ଦିଲ୍ଲୀ ଚାଲାଣ ହେଉଥିବା ବେଳେ କଟକରୁ ଟଙ୍କା ଜବତ ହୋଇଛି (ପ୍ରତୀକାତ୍ମକ ଛବି)
News18 Odisha Digital
କଟକ: କଟକ ରେଳଷ୍ଟେସନରୁ ୨୪ ଲକ୍ଷ ୫୦ ହାଜର ଟଙ୍କା ଜବତ କରାଯାଇଛି। GRP ଓ RPFର ମିଳିତ ଚଢ଼ାଉ କରି ଏହି ଟଙ୍କା ଜବତ କରିବା ସହ ଟଙ୍କା ନେଇ ଯାଉ ଥିବା ଜଣେ ବ୍ୟକ୍ତିଙ୍କୁ ଅଟକ ରଖାଯାଇଛି। ସମ୍ପୃକ୍ତ ବ୍ୟକ୍ତିଙ୍କ ନାଁ ଏ. କେ ସ୍ବାଇଁ ଓ ସେ ଭୁବନେଶ୍ୱର ଶାସ୍ତ୍ରୀ ନଗରରେ ରହୁଥିବା ଜଣା ପଡ଼ିଛି।
ଭୁବନେଶ୍ୱରରୁ ନୂଆଦିଲ୍ଲୀ ଯାଉଥିବା ରାଜଧାନୀ ଏକ୍ସପ୍ରେସରେ ବିପୁଳ ପରିମାଣର ଟଙ୍କା ଯାଉଥିବା ସମ୍ପର୍କରେ ଆଜି ସକାଳୁ GRPକୁ ଏକ ଖବର ମିଳି ଥିଲା। ଏହି ଖବର ପାଇବା ପରେ GRP ଓ RPF ର ଏକ ମିଳିତ ଟିମ କଟକ ରେଳଷ୍ଟେସନ ରେ ଜଗି କରି ରହିଥିଲେ। ଟ୍ରେନଟି ସକାଳ ପ୍ରାୟ ସାଢ଼େ ୧୦ଟା ସମୟରେ ଷ୍ଟେସନରେ ପହଞ୍ଚିବା ପରେ ଏହି ମିଳିତ ଟିମ ଟ୍ରେନର ଏକ ନିର୍ଦ୍ଦିଷ୍ଟ ବଗିରେ ଚଢ଼ାଉ କରିଥିଲେ।
ଚଢ଼ାଉ ସମୟରେ ନିଜକୁ ଏ କେ ସ୍ବାଇଁ ପରିଚୟ ଦେଉଥିବା ଜଣେ ବ୍ୟକ୍ତି ଙ୍କ ପାଖରୁ ୪ଟି ଟ୍ରଲି ବ୍ୟାଗ ଜବତ ହୋଇଥିଲା ଓ ସେହି ବ୍ୟାଗ ଗୁଡିକରେ ଉଭୟ ୨୦ ଟଙ୍କିଆ ଓ ୧୦ ଟଙ୍କିଆ ନୋଟ ବିଶିଷ୍ଟ ଅନେକ ବଣ୍ଡଲ ଜବତ ହୋଇଥିଲା। ଏହା ଦେଖିବା ପରେ ପୋଲିସ ଟଙ୍କା ନେଇ ଯାଉଥିବା ବ୍ୟକ୍ତିଙ୍କୁ ଅଟକ ରଖି ଜେରା କରୁଛି ଖବର ପାଇ ଉଭୟ ବିଭାଗର ବରିଷ୍ଠ ପୋଲିସ ଅଧିକାରୀ କଟକ ରେଳ ଷ୍ଟେସନରେ ପହଞ୍ଚିଥିଲେ। ମୋଟ ଏକ ଲକ୍ଷ ୪୦ ହାଜର ଟଙ୍କାର ୧୦ ଟଙ୍କିଆ ଓ ୨୩ ଲକ୍ଷ ୧୦ ହଜାର ଟଙ୍କାର ୨୦ ଟଙ୍କିଆ ନୋଟ ଜବତ ହୋଇଛି।
Published by:Soumya Das
First published: