EPFOରୁ ଖୁସି ଖବର! ଆସନ୍ତା ମାସ ଚାକିରି କରୁଥିବା ଲୋକଙ୍କ PF ଖାତାକୁ ଅଧିକ ଟଙ୍କା ଆସିବ

ଦେଶରେ ଚାକିରି କରୁଥିବା ଓ EPFO ଅଧୀନରେ ଥିବା ଛଅ କୋଟି ଲୋକଙ୍କୁ ମୋଦି ସରକାର ଏକ ବଡ଼ ଉପହାର ଦେବାକୁ ଯାଉଛନ୍ତି । ଏହି ପ୍ରସଙ୍ଗରେ EPFO ଶ୍ରମ ମନ୍ତ୍ରଣାଳୟର ଅନୁମୋଦନ ହାସଲ କରିଛି ।

EPFOରୁ ଖୁସି ଖବର! ଆସନ୍ତା ମାସ ଚାକିରି କରୁଥିବା ଲୋକଙ୍କ PF ଖାତାକୁ ଅଧିକ ଟଙ୍କା ଆସିବ
ଦେଶର ପ୍ରାୟ ଛଅ କୋଟି କର୍ମଚାରୀଙ୍କ ପାଇଁ ଏହା ଏକ ବଡ଼ ଆଶ୍ୱସ୍ତିର ଖବର ହେବ ।
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ନୂଆ ଦିଲ୍ଲୀ: ଚାକିରୀ କରୁଥିବା ଲୋକଙ୍କ ପାଇଁ ଏକ ବଡ଼଼ ଖୁସିର ଖବର ଆସୁଛି ।ଆସନ୍ତା ମାସରୁ ସେମାନଙ୍କ ପ୍ରୋଭିଡେଣ୍ଡ୍‌ ଫଣ୍ଡ୍‌ ଆକାଉଣ୍ଟରେ (PF account) ଅଧିକ ଟଙ୍କା ଆସିପାରେ ।ପ୍ରକୃତରେ ଚାକିରି କରୁଥିବା ଲୋକମାନଙ୍କୁ ଏମ୍ପ୍ଲୋୟିଜ୍‌ ପ୍ରୋଭିଡେଣ୍ଟ୍ ଫଣ୍ଡ୍‌ ଅର୍ଗାନାଇଜେସନରୁ‌ (Employees Provident Fund Organisation – EPFO, ଇପିଏଫ୍ଓ) ଏକ ଭଲ ଖବର ମିଳିବାକୁ ଯାଉଛି ।

ଜୁଲାଇ ମାସ ଶେଷ ସୁଦ୍ଧା ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ କର୍ମଚାରୀମାନଙ୍କୁ ୮.୫ ପ୍ରତିଶତ ସୁଧ ଦେବାର ଘୋଷଣା ଖୁବ ଶୀଘ୍ର ଘୋଷଣା କରାଯାଇପାରେ । ଏହି ପ୍ରସଙ୍ଗରେ EPFO ​​ଶ୍ରମ ମନ୍ତ୍ରଣାଳୟର ଅନୁମୋଦନ ହାସଲ କରିଛି ।ଏହି ପ୍ରକ୍ରିୟା ଶୀଘ୍ର ଆରମ୍ଭ ହେବ ବୋଲି ଆଶା କରାଯାଉଛି ।

ଏହା ବି ପଢ଼ନ୍ତୁ | ଯଦି ଆପଣ ବି LIC ପଲିସି ନେଇଛନ୍ତି, ତାହେଲେ ଜାଣନ୍ତୁ ଏହି କଥା; ନହେଲେ ହରେଇବେ ସବୁ ଟଙ୍କା

ଶ୍ରମ ମନ୍ତ୍ରଣାଳୟର ଅନୁମୋଦନ ପାଇବା ପରେ ଏହା PF ଅଧୀନରେ ଆସୁଥିବା ଦେଶର ପ୍ରାୟ ଛଅ କୋଟି କର୍ମଚାରୀଙ୍କ ପାଇଁ ଏକ ବଡ଼ ଆଶ୍ୱସ୍ତିର ଖବର ହୋଇପାରେ ।୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ଜୁଲାଇ ଶେଷ ପର୍ଯ୍ୟନ୍ତ EPFO ​​ଦ୍ୱାରା ୮.୫ ପ୍ରତିଶତ ସୁଧ ଦିଆଯାଇପାରେ ।ମିଡି଼ଆ ରିପୋର୍ଟ ଅନୁଯାୟୀ ଏହି ସୁଧ ଟଙ୍କା କର୍ମଚାରୀଙ୍କ ଆକାଉଣ୍ଟକୁ ସିଧାସଳଖ ଜମା କରାଯିବ ।

ଏହା ବି ପଢ଼ନ୍ତୁ | ମ୍ୟାଗି, ନୁଡଲ୍ସ, ନେସ୍-କାଫେ କମ୍ପାନୀ Nestle ୬୦% ଖାଦ୍ୟ ସାମଗ୍ରୀ ଅସ୍ୱାସ୍ଥ୍ୟକର, କମ୍ପାନୀ ନିଜେ କହିଲା

ଗତ ବର୍ଷ ଅନେକ EPFO ​​ଆକାଉଣ୍ଟଧାରୀଙ୍କୁ ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ସୁଧ ଟଙ୍କା ପାଇବାକୁ ୧୦ ମାସ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡି଼ଥିଲା ।ଇପିଏଫଓ ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ସୁଧ ହାରକୁ ୮.୫ ପ୍ରତିଶତରେ ଅପରିବର୍ତ୍ତିତ ରଖିବାକୁ ନିଷ୍ପତ୍ତି ନେଇଛି ।



ଏହା ବ୍ୟତୀତ ସମଗ୍ର ଦେଶରେ କରୋନା ମହାମାରୀର ଦ୍ୱିତୀୟ ତରଙ୍ଗ (Corona Virus Second Wave) କାରଣରୁ ଇ.ପି.ଏଫ.ଓ. ନିଜ ଆକାଉଣ୍ଟଧାରୀମାନଙ୍କୁ ଫେରସ୍ତ ହୋଇପାରୁ ନ ଥିବା କୋଭିଡ-୧୯ (COVID-19) ଅଗ୍ରୀମ ଟଙ୍କା (non-refundable COVID-19 advance) ଉଠାଇବାକୁ ଅନୁମତି ଦେଇଥିଲା ।
Published by: Anand ST Das
First published: June 3, 2021, 10:46 PM IST