News18 Odia Digital
ନୂଆ ଦିଲ୍ଲୀ: ଚାକିରୀ କରୁଥିବା ଲୋକଙ୍କ ପାଇଁ ଏକ ବଡ଼଼ ଖୁସିର ଖବର ଆସୁଛି । ଏହି ମାସରୁ ସେମାନଙ୍କ ପ୍ରୋଭିଡେଣ୍ଡ୍ ଫଣ୍ଡ୍ ଆକାଉଣ୍ଟରେ (PF account) ଅଧିକ ଟଙ୍କା ଆସିପାରେ । ପ୍ରକୃତରେ ଚାକିରି କରୁଥିବା ଲୋକମାନଙ୍କୁ ଏମ୍ପ୍ଲୋୟିଜ୍ ପ୍ରୋଭିଡେଣ୍ଟ୍ ଫଣ୍ଡ୍ ଅର୍ଗାନାଇଜେସନରୁ (Employees Provident Fund Organisation – EPFO, ଇପିଏଫ୍ଓ) ଏକ ଭଲ ଖବର ମିଳିବାକୁ ଯାଉଛି ।
ଜୁଲାଇ ମାସ ଶେଷ ସୁଦ୍ଧା ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ କର୍ମଚାରୀମାନଙ୍କୁ ୮.୫ ପ୍ରତିଶତ ସୁଧ ଦେବାର ଘୋଷଣା ଖୁବ ଶୀଘ୍ର ଘୋଷଣା କରାଯାଇପାରେ । ଏହି ପ୍ରସଙ୍ଗରେ EPFO ଶ୍ରମ ମନ୍ତ୍ରଣାଳୟର ଅନୁମୋଦନ ହାସଲ କରିଛି । ଏହି ପ୍ରକ୍ରିୟା ଶୀଘ୍ର ଆରମ୍ଭ ହେବ ବୋଲି ଆଶା କରାଯାଉଛି ।
ଏହା ବି ପଢ଼ନ୍ତୁ | ଯଦି ଆପଣ ବି LIC ପଲିସି ନେଇଛନ୍ତି, ତାହେଲେ ଜାଣନ୍ତୁ ଏହି କଥା; ନହେଲେ ହରେଇବେ ସବୁ ଟଙ୍କାଶ୍ରମ ମନ୍ତ୍ରଣାଳୟର ଅନୁମୋଦନ ପାଇବା ପରେ ଏହା PF ଅଧୀନରେ ଆସୁଥିବା ଦେଶର ପ୍ରାୟ ଛଅ କୋଟି କର୍ମଚାରୀଙ୍କ ପାଇଁ ଏକ ବଡ଼ ଆଶ୍ୱସ୍ତିର ଖବର ହୋଇପାରେ ।୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ଜୁଲାଇ ଶେଷ ପର୍ଯ୍ୟନ୍ତ EPFO ଦ୍ୱାରା ୮.୫ ପ୍ରତିଶତ ସୁଧ ଦିଆଯାଇପାରେ ।ମିଡି଼ଆ ରିପୋର୍ଟ ଅନୁଯାୟୀ ଏହି ସୁଧ ଟଙ୍କା କର୍ମଚାରୀଙ୍କ ଆକାଉଣ୍ଟକୁ ସିଧାସଳଖ ଜମା କରାଯିବ ।
ଏହା ବି ପଢ଼ନ୍ତୁ | ମ୍ୟାଗି, ନୁଡଲ୍ସ, ନେସ୍-କାଫେ କମ୍ପାନୀ Nestleର ୬୦% ଖାଦ୍ୟ ସାମଗ୍ରୀ ଅସ୍ୱାସ୍ଥ୍ୟକର, କମ୍ପାନୀ ନିଜେ କହିଲାଗତ ବର୍ଷ ଅନେକ EPFO ଆକାଉଣ୍ଟଧାରୀଙ୍କୁ ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ସୁଧ ଟଙ୍କା ପାଇବାକୁ ୧୦ ମାସ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡି଼ଥିଲା । ଇପିଏଫଓ ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ସୁଧ ହାରକୁ ୮.୫ ପ୍ରତିଶତରେ ଅପରିବର୍ତ୍ତିତ ରଖିବାକୁ ନିଷ୍ପତ୍ତି ନେଇଛି ।
ଏହା ବ୍ୟତୀତ ସମଗ୍ର ଦେଶରେ କରୋନା ମହାମାରୀର ଦ୍ୱିତୀୟ ତରଙ୍ଗ (Corona Virus Second Wave) କାରଣରୁ ଇ.ପି.ଏଫ.ଓ. ନିଜ ଆକାଉଣ୍ଟଧାରୀମାନଙ୍କୁ ଫେରସ୍ତ ହୋଇପାରୁ ନ ଥିବା କୋଭିଡ-୧୯ (COVID-19) ଅଗ୍ରୀମ ଟଙ୍କା (non-refundable COVID-19 advance) ଉଠାଇବାକୁ ଅନୁମତି ଦେଇଥିଲା ।
Published by:Anand ST Das
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।