ହୋମ୍ » ଓଡ଼ିଶା ନ୍ୟୁଜ୍ » ଓଡ଼ିଶା»ଓଡ଼ିଶାକୁ ସଠିକ ସମୟରେ ଆସିବ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ; ଜୁନ୍ ୧ରେ କେରଳ ଛୁଇଁବ

ଓଡ଼ିଶାକୁ ସଠିକ ସମୟରେ ଆସିବ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ; ଜୁନ୍ ୧ରେ କେରଳ ଛୁଇଁବ

ମୌସୁମୀ ବାୟୁ ସକ୍ରିୟ ହେବାକୁ ପ୍ରସ୍ତୁତ ହେଉଥିବାରୁ ଖୁବ୍ ଶୀଘ୍ର ଖରା ଓ ଗରମରୁ ଆଶ୍ୱସ୍ତି । ହେଲେ କାଳବୈଶାଖୀର ପ୍ରଭାବ ଯୋଗୁଁ ୧୧ ତାରିଖ ପର୍ଯ୍ୟନ୍ତ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବ ନାହିଁ ।

ଓଡ଼ିଶାକୁ ସଠିକ ସମୟରେ ଆସିବ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ; ଜୁନ୍ ୧ରେ କେରଳ ଛୁଇଁବ
ଓଡିଶାକୁ ଜୁନ୍ ପ୍ରଥମ ସପ୍ତାହରେ ମୌସିମୀ ବାୟୁ ପ୍ରବେଶ କରିପାରେ । (ପ୍ରତୀକାତ୍ମକ ଛବି)
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ଏ ଥର ସମୟରେ ଓଡି଼ଶା ଛୁଇଁବ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ । କେରଳକୁ ଜୁନ ୧ ତାରିଖରେ ମୌସୁମୀ ବାୟୁ ଛୁଇଁବ ବୋଲି ଆକଳନ କରୁଛି ପାଣିପାଗ ବିଭାଗ । ଏ ନେଇ ଟ୍ୱିଟ୍‌ କରି ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ୯ ତାରିଖ ବେଳକୁ ବଙ୍ଗୋପସାଗରରେ ଏକ ଘୁର୍ଣ୍ଣିବଳୟ ସୃଷ୍ଟି ହେବ, ଯାହା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁକୁ ସକ୍ରିୟ କରିବ ବୋଲି ବିଶେଷଜ୍ଞମାନେ କହିଛନ୍ତି।

ମୌସୁମୀ ବାୟୁ ସକ୍ରିୟ ହେବାକୁ ପ୍ରସ୍ତୁତ ହେଉଥିବାରୁ ଖୁବ୍‌ ଶୀଘ୍ର ଖରା ଓ ଗରମରୁ ଆଶ୍ୱସ୍ତି । ଏଥର ସଠିକ ସମୟରେ ବର୍ଷା ଆଣିବ ମୌସୁମୀ ବାୟୁ । ଏଭଳି କିଛି ଆକଳନ କରିଛି ପାଣିପାଗ ବିଭାଗ। ଭାରତୀୟ ପାଣିପାଗ ବିଭାଗ ଏ ନେଇ ସଙ୍କେତ ଦେବା ପରେ ଜୁନ ୧ ତାରିଖ ଅର୍ଥାତ ନିର୍ଦ୍ଧାରିତ ସମୟରେ ମୌସୁମୀ କେରଳରେ ପହଞ୍ଚିବ ବୋଲି କହିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର।

ଏହା ବି ପଢ଼ନ୍ତୁ | ଦେଶରେ ସାର୍ବଜନୀନ ଟିକାକରଣ ହେଉ, ରାଜ୍ୟମାନଙ୍କୁ ଟିକା ମାଗଣା ମିଳୁ: ସୁପ୍ରିମ କୋର୍ଟରେ ମମତା ସରକାର

ପାଣିପାଗ ବିଶେଷଜ୍ଞମାନଙ୍କ କହିବା ଅନୁଯାୟୀ ଭାରତ ମହାସାଗରରେ ଏବେ ଡାଇପଲ୍‌ ସିଷ୍ଟମ୍‌ ସ୍ୱାଭାବିକ ରହିଛି, ଯାହା ବର୍ଷା କରାଇବାରେ ସହାୟକ ହେବ। ଏହା ସାଙ୍ଗକୁ ଲା’ଲିନା ମଧ୍ୟ ସ୍ୱାଭାବିକ ରହିଛି। ବର୍ତ୍ତମାନ ଦକ୍ଷିଣ ଗୋଲାର୍ଦ୍ଧରୁ ବିଷୁବ ରେଖା ଦେଇ ଭାରତ ଆଡ଼କୁ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆସୁଛି । ଫଳରେ ଆରବ ସାଗର ଓ ବଙ୍ଗୋପସାଗରରୁ ପବନ ବହିବା ଆରମ୍ଭ ହୋଇଛି। ଏହା ସହ ବଙ୍ଗୋପସାଗରରେ ଆସନ୍ତା ୯ ତାରିଖ ବେଳକୁ ଏକ ଘୁର୍ଣ୍ଣିବଳୟ ସୃଷ୍ଟି ହେବ, ଯାହା ମୌସୁମୀ ବାୟୁକୁ ସକ୍ରିୟ କରିବ ବୋଲି ପାଣିପାଗ ବିଶେଷଜ୍ଞ କହିଛନ୍ତି ।

ଏହା ବି ପଢ଼ନ୍ତୁ | ଅଭିନେତ୍ରୀ ଶିଳ୍ପା ଶେଟ୍ଟୀଙ୍କ ବର୍ଷକର ଝିଅ ସମେତ ପୂରା ପରିବାର କରୋନା ସଂକ୍ରମିତ ହେଲା

ପାଣିପାଗ ବିଭାଗର ଟ୍ୱିଟ୍


ଏହା ବି ପଢ଼ନ୍ତୁ | ମମତା ବାନାର୍ଜୀଙ୍କୁ ‘ଦେଶର ନେତା’ ବୋଲି କହିଲେ ବରିଷ୍ଠ କଂଗ୍ରେସ ନେତା; ବଢୁଛି ଦିଦିଗିରି

‘‘ଏ ଥର ଲାଗୁଛି ମୌସୁମୀ ସଠିକ୍‌ ସମୟରେ ବା ଦୁଇ ଦିନ ପୂର୍ବରୁ ଆସିପାରେ । କେରଳକୁ ଜୁନ କିମ୍ବା ଏହା ପୁର୍ବରୁ ମଧ୍ୟ ଆସିପାରେ ବୋଲି ବର୍ତ୍ତମାନର ମଡେଲ ଇଶାରା କରୁଛି । ଓଡିଶାକୁ ଜୁନ୍‌ ପ୍ରଥମ ସପ୍ତାହରେ ଅର୍ଥାତ ୮ ତାରିଖ ଭିତରେ ମୌସୁମୀ ବାୟୁ ପ୍ରବେଶ କରିବ,’’ କହିଛନ୍ତି ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ରନାଥ ପଶୁପାଳକ ।

ଏହା ବି ପଢ଼ନ୍ତୁ | କରୋନା ପ୍ରଭାବ: ମେ ୯ରୁ ରାଜଧାନୀ, ଶତାବ୍ଦୀ ଦୂରନ୍ତୋ ଏକ୍ସପ୍ରେସ ସମେତ ୨୮ଟି ଟ୍ରେନ୍ ଚଳାଚଳ ବନ୍ଦ ହେବ

ରାଜ୍ୟରେ ଖରା ଓ ଗରମ ଜାରି ରହିଥିବା ବେଳେ କିଛି ସ୍ଥାନରେ କାଳବୈଶାଖୀ ଯୋଗୁ ବର୍ଷା ମଧ୍ୟ ଜାରି ରହିଛି । ଆସନ୍ତା ୧୧ ତାରିଖ ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ଲାଗି ରହିବ କାଳବୈଶାଖୀ ବର୍ଷା। ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ନୂଆପଡ଼ା, କଳାହାଣ୍ଡି, କନ୍ଧମାଳ, ରାୟଗଡା, ଗଜପତି, ସୁନ୍ଦରଗଡ଼, କେନ୍ଦୁଝର, ମୟୁରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା ଓ ଜଗତସିଂହପୁରରେ କାଳବୈଶାଖୀ ବର୍ଷାର ସମ୍ଭାବନା ନେଇ ୟେଲୋ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ । ୧୧ ତାରିଖ ପର୍ଯ୍ୟନ୍ତ ଏହାର ପ୍ରଭାବରେ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବ ନାହିଁ । ଏହା ପରେ କ୍ରମେ ତାପମାତ୍ରା ୨ରୁ ୩ ଡିଗ୍ରୀ ବୃଦ୍ଧି ପାଇବ ।



ଓଡି଼ଶାରେ ଏ ବର୍ଷ କୃଷି ଋତୁରେ କେତେ ପରିମାଣର ବର୍ଷା ହେବ ତାହା ମେ ମାସ ଶେଷ ସୁଦ୍ଧା ସ୍ପଷ୍ଟ ହେବ ବୋଲି କହିଛନ୍ତି ପାଣିପାଗ ବିଶେଷଜ୍ଞମାନେ ।
Published by: Anand ST Das
First published: May 7, 2021, 11:20 PM IST