ଆଜିଠୁ ସଂସଦ ମୌସୁମୀ ଅଧିବେଶନ: ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉଠାଇବ BJD; କେନ୍ଦ୍ରକୁ ଘେରିବେ ବିରୋଧୀ

ସଂସଦର ମୌସୁମୀ ଅଧିବେଶନ ଆଜିଠୁ ଆରମ୍ଭ ହେବାକୁ ଯାଉଛି । ଗୃହରେ ଓଡ଼ିଶାକୁ ସ୍ବତନ୍ତ୍ର ପାହ୍ୟା, ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଭଳି ଅନେକ ପ୍ରସଙ୍ଗକୁ ନେଇ ଚର୍ଚ୍ଚା ଉଠାଇବାକୁ ବିଜେଡି ପ୍ରସ୍ତୁତ ଥିବା ବେଳେ ଅଗ୍ନିପଥ ଓ ଅନ୍ଯାନ୍ଯ ପ୍ରସଙ୍ଗରେ କେନ୍ଦ୍ରକୁ ଘେରିବେ ବିରୋଧୀ ।

  • Share this:
News 18 Odia Digital

ସଂସଦର ମୌସୁମୀ ଅଧିବେଶନ ୨୦୨୨ ସୋମବାର ଅର୍ଥାତ ଆଜିଠୁ ଆରମ୍ଭ ହେବାକୁ ଯାଉଛି । ଏହା ୧୩ ଅଗଷ୍ଟ ପର୍ଯ୍ୟନ୍ତ ଚାଲିବ । ଲୋକସଭା ସଚିବାଳୟ ଦ୍ଵାରା ପ୍ରକାଶିତ ବୁଲେଟିନ୍ ଅନୁଯାୟୀ ମୋଟ ୨୯ ଟି ବିଲ୍ ସଂସଦରେ ତାଲିକାଭୁକ୍ତ ହେବ, ସେଥିମଧ୍ୟରୁ ୨୪ ଟି ହେଉଛି ନୂଆ ବିଲ୍।

ଗୃହରେ ଓଡ଼ିଶାକୁ ସ୍ବତନ୍ତ୍ର ପାହ୍ୟା , ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ରେଳବାଇ କ୍ଷେତ୍ରରେ ଓଡ଼ିଶାକୁ ଅଗ୍ରାଧିକାର, କୋଇଲା ରୟାଲିଟି, ବଳକା ଉଷୁନା ଚାଉଳ ପ୍ରସଙ୍ଗ ଉଠାଇବ ବିଜେଡି। ୨୦୨୧-୨୨ ଖରିଫ ବର୍ଷର ବଳକା ୫ଲକ୍ଷ ମେଟ୍ରିକ ଟନ ଉଷୁନା ଚାଉଳ ଉଠାଣ, ୫୮ ପ୍ରତିଶତ ଗ୍ରେଡରୁ ନିମ୍ନ ଖଣିଜ ଓ ଧାତବ୍ୟ ଦ୍ରବ୍ୟ ଉପରୁ ରପ୍ତାନୀ ଶୁଳ୍କ ପ୍ରତ୍ୟାହାର, ଫନି ପ୍ରଭାବିତ ଲୋକଙ୍କ ପାଇଁ ସ୍ବତନ୍ତ୍ର ଭାବେ ୧ଲକ୍ଷ ୮୪ ହଜାର ପ୍ରଧାନମନ୍ତ୍ରୀ ଆବାସ ଘର ଯୋଗାଣ ପାଇଁ କେନ୍ଦ୍ରରେ ଚାପ ସୃଷ୍ଟି କରିବେ ବିଜେଡି ସାଂସଦ।

ଯେଉଁ ପ୍ରସଙ୍ଗରେ ବିରୋଧୀ ଏକ ବିତର୍କ ଦାବି କରିଛନ୍ତି, ସେହି ଗୁଡ଼ିକ ହେଉଛି ମୁଦ୍ରାସ୍ଫୀତି, ଅଗ୍ନିପଥ ଯୋଜନା, ବେକାରୀ, କେନ୍ଦ୍ରୀୟ ଅନୁସନ୍ଧାନକାରୀ ସଂସ୍ଥାଗୁଡ଼ିକର ଅପବ୍ୟବହାର ଓ ମୂଲ୍ୟ ହ୍ରାସ ହେତୁ ଅର୍ଥନୀତିର ସ୍ଥିତି ଭଳି ପ୍ରମୁଖ ପ୍ରସଙ୍ଗ ରହିଛି। ରାଜ୍ୟସଭାରେ ବିରୋଧୀ ଦଳର ନେତା ମଲ୍ଲିକାର୍ଜୁନ ଖଡ଼ଗେ କହିଛନ୍ତି ଯେ ଅଗ୍ନିପଥ ସମେତ ସମସ୍ତ ପ୍ରସଙ୍ଗରେ ବିତର୍କ ପାଇଁ ସରକାର ପ୍ରସ୍ତୁତ ଅଛନ୍ତି।

ସଂସଦର ମୌସୁମୀ ଅଧିବେଶନରେ ଉପସ୍ଥାପିତ ହେବାକୁ ଥିବା ଗୁରୁତ୍ୱପୂର୍ଣ୍ଣ ବିଲ୍ ଗୁଡିକ ହେଉଛି ପ୍ରେସ୍ ଓ ରେଜିଷ୍ଟ୍ରେସନ୍ ଅଫ୍ ପିରିୟଡିକାଲ୍ ବିଲ୍, ୨୦୨୨, ମାଇନ୍ସ ଓ ମିନେରାଲ୍ (ବିକାଶ ଏବଂ ନିୟମାବଳୀ) ସଂଶୋଧନ ବିଲ୍, ୨୦୨୨, ଜଙ୍ଗଲ (ସଂରକ୍ଷଣ) ସଂଶୋଧନ ବିଲ୍, ୨୦୨୨, ଇନସଲଭେନ୍ସି  କୋଡ୍ (ସଂଶୋଧନ) ବିଲ୍, ୨୦୨୨ ଇତ୍ୟାଦି ।

ଅନ୍ୟପକ୍ଷରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ କହିଛନ୍ତି ଯେ ସର୍ବଦଳୀୟ ବୈଠକରେ ସରକାର ତାଙ୍କ ତରଫରୁ କହିଛନ୍ତି ଯେ ସଂସଦରେ ଆଲୋଚନା ପାଇଁ ୩୨ ଟି ବିଲ୍ ତାଲିକାଭୁକ୍ତ ହୋଇଛି, ସେଥିମଧ୍ୟରୁ ୧୪ ଟି ପ୍ରସ୍ତୁତ। ମଲ୍ଟି ଷ୍ଟେଟ୍ କୋଅପରେଟିଭ୍ ସୋସାଇଟିସ୍ (ସଂଶୋଧନ) ବିଲ୍ ୨୦୨୨ ପ୍ରାଚୀନ ସ୍ମାରକୀ ଓ ପ୍ରତ୍ନତାତ୍ତ୍ୱିକ ସାଇଟ୍ ଓ ଅବଶିଷ୍ଟ (ସଂଶୋଧନ) ବିଲ୍, କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ (ସଂଶୋଧନ) ବିଲ୍ ଓ ପ୍ରେସ୍ ଆଣ୍ଡ୍ ରେଜିଷ୍ଟ୍ରେସନ୍ ଅଫ୍ ପେରିଅଡିକାଲ୍ ବିଲ୍ ୨୦୨୨ଭଳି ଗୁରୁତ୍ୱପୂର୍ଣ୍ଣ ବିଲ୍ ଅନ୍ତର୍ଭୁକ୍ତ।
Published by:Soumyashree Mishra
First published: