ସାରା ରାଜ୍ୟକୁ ଛୁଇଁଲା ମୌସୁମୀ; ଅନେକ ଜିଲ୍ଲାରେ ପ୍ରବଳ ବର୍ଷା

ସାରା ରାଜ୍ୟକୁ ଛୁଇଁଲା ମୌସୁମୀ ବାୟୁ। ଆଜି ସାରା ରାଜ୍ୟକୁ ଅଗ୍ରସର ହେଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ । ଏନେଇ ଟ୍ୱିଟ୍‌ କରି ସୂଚନା ଦେଇଛନ୍ତି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର।

ସାରା ରାଜ୍ୟକୁ ଛୁଇଁଲା ମୌସୁମୀ

ସାରା ରାଜ୍ୟକୁ ଛୁଇଁଲା ମୌସୁମୀ

  • Share this:
News18 Odia Digital

ଭୁବନେଶ୍ବର: କମୁଛି ତାପମାତ୍ରା ବଢୁଛି ବର୍ଷା। ଆଜି ସାରା ରାଜ୍ୟକୁ ଛୁଇଁଛି ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ। ଗତ ୧୬ ତାରିଖରେ ଦକ୍ଷିଣ ଓଡ଼ିଶାର କିଛି ଅଂଶ ରେ ମୌସୁମୀ ପ୍ରବେଶ କରିବାର ୪ ଦିନ ପରେ ସାରା ରାଜ୍ୟକୁ ଆଜି ପ୍ରବେଶ କରିଛି ମୌସୁମୀ। ଫଳରେ କିଛି ଜିଲ୍ଲାରେ ଭଲ ବର୍ଷା ହୋଇଥିବାବେଳେ ଏବେ ବି ଅନେକ ଜିଲ୍ଲାରେ ନାହିଁ ବର୍ଷା।

ଗତ ୨୪ ଘଣ୍ଟାରେ ମୟୁରଭଞ୍ଜର କରଞ୍ଜିଆରେ ୧୭୦ ମିମି ବର୍ଷା ହୋଇଥିବାବେଳେ କଟକର ବାଙ୍କୀ ଠାରେ ୧୬୪ ମିମି, ଉଦଳାରେ ୮୪.୪ମିମି, ବାଲେଶ୍ୱରରେ ୬୯ମିମି, ଗଞ୍ଜାମରେ ୬୬ମିମି, ଖୋର୍ଦ୍ଧାରେ ୬୬ମିମି ଓ ସମ୍ବଲପୁରରେ ୬୫ମିମି ବର୍ଷା ରେକର୍ଡ ହୋଇଛି।

୬ ଦିନ ଭିତରେ ରାଜ୍ୟରେ ୩୨% ନିଆଣ୍ଟିଆ ବର୍ଷାର କ୍ଷତି ଭରଣା ହେଇଛି। ତଥାପି ଏବେ ବି ରାଜ୍ୟରେ ୪୮% କମ ବର୍ଷା ହୋଇଥିବା ରେକର୍ଡ ହୋଇଛି। ତେବେ ଦୁଇ ଦିନ ପରେ ବର୍ଷାର ପରିମାଣ ଆଉରି ବଢ଼ିବା ସହ ସାରା ରାଜ୍ୟରେ ବର୍ଷା ହେବା ନେଇ ପାଣିପାଗ ବିଭାଗ କହିଛି।

ଅନ୍ୟପଟେ ପାଣିପାଗ ବିଶେଷଜ୍ଞଙ୍କ ଆକଳନ ଅନୁଯାୟୀ ଯଦିଓ ସାରା ରାଜ୍ୟକୁ ପ୍ରବେଶ କରିଛି ମୌସୁମୀ କିନ୍ତୁ ଦୁର୍ବଳ ରହିଛି। ଫଳରେ ଆଭ୍ୟନ୍ତରୀଣ ଓଡ଼ିଶା ଓ ଉତ୍ତର ଓଡ଼ିଶାର କିଛି ଜିଲ୍ଲାକୁ ଛାଡ଼ି ଦେଲେ ଅନ୍ୟ କେଉଁଠି ବର୍ଷାର ପ୍ରଭାବ ସେତେଟା ଦେଖିବାକୁ ମିଳୁନାହିଁ।

ଆରବ ସାଗରରୁ ମୌସୁମୀ ବାୟୁର ପ୍ରବାହ ସେତେଟା ଶକ୍ତିଶାଳୀ ହେଉନାହିଁ। କିମ୍ବା ବର୍ତ୍ତମାନ ସମୁଦ୍ରରରେ କୌଣସି ସିଷ୍ଟମ ନାହିଁ ଯାହା ମୌସୁମୀକୁ ଶକ୍ତିଶାଳୀ କରିବ। ଫଳରେ ଦିନର ତାପମାତ୍ରା ଓ ବାୟୁମଣ୍ଡଳରେ ଥିବା ଜଲୀୟବାଷ୍ପ ଘଡ଼ଘଡ଼ି ସହ ଅଳ୍ପ ବର୍ଷା କରାଉଛି। ଦକ୍ଷିଣ ପଶ୍ଚିମରୁ ଉତ୍ତର ଓଡ଼ିଶା ଅଗ୍ରସର ହେବା ସମୟରେ କିଛି ଜିଲ୍ଲାରେ ଭଲ ବର୍ଷା ହେଉଛି। ନଚେତ ଉପକୂଳକୁ ଶକ୍ତ ମୌସୁମୀ ପବନ ପହଁଚି ପାରୁନାହିଁ। ଫଳରେ ଉପକୂଳରେ ବିଶେଷ ବର୍ଷା ହେଉନାହିଁ। ଆଗାମୀ ୩୦ ତାରିଖ ପର୍ଯ୍ୟନ୍ତ ବିଶେଷ ବର୍ଷା ହେବନାହିଁ ବୋଲି ବିଶେଷଜ୍ଞ କହିଛନ୍ତି।

ଆସନ୍ତା ୨୪ ଘଣ୍ଟାରେ ଉତ୍ତର ଉପକୂଳରେ ବର୍ଷା ହେବା ନେଇ ପାଣିପାଗ ବିଭାଗ ସୂଚନା ଦେଇଛି। ୨୧ ରୁ ୨୪ ମଧ୍ୟରେ ରାଜ୍ୟର ଅଧିକାଂଶ ସ୍ଥାନରେ ବର୍ଷା ନେଇ ଆକଳନ କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର।
Published by:Lipina Das
First published: