ବଙ୍ଗୋପସାଗରରେ ସକ୍ରିୟ ମୋସୁମୀ ବାୟୁ ଆଣ୍ଡାମାନ ଛୁଇଁଲାଣି; ବାତ୍ୟାକୁ ଆହୁରି ଶକ୍ତିଶାଳୀ କରିବ

ଲଘୁଚାପ କ୍ରମେ ଉତ୍ତର-ପଶ୍ଚିମ ଆଡ଼କୁ ଗତି କରି ୨୪ ତାରିଖ ବେଳକୁ ବାତ୍ୟାର ରୂପ ନେବ । କ୍ରମେ ଏହା ଆହୁରି ଘନୀଭୂତ ହୋଇ ଓଡି଼ଶା ନିକଟସ୍ଥ ଉତ୍ତର ବଙ୍ଗୋପସାଗର ଓ ପଶ୍ଚିମ ବଙ୍ଗ କୂଳରେ ୨୬ ତାରିଖ ସୁଦ୍ଧା ପହଞ୍ଚିବ ।

ବଙ୍ଗୋପସାଗରରେ ଘନୀଭୂତ ହେଉଥିବା ଲଘୁଚାପର ଏକ ଦୃଶ୍ୟ

ବଙ୍ଗୋପସାଗରରେ ଘନୀଭୂତ ହେଉଥିବା ଲଘୁଚାପର ଏକ ଦୃଶ୍ୟ

  • Share this:
News18 Odia Digital

ଭୁବନେଶ୍ୱର: ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆଣ୍ଡାମାନ ଛୁଇଁଲାଣି । ଆଣ୍ଡାମାନ ସାଗର ସହ ଦକ୍ଷିଣ ବଙ୍ଗୋପସାଗରରେ ଏହା ସକ୍ରିୟ ହେବା ଆରମ୍ଭ କରିଥିବା ଜଣାପଡ଼ିଛି । ଏହାରି ମଧ୍ୟରେ ଶୁକ୍ରବାର ଦିନ ଦକ୍ଷିଣ-ପୂର୍ବ ସଂଲଗ୍ନ କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ଘୁର୍ଣ୍ଣିବଳୟ ସୃଷ୍ଟି ହୋଇଛି, ଯାହା ଶନିବାର ଦିନ ଲଘୁଚାପର ରୁପ ନେବାକୁ ଯାଉଛି । ଏହା କ୍ରମେ ବାତ୍ୟାର ରୂପ ନେବ।

ପାଣିପାଗ ବିଶେଷଜ୍ଞମାନେ କହିଛନ୍ତି ଯେ ମୌସୁମୀ ବାୟୁ ବାତ୍ୟାକୁ ବଳ ଯୋଗାଇବ । ଏହାର ଗତିବିଧି ଉପରେ ଲକ୍ଷ ରଖାଯାଇଛି ବୋଲି ଉଭୟ ପାଣିପାଗ ବିଜ୍ଞାନ କେନ୍ଦ୍ର ଓ ବିଶେଷଜ୍ଞମାନେ କହିଛନ୍ତି । ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଆଣ୍ଡାମାନ ଛୁଇଁ ବଙ୍ଗୋପସାଗରର କିଛି ଅଂଶରେ ସକ୍ରିୟ ହେବା ପରେ ଏହାର ପ୍ରଭାବରେ ଦକ୍ଷିଣ-ପୂର୍ବ ଓ କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ଘୁର୍ଣ୍ଣିବଳୟ ସୃଷ୍ଟି ହୋଇଥିବା ସ୍ପଷ୍ଟ ହୋଇଛି ।

ଏହା ବି ପଢ଼ନ୍ତୁ | COVID 19: ମୁକେଶ ନୀତା ଅମ୍ବାନୀ Reliance Foundation ହସପିଟାଲରେ ସୁବିଧା ଆହୁରି ବଢ଼ାଇଲେ

ଲଘୁଚାପ କ୍ରମେ ଉତ୍ତର-ପଶ୍ଚିମ ଆଡ଼କୁ ଗତି କରି ୨୪ ତାରିଖ ବେଳକୁ ବାତ୍ୟାର ରୂପ ନେବ । କ୍ରମେ ଏହା ଆହୁରି ଘନୀଭୂତ ହୋଇ ଓଡି଼ଶା ନିକଟସ୍ଥ ଉତ୍ତର ବଙ୍ଗୋପସାଗର ଓ ପଶ୍ଚିମ ବଙ୍ଗ କୂଳରେ ୨୬ ତାରିଖ ସୁଦ୍ଧା ପହଞ୍ଚିବ । ଫଳରେ ରାଜ୍ୟରେ ୨୫ ତାରିଖରୁ ପାଣିପାଗ ବଦଳିବା ସହ ଉପକୂଳ ଓଡି଼ଶାରେ ବର୍ଷା ଆରମ୍ଭ ହେଇଯିବ। ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ସହ ଧୀରେ ଧୀରେ ବର୍ଷା ସାଙ୍ଗକୁ ପବନର ବେଗ ବଢି଼ବ ।

୨୫ ତାରିଖ ସନ୍ଧ୍ୟା ବେଳକୁ ୫୦ରୁ ୬୦ କିଲୋମିଟର୍‌ ପ୍ରତି ଘଣ୍ଟା ବେଗରେ ପବନ ବହିବ ଓ ସମୟେ ସମୟେ ଏହାର ବେଗ ୭୦ କିଲୋମିଟର ପ୍ରତି ଘଣ୍ଟା ହେବ ବୋଲି ପୂର୍ବାନୁମାନ କରାଯାଇଛି । ୨୬ ତାରିଖ ମଧ୍ୟାହ୍ନ ପର୍ଯ୍ୟନ୍ତ ପବନର ବେଗ ବଢି଼ ଚାଲିବ ।

ଏହା ବି ପଢ଼ନ୍ତୁ ଦେଖନ୍ତୁ VIDEO | PM ମୋଦିଙ୍କ ଆଖିରେ ଲୁହ ଆସିଲା; ‘‘ଭାଇରସ୍ ଆମର ଅନେକ ପ୍ରିୟଜନଙ୍କୁ ଆମଠାରୁ ଦୂରେଇ ନେଇଛି’’

‘‘ବାତ୍ୟା ପ୍ରକ୍ରିୟା ଆରମ୍ଭ ହୋଇଛି । ଶୁକ୍ରବାର ଦିନ ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହୋଇଛି । ଏହାର ପ୍ରଭାବରେ ଏକ ଲଘୁଚାପ କ୍ଷେତ୍ର ଶନିବାର ଦିନ ସୃଷ୍ଟି ହେବ। ଏହା କ୍ରମେ ଘନୀଭୂତ ହୋଇ ବାତ୍ୟାର ରୂପ ନେବ। ବର୍ତ୍ତମାନ ବାତ୍ୟାର ଗତିପଥ ଉପରେ ନଜର ରହିଛି । ଏହା କେଉଁଆଡ଼କୁ ଗତି କରିବ ତାହା ୨୪ ତାରିଖ ବେଳକୁ ସ୍ପଷ୍ଟ ହୋଇଯିବ,’’ କହିଛନ୍ତି ଆଞ୍ଚଳିକ ପାଣିପାଗ କେନ୍ଦ୍ରର ବୈଜ୍ଞାନିକ ଉମାକାନ୍ତ ଦାଶ ।

ଏହା ବି ପଢ଼ନ୍ତୁ |ତେହେଲ୍‌କା’ ସମ୍ପାଦକ ତରୁଣ ତେଜପାଲ ବର୍ଷ ତଳର ରେପ୍ ମାମଲାରେ ଦୋଷମୁକ୍ତ ହେଲେ

ଯଦିଓ ବାତ୍ୟାର ଗତିବିଧି ସହ ଏହା କେଉଁଠି ସ୍ଥଳ ଭାଗ ଛୁଇଁବ ଓ ତା’ର ତୀବ୍ରତା କେତେ ରହିବ ତାହା ସ୍ପଷ୍ଟ ହୋଇନାହିଁ, କିନ୍ତୁ ବାତ୍ୟାକୁ ଚଳିତ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ବଳ ଗୋଟାଇବାରେ ସାହାଯ୍ୟ କରିବ ବୋଲି ପାଣିପାଗ ବିଶେଷଜ୍ଞ କହିଛନ୍ତି । ମୌସୁମୀ ବାୟୁ ବାତ୍ୟାକୁ ଅଧିକ ଶକ୍ତିଶାଳୀ କରିବ । ବର୍ତ୍ତମାନର ସ୍ଥିତି ଅନୁଯାୟୀ ଏହା ଉତ୍ତର-ପଶ୍ଚିମ ଆଡ଼କୁ ଗତି କରିବା ନେଇ ଜଣାପଡୁଛି । ତେଣୁ ଆକଳନ ଅନୁଯାୟୀ ଏହା ଓଡିଶା ଓ ପଶ୍ଚିମ ବଙ୍ଗ ନିକଟସ୍ଥ ଦୀଘା ନିକଟରେ ସ୍ଥଳ ଭାଗ ଛୁଇଁପାରେ ବୋଲି ଜଣାପଡୁଛି । କିନ୍ତୁ ବର୍ତ୍ତମାନ ସଠିକ କିଛି କୁହାଯାଇ ନ ପାରେ ।

ଏହା ବି ପଢ଼ନ୍ତୁ ଦେଖନ୍ତୁ VIDEO | ଆସିଗଲା Coviself; ଏବେ ଘରେ ବସି ନିଜ COVID ପରୀକ୍ଷା କରିପାରିବେ; ଜାଣନ୍ତୁ କେମିତି କରିବେ

୨୫ ତାରିଖ ସକାଳଠାରୁ ଉପକୂଳ ଓଡି଼ଶାରେ ବର୍ଷା ଆରମ୍ଭ ହେଇଯିବ ଓ କିଛି କିଛି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ଆଶଙ୍କା ରହିଛି ବୋଲି ପାଣିପାଗ ବିଶେଷଜ୍ଞ କହିଛନ୍ତି । ତେବେ ବର୍ତ୍ତମାନ ପ୍ରାକ୍-ମୌସୁମୀ ପ୍ରଭାବରେ ରାଜ୍ୟରେ ସ୍ଥାନେ ସ୍ଥାନେ କାଁ ଭାଁ କାଳବୈଶାଖୀ ବର୍ଷା ଲାଗି ରହିଛି । ମୌସୁମୀ ବାୟୁ କେରଳ ଛୁଇଁବା ପରେ ଏହାର ପ୍ରଭାବ ବୃଦ୍ଧି ପାଇବ ।

ଏହା ବି ପଢ଼ନ୍ତୁ | କୁମ୍ଭୀରକୁ ଜିଅନ୍ତା ଗିଳିବାକୁ ଚେଷ୍ଟା କରୁଥିଲା ଅଜଗର; VIDEOରେ ଦେଖନ୍ତୁ ଆଗକୁ ହେଲା

‘‘ମୌସୁମୀ ଆଣ୍ଡାମାନ ଛୁଇଁବା ପରେ ବଙ୍ଗୋପସାଗରରେ ସକ୍ରିୟ ହୋଇଛି। ଫଲରେ ଆଣ୍ଡାମାନ ଓ କେରଳରେ ଶୁକ୍ରବାରଠାରୁ ବର୍ଷା ଆରମ୍ଭ ହୋଇଛି । ଆମ ରାଜ୍ୟରେ କାଳବୈଶାଖୀ ଜରିଆରେ ପ୍ରାକ୍‌-ମୌସୁମୀ ବର୍ଷା ହେଉଛି। ଲଘୁଚାପ ଏହାକୁ ଆହୁରି ସକ୍ରିୟ କରିବ । ସେପଟେ ବାତ୍ୟା ଯଶକୁ ବି ବଳ ଯୋଗାଇବ,’’ କହିଛନ୍ତି ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ରନାଥ ପଶୁପାଳକ ।



ବଙ୍ଗୋପସାଗରରେ ମୌସୁମୀ ବାୟୁ ସକ୍ରିୟ ହେବା ସହ ଓଡ଼ିଶାରେ କାଳବୈଶାଖୀର ପ୍ରଭାବ ଅଧିକ ରହିବ। ଫଳରେ ରାଜ୍ୟରେ ୨୪ ତାରିଖ ପର୍ଯ୍ୟନ୍ତ ଅଧିକାଂଶ ସ୍ଥାନରେ ଘଡ଼ଘଡି ସହ ବର୍ଷା ନେଇ ୟେଲୋ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ ।
Published by:Anand S.T. Das
First published: