ପରିଣତ ବୟସରେ ରୋଗାକ୍ରାନ୍ତ ଶ୍ୟାମ ସୁନ୍ଦର; ଚିକିତ୍ସାରେ ଅର୍ଥ ସାଜିଛି ବାଧକ, ପୈତୃକ ସମ୍ପତ୍ତି ମାଡ଼ିବସିଛି ଭାଇ
- News18 Odia
- Last Updated :
- Jagatsinghapur, India
News 18 Odia Digital
ଜଗତସିଂହପୁର; ୮୦ ବର୍ଷ ବୟସରେ ବୃଦ୍ଧ ଶ୍ୟାମ ସୁନ୍ଦର ମହାରଣା ଓ ପତ୍ନୀଙ୍କର ଦୁର୍ଦ୍ଦଶା । ଦିନେ ଯେଉଁ ହାତରେ ଭଳିକି ଭଳି କାଠର କାରିଗରୀ ଫୁଟି ଉଠୁଥିଲା ଆଜି ସେହି ଲୋକର ଅବସ୍ଥା ବୁଝିବାକୁ କେହି ନାହାନ୍ତି । ଭାଇ ବି ଭଗାରୀ ସାଜିଛି । ପୈତୃକ ସମ୍ପତି ବିବାଦ ଯୋଗୁଁ ସବୁକିଛି ଥାଇବି ଆଜି ବେସାହାରା ଶ୍ୟାମ ସୁନ୍ଦରଙ୍କ ପରିବାର । କାରଣ ଶ୍ୟାମ ସୁନ୍ଦରଙ୍କ ଭାଇ ବାଧକ ହୋଇ ରହିଛନ୍ତି।
ଜଗତସିଂହପୁର ଜିଲ୍ଲା ତୁମ୍ବା ଅଂଡେଇ ସାହି ପଂଚାୟତ ଆଗର ଗାଁର ଅସହାୟ ବୃଦ୍ଧ ଶ୍ୟାମ ସୁନ୍ଦର ମହାରଣା । ବୟସ ଅଶୀ ଛୁଇଁଲାଣି । ଦୀର୍ଘ ୧୨ବର୍ଷ ତଳେ ବ୍ରେନ ଷ୍ଟୋକ ହୋଇ ପକ୍ଷାଘାତ ପିଡିତା ହେବା ସହିତ ଏବେ ଅଚଳ ଅବସ୍ଥାରେ ଅଛନ୍ତି । ବାର୍ଦ୍ଧକ୍ୟ ଭତ୍ତା ଓ ରାସନ କାର୍ଡ ମିଳୁଥିବା ଚାଉଳ ଯେପରି ସମୁଦ୍ରକୁ ଶଙ୍ଖେ । ଓଳିଏ ଖାଇଲେ ଓଳିଏ ଉପାଷ ରୁହନ୍ତି । ଭଙ୍ଗା ଦଦରା ଘରେ ପଲିଥିନ ଟାଣି ଜୀବନ ବିତୁଛି । କେବଳ ପେଟକୁ ଦିମୁଠା ଖାଇ ବଞ୍ଚି ରହିବା ପାଇଁ ଯେମିତି ଖାଲି ରୋଷେଇ ହୁଏ । ଆଉ ବର୍ଷା ବାତ୍ୟା ହେଲେ ଅବସ୍ଥା ନ କହିବା ଭଲ । ସ୍ତ୍ରୀ ପର ଘରେ କାମ କରି ଯାହା ଦି ପଇସା ଆଣନ୍ତି ସେଥିରେ ପରିବାର ଚଳେ । ଏପରି ସ୍ଥଳେ ନିଜ ଚିକିତ୍ସା କିପରି କରିବେ ସେ ନେଇ ଚିନ୍ତାରେ ଶ୍ୟାମ ସୁନ୍ଦର ।
ସରକାର କିମ୍ବା କୌଣସି ସାମାଜିକ ଅନୁଷ୍ଠାନ ପକ୍ଷରୁ ଚିକିତ୍ସା ପାଇଁ କୌଣସି ସାହାର୍ଯ୍ୟ ମିଳିନାହିଁ । ଯାହା ଅଳ୍ପ କିଛି ଜମି ବାଡ଼ି ଅଛି ତାହା ମଧ୍ୟ ବିବାଦ ଥିବାରୁ ନିଜ ପୈତୃକ ସମ୍ପତିରୁ ଦୂରେଇ ରଖିଛନ୍ତି ଶ୍ୟାମ ସୁନ୍ଦରଙ୍କ ଭାଇ । ଫଳରେ ଅତି ଦୟନୀୟ ଅବସ୍ଥାରେ ପାଲ ଟାଣି ଝାଟିମାଟି ଘରେ ବିତୁଛି ଜୀବନ । ଏପରି ସ୍ଥଳେ ପ୍ରଶାସନିକ ଏବଂ ବେସରକାରୀ ସ୍ତରରେ ସହାୟତାର ହାତ ବଢ଼ାଇବା ପାଇଁ ଅନୁରୋଧ କରିଛନ୍ତି ପଡୋଶୀ, ଗ୍ରାମବାସୀ ଓ ସ୍ଥାନୀୟ ସରପଞ୍ଚ । ଶ୍ୟାମ ସୁନ୍ଦରଙ୍କର ଏଭଳି ଅବସ୍ଥାରେ ସରକାରୀ ସ୍ତରରେ ହେଉ ବା ବେସରକାରୀ ଅନୁଷ୍ଠାନ ପକ୍ଷରୁ ସହାର୍ଯ୍ୟର ହାତ ବଢ଼ାଇଲେ ଏହି ପରିବାର ଚିର ଉପକୃତ ହୋଇପାରନ୍ତେ ।
Published by:Soubhagya Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।