ପାଇଁ ଭଲ ଖବର: ଏ ଥର PF ଖାତାରେ ଆସିବ ଅଧିକ ଟଙ୍କା

EPFO to soon transfer PF interest money to account holders | ଇ.ପି.ଏଫ.ଓ. ଜଣେଇଛି ଯେ ଯେବେ ବି ଆକାଉଣ୍ଟରେ ସୁଧ ଜମା ହେବ, ତାହା ଏକାଠି କ୍ରେଡିଟ୍ କରାଯିବ ଓ ପୂରା ରାଶି ଦିଆଯିବ । ସୁଧ ଯୋଗୁଁ କାହାରି କିଛି କ୍ଷତି ହେବ ନାହିଁ ବୋଲି କହିଛି ଇ.ପି.ଏଫ୍.ଓ. ।

ଇପିଏଫଓ ଜଲଦି ସୁଧ ଟଙ୍କା ଆକାଉଣ୍ଟଧାରୀଙ୍କୁ ଦେବ ।

ଇପିଏଫଓ ଜଲଦି ସୁଧ ଟଙ୍କା ଆକାଉଣ୍ଟଧାରୀଙ୍କୁ ଦେବ ।

  • Share this:
News18 Odia Digital

ନୂଆ ଦିଲ୍ଲୀ: ଦେଶର ସାଢ଼େ ଛଅ କୋଟି କର୍ମନିଯୁକ୍ତ ବ୍ୟକ୍ତିଙ୍କ ପାଇଁ ଏକ ବଡ଼ ଓ ଭଲ ଖବର ଅଛି । ଏମ୍ପ୍ଲୋଇଜ୍‌ ପ୍ରୋଭିଡେଣ୍ଟ ଫଣ୍ଡ ଅର୍ଗାନାଇଜେସନର (ଇ.ପି.ଏଫ୍.ଓ., EPFO) ର 6 କୋଟି ଆକାଉଣ୍ଟଧାରୀ ଦୀର୍ଘ ଦିନ ଧରି ଏହି ଆଶାରେ ଥିଲେ ଯେ ଜୁଲାଇ ମାସ ଶେଷରେ ସେମାନଙ୍କ PF ଟଙ୍କା ଆକାଉଣ୍ଟକୁ (PF account) ଟ୍ରାନ୍ସଫର ହୋଇଯିବ । କିନ୍ତୁ ଜୁଲାଇ ୩୧ ତାରିଖ ପର୍ଯ୍ୟନ୍ତ EPFO ​​ଟଙ୍କା ସ୍ଥାନାନ୍ତର କରି ନ ଥିଲା ।

ଏବେ ଆସିଥିବା ତାଜା ଖବର ଅନୁସାରେ ଯେ ଅଗଷ୍ଟ ମାସରେ ହିଁ PF ଆକାଉଣ୍ଟଧାରୀମାନଙ୍କୁ ସେମାନଙ୍କ PF ଟଙ୍କା ହସ୍ତାନ୍ତର କରାଯିବ । EPFO ନିଜ ଅଫିସିଆଲ୍ ଟ୍ୱିଟର୍‌ ହ୍ୟାଣ୍ଡେଲରେ PF ସୁଧ ହାର ସମ୍ବନ୍ଧରେ ଏକ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛି ।

ଏହା ବି ପଢ଼ନ୍ତୁ ଦେଖନ୍ତୁ VIDEO | ମୋଦି Olympicsରେ Gold Medal ଜିତିଥିବା ନୀରଜ ଚୋପ୍ରାଙ୍କ ସହ କଥା ହେଲେ; ଦେଖନ୍ତୁ VIDEO

ଟ୍ୱିଟରରେ ଜଣେ ଆକାଉଣ୍ଟଧାରୀ EPFO​​କୁ ଟ୍ୟାଗ୍ କରି ପ୍ରଶ୍ନ ପଚାରିଥିଲେ ଯେ EPFO ​​ତରଫରୁ ସୁଧ ଟଙ୍କା କେବେ ସ୍ଥାନାନ୍ତର ହେବ । ଏହା ଉପରେ ଇ.ପି.ଏଫ.ଓ. ନିଜ ଅଫିସିଆଲ୍‌ ଟ୍ୱିଟର ହ୍ୟାଣ୍ଡେଲରେ ଉତ୍ତର ଦେଇ କହିଛି ଯେ ଯେତେବେଳେ ବି ଆକାଉଣ୍ଟରେ ସୁଧ ଜମା ହେବ ତାହା ଏକାଠି କ୍ରେଡିଟ୍ କରାଯିବ ଓ ପୂରା ରାଶି ଦିଆଯିବ । ସୁଧ ଯୋଗୁଁ କାହାରି କିଛି କ୍ଷତି ହେବ ନାହିଁ ବୋଲି କହିଛି ଇ.ପି.ଏଫ୍‌.ଓ. ।

ଇପିଏଫଓ ପକ୍ଷରୁ ହୋଇଥିବା ଟ୍ୱିଟ୍


ତେବେ ଏହି ସୁଧ ଟଙ୍କା କେବେ PF ଆକାଉଣ୍ଟକୁ ସ୍ଥାନାନ୍ତର କରାଯିବ ତାହା ଇ.ପି.ଏଫ.ଓ. କହି ନାହିଁ । ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ସରକାର ୮.୫ ପ୍ରତିଶତ ସୁଧ ହାର ଅନୁମୋଦନ କରିଛନ୍ତି ।

ଏହା ବି ପଢ଼ନ୍ତୁ | Olympics Gold: ନୀରଜ ଚୋପ୍ରାଙ୍କୁ ଜଣେ ଅଜ୍ଞାତ ବ୍ୟକ୍ତି କହିଥିଲେ, ‘‘ଭାରତର ସମ୍ମାନ ରକ୍ଷା କରି ଦେ…’’

ଯଦି ଆପଣଙ୍କର UAN ନମ୍ବର EPFO ​​ସହିତ ପଞ୍ଜିକୃତ ହୋଇଛି, ତେବେ ଆପଣ ନିଜ PF ବାଲାନ୍ସ ମୋବାଇଲ୍‌ ଫୋନରେ ମେସେଜ୍‌ ମାଧ୍ୟମରେ ପାଇପାରିବେ । ଏଥି ପାଇଁ ଆପଣଙ୍କୁ ୭୭୩୮୨୯୯୮୯୯ ନମ୍ବରକୁ EPFOHO ଲେଖି ଏକ ମେସେଜ୍‌ ପଠାଇବାକୁ ପଡି଼ବ । ଆପଣଙ୍କର PF ସୂଚନା ଏକ ମେସେଜ୍‌ ମାଧ୍ୟମରେ ମିଳିବ ।



ଏହା ବ୍ୟତୀତ ଆପଣଙ୍କୁ ନିଜ ପଞ୍ଜୀକୃତ ମୋବାଇଲ୍ ନମ୍ବରରୁ ୦୧୧-୨୨୯୦୧୪୦୬ ନମ୍ବରରେ ଏକ ମିସ୍ଡ କଲ୍ ଦେବାକୁ ପଡି଼ବ । ତା’ପରେ EPFO ଏକ ମେସେଜ୍‌ ମାଧ୍ୟମରେ ଆପଣଙ୍କୁ PFର ବିବରଣୀ ଉପଲବ୍ଧ କରାଇବ ।
Published by:Anand S.T. Das
First published: