ବନ୍ଦ ହେଲା ହୀରାକୁଦ ଡ୍ୟାମର ଆଉ ୪ ଗେଟ୍; ୨୪ଟି ଗେଟ୍‌ ଦେଇ ହେଉଛି ଜଳ ନିଷ୍କାସନ

ସୂଚନା ଅନୁଯାୟୀ, ଉପରମୁଣ୍ଡରୁ ଜଳପ୍ରବେଶ ପୂର୍ବ ତୁଳନାରେ ହ୍ରାସ ପାଇଥିବାରୁ ହୀରାକୁଦ ଜଳଭଣ୍ଡାରରୁ ଗତକାଲି ୧୨ଟି ଗେଟ୍‌ ବନ୍ଦ କରାଯାଇଥିବା ବେଳେ ଆଜି ସକାଳୁ ଆଉ ୪ଟି ଗେଟ୍ ବନ୍ଦ କରାଯାଇଛି।

ହୀରାକୁଦ ଡ୍ୟାମ

ହୀରାକୁଦ ଡ୍ୟାମ

  • Share this:
News 18 Odia Digital

ଭୁବନେଶ୍ୱର: ବର୍ଷା କମିବା ପରେ ଧୀରେ ଧୀରେ କମିବାରେ ଲାଗିଲାଣି ବିଭିନ୍ନ ନଦୀର ଜଳସ୍ତର। ହୀରାକୁଦ ଜଳଭଣ୍ଡାରର କଣ୍ଟ୍ରୋଲ ରୁମ୍‌ ପକ୍ଷରୁ ସୂଚନା ଅନୁଯାୟୀ, ଉପରମୁଣ୍ଡରୁ ଜଳପ୍ରବେଶ ପୂର୍ବ ତୁଳନାରେ ହ୍ରାସ ପାଇଥିବାରୁ ହୀରାକୁଦ ଜଳଭଣ୍ଡାରରୁ ଗତକାଲି ୧୨ଟି ଗେଟ୍‌ ବନ୍ଦ କରାଯାଇଥିବା ବେଳେ ଆଜି ସକାଳୁ ଆଉ ୪ଟି ଗେଟ୍ ବନ୍ଦ କରାଯାଇଛି। ବର୍ତ୍ତମାନ ହୀରାକୁଦ ଡ୍ୟାମରୁ ୨୪ଟି ଗେଟ୍‌ ଦେଇ ଜଳନିଷ୍କାସନ କରାଯାଉଛି। ଏଥିରେ ବାମ ପାର୍ଶ୍ବରୁ ୧୬ଟି ଥିବା ବେଳେ ଦକ୍ଷିଣ ପାର୍ଶ୍ବରୁ ୮ଟି ରହିଛି।

ଜଳଭଣ୍ଡାର ଭିତରକୁ ହେଉଛି ୨ ଲକ୍ଷ ୯୩ ହଜାର ୨୨୫ କ୍ୟୁସେକ ଜଳ ପ୍ରବେଶ କରୁଥିବା ବେଳେ ୪ ଲକ୍ଷ ୭୫ ହଜାର ୭୨୨ କ୍ୟୁସେକ ଜଳ ନିଷ୍କାସିତ ହେଉଛି। ଆଜି ସକାଳ ୯ଟାରେ, ହିରାକୁଦ ଜଳଭଣ୍ଡାରର ଜଳ ସ୍ତର ୬୨୪.୬୯ ଫୁଟ ଥିଲାବେଳେ, ଡ୍ୟାମ୍ ଅପଷ୍ଟ୍ରିମରୁ ୪.୪୦ ଲକ୍ଷ କ୍ୟୁସେକ୍ ଜଳ ପ୍ରଵେଶ କରୁଥିଲା।

ସେହିପରି ମୁଣ୍ଡଳିର ଉପର ମୁଣ୍ଡରେ ଜଳସ୍ତର ୯୪.୬୦ ଫୁଟ ଥିବା ବେଳେ ତଳ ମୁଣ୍ଡର ଜଳସ୍ତର ୯୨.୩୦ ଫୁଟ ରହିଛି। ମୁଣ୍ଡଳି ଠାରେ ମହାନଦୀର ବିପଦ ସଙ୍କେତ ହେଉଛି ୯୭.୫୦ ଫୁଟ୍ । ମୁଣ୍ଡଳୀ ପାଖରେ ୮ଲକ୍ଷ କ୍ୟୁସେକ ଜଳ ସୀମିତ ରଖିବାକୁ ଚେଷ୍ଟା କରାଯାଉଛି।
Published by:Soumyashree Mishra
First published: