ଆଜି କେରଳ ଛୁଇଁବ ମୌସୁମୀ, ଏ ଥର ଓଡି଼ଶା ଆସିବ ବିଳମ୍ବରେ; ରଜ ବେଳକୁ ପହଞ୍ଚିବ

ସାଧାରଣତଃ ଜୁନ୍ ୮ ତାରିଖ ବେଳକୁ ମୌସୁମୀ ବାୟୁ ଓଡ଼ିଶାରେ ପ୍ରବେଶ କରେ । କିନ୍ତୁ ଏ ଥର ୧୪ ତାରିଖ ଅର୍ଥାତ୍ ରଜ ବେଳକୁ ମୌସୁମୀ ଆସିବ ବୋଲି ବିଶେଷଜ୍ଞମାନେ କହିଛନ୍ତି ।

ଜୁନ୍ ମାସରୁ ସେପ୍ଟେମ୍ବର ମାସ ମଧ୍ୟରେ ଦେଶରେ ୧୦୧% ବର୍ଷା ହେବ ବୋଲି ପୂର୍ବାନୁମାନ କରାଯାଇଛି ।

ଜୁନ୍ ମାସରୁ ସେପ୍ଟେମ୍ବର ମାସ ମଧ୍ୟରେ ଦେଶରେ ୧୦୧% ବର୍ଷା ହେବ ବୋଲି ପୂର୍ବାନୁମାନ କରାଯାଇଛି ।

  • Share this:
News18 Odia Digital

ଭୁବନେଶ୍ୱର: ବଙ୍ଗୋପ ସାଗରରେ ସକ୍ରିୟ ହୋଇଥିବା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଆଜି (ମେ ୩) କେରଳଛୁଇଁବାକୁ ଯାଉଛି । ଚଳିତ ବର୍ଷ ଦେଶରେ ମୌସୁମୀ ବର୍ଷା ସ୍ୱାଭାବିକ ରହିବ ଓ ଜୁନ୍‌ ମାସରୁ ସେପ୍ଟେମ୍ବର ମାସ ମଧ୍ୟରେ ଦେଶରେ ୧୦୧% ବର୍ଷା ହେବ ବୋଲି ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ । କେନ୍ଦ୍ର ଭାରତରେ ସ୍ୱାଭାବିକ ଠାରୁ ଅଧିକ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ଆକଳନ କରାଯାଇଛି, ହେଲେ ଉତ୍ତର ପୂର୍ବାଞ୍ଚଳରେ ବର୍ଷାର ପରିମାଣ କମ୍‌ ହେବ ବୋଲି ଅନୁମାନ କରାଯାଇଛି ।

‘‘ଏ ବର୍ଷ ସାରା ଦେଶରେ ଭଲ ବର୍ଷା ହେବ । ସାରା ଦେଶରେ ଭଲ ବର୍ଷା ନେଇ ମଡେଲ୍‌ ଇଙ୍ଗିତ କରୁଛି । ଉତ୍ତର ପୂର୍ବାଞ୍ଚଳରେ ସାମାନ୍ୟ କମ୍‌ ବର୍ଷା ରହିବ । ବର୍ତ୍ତମାନ ମୌସୁମୀ ସକ୍ରିୟ ରହିଛି । ଜୁଲାଇ ମାସରେ ବର୍ଷାର ଆକଳନ ଆଉ ଟିକେ ସ୍ପଷ୍ଟ ହେବ,’’ କହିଛନ୍ତି ଭାରତୀୟ ପାଣିପାଗ ବିଭାଗ (ଆଇ.ଏମ୍.ଡି.) ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର ।

ଏହା ବି ପଢ଼ନ୍ତୁ | କରୋନା କାଳରେ କର୍ମଚାରୀଙ୍କ କଲ୍ୟାଣ ପାଇଁ ଅନେକ ବଡ଼ ଘୋଷଣା କଲେ ନୀତା ଓ ମୁକେଶ ଅମ୍ବାନୀ

ପାଣିପାଗ ବିଶେଷଜ୍ଞମାନଙ୍କ ଅନୁମାନ ଯେ ମୌସୁମୀ ବାୟୁ ଓଡ଼ିଶାକୁ ଆସିବାରେ ସାମାନ୍ୟ ବିଳମ୍ବ ହେବ । ସାଧାରଣତଃ ଜୁନ୍‌ ୮ ତାରିଖ ବେଳକୁ ମୌସୁମୀ ବାୟୁ ଓଡ଼ିଶାରେ ପ୍ରବେଶ କରେ । କିନ୍ତୁ ଏ ଥର ୧୪ ତାରିଖ ଅର୍ଥାତ୍‌ ରଜ ବେଳକୁ ମୌସୁମୀ ଆସିବ ବୋଲି ବିଶେଷଜ୍ଞମାନେ କହିଛନ୍ତି ।

ଏହା ବି ପଢ଼ନ୍ତୁ | ସୁପ୍ରିମ୍ କୋର୍ଟ କହିଲେ: ‘‘କେନ୍ଦ୍ରର ଟିକାକରଣ ନୀତି ମନମୁଖୀ ଅଯୌକ୍ତିକ; ଆମକୁ ପୂରା ବିବରଣୀ ଦିଅ’’

ଏବେ ରାଜ୍ୟରେ ପ୍ରବଳ ଗୁଳୁଗୁଳି ଅନୁଭୂତ ହେଉଥିବା ବେଳେ ଆସନ୍ତା ଦୁଇ ଦିନ ମଧ୍ୟରେ ରାଜ୍ୟକୁ ପଶ୍ଚିମା ପବନ ପ୍ରବାହିତ ହେବ। ଫଳରେ ୪ ତାରିଖ ବେଳକୁ ଖରା ଓ ଗରମ ପୁଣି ବଢି଼ବ। ଉପକୂଳ ଓଡିଶାରେ ୪୦ ଡିଗ୍ରୀ ଉପରେ ରହିବ ତାପମାତ୍ରା । ବର୍ଷା ଆସୁ ଆସୁ ୧୩ ତାରିଖ ହୋଇଯିବ ବୋଲି କହିଛନ୍ତି ପାଣିପାଗ ବିଶେଷଜ୍ଞ ।

ଏହା ବି ପଢ଼ନ୍ତୁ | ଟ୍ୟୁସନ୍ କରୁ କରୁ ଏକାଦଶ ଶ୍ରେଣୀର ଛାତ୍ର ସହ ପ୍ରେମ ହେଲା; ତାକୁ ନେଇ ଫେରାର୍ ହେଲେ ଶିକ୍ଷୟତ୍ରୀ

‘‘ମୌସୁମୀ ବାୟୁ କେରଳ ଛୁଇଁବା ପରେ ଦୁର୍ବଳ ହେବ । ଫଳରେ କର୍ଣ୍ଣାଟକ ଓ ମୁମ୍ବାଇ ପର୍ଯ୍ୟନ୍ତ ଆସିବ, କିନ୍ତୁ ଆଗକୁ ବଢି଼ ପାରିବ ନାହିଁ। ବଙ୍ଗୋପସାଗରରେ ଏବେ ଲଘୁଚାପ କି କୌଣସି ସିଷ୍ଟମ୍‌ ନାହିଁ ଯାହା ମୌସୁମୀ ବାୟୁକୁ ସକ୍ରିୟ କରିବ ଓ ଟାଣିଆଣିବ। ତେଣୁ ଏ ଥର ରଜ ବେଳକୁ ମୌସୁମୀ ଆସିବ ଓଡି଼ଶାକୁ,’’ କହିଛନ୍ତି ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ରନାଥ ପଶୁପାଳକ ।



ଖରା ସାଙ୍ଗକୁ ବାୟୁ ମଣ୍ଡଳରେ ଥିବା ଜଳୀୟ ବାଷ୍ପ ଘଡ଼ଘଡି଼ ସହ ବର୍ଷା କରାଇବାରେ ସହାୟକ ହେବ । ଆସନ୍ତା ତିନି ଦିନ ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ କାଳବୈଶାଖୀ ବର୍ଷା ଯୋଗୁଁ ୟେଲୋ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ ।
Published by:Anand S.T. Das
First published: