ବିଧାନସଭାର ମୌସୁମୀ ଅଧିବେଶନ ଆଜିଠୁ ଆରମ୍ଭ
News18 Odia Digital
ଭୁବନେଶ୍ବର: ଓଡ଼ିଶା ବିଧାନସଭାର ମୌସୁମୀ ଅଧିବେଶନ ଆଜିଠୁ ଆରମ୍ଭ ହୋଇ ଅଗଷ୍ଟ ୪ ପର୍ଯ୍ୟନ୍ତ ଚାଲିବ। ଗୃହ ପ୍ରତିଦିନ ୬ ଘଣ୍ଟା ଚାଲିବ।
ଅଧିବେଶନର ପ୍ରଥମ ଦିନରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ୨୦୨୨-୨୩ ବର୍ଷ ପାଇଁ ରାଜ୍ୟ ବଜେଟ୍ ଉପସ୍ଥାପନ କରିବାର କାର୍ଯ୍ୟକ୍ରମ ରହିଛି। ବଜେଟ ପରିମାଣ ଦୁଇ ଲକ୍ଷ କୋଟିରୁ ଅଧିକ ହେବ ବୋଲି ଆଶା କରାଯାଉଛି। ବଜେଟ୍ ଅଧିବେଶନରେ କିଛି ନୂଆ ଯୋଜନା ଉପସ୍ଥାପିତ ହୋଇପାରେ।
ସମ୍ପୂର୍ଣ୍ଣ ବଜେଟରେ ମୁଖ୍ୟତଃ କୃଷି, ମିଶନ୍ ଶକ୍ତି, ସ୍ୱାସ୍ଥ୍ୟ, ଶିକ୍ଷା ଓ ଭିତ୍ତିଭୂମି ବିକାଶ ଇତ୍ୟାଦି ଉପରେ ଧ୍ୟାନ ଦିଆଯାଇପାରେ।
ଏହାପୂର୍ବରୁ ପଞ୍ଚାୟତ ଓ ପୌରପାଳିକା ନିର୍ବାଚନ ହେତୁ ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ସମ୍ପୂର୍ଣ୍ଣ ବଜେଟ୍ ଉପସ୍ଥାପିତ ହୋଇପାରି ନାହିଁ। ପ୍ରଥମ ଚାରିମାସ ପାଇଁ ୧ ଲକ୍ଷ ୬ ହଜାର କୋଟି ଟଙ୍କାର ମଧ୍ୟବର୍ତ୍ତୀକାଳୀନ ବଜେଟ୍ ଉପସ୍ଥାପନ କରାଯାଇଥିଲା।
ଅଧିବେଶନରେ ଆଇନ ଶୃଙ୍ଖଳା ଠାରୁ ଆରମ୍ଭ କରି କୃଷି ଓ କୃଷକ ସମସ୍ୟା, ବେକାରୀ ଓ ବିଦ୍ୟୁତ ବିଭ୍ରାଟ ଭଳି ସମସ୍ୟାର ସମାଧାନ କରିବାକୁ ବିରୋଧୀ ଦଳ ଯୋଜନା କରୁଛନ୍ତି। ବିରୋଧୀଦଳର ମୁକାବିଲା ପାଇଁ ସରକାର ପ୍ରସ୍ତୁତ ଅଛନ୍ତି।
Published by:Lipina Das
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।