ଦଳ ନିଷ୍ପତ୍ତି ବାହାରକୁ ଯାଇ ଦ୍ରୌପଦୀଙ୍କୁ ଭୋଟ ଦେଲେ ବିଧାୟକ ମୋକିମ୍‌

ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ଭୋଟ ଦେଇଛନ୍ତି କଂଗ୍ରେସ ବିଧାୟକ ମହମ୍ମଦ ମୋକିମ। ଦ୍ରୌପଦୀଙ୍କୁ ଭୋଟ ଦେବା ପରେ ବିଧାୟକ ମହମ୍ମଦ ମୋକିମ ନିଜର ପ୍ରତିକ୍ରିୟାରେ କହିଛନ୍ତି, ମାଟିର ଝିଅଙ୍କୁ ଭୋଟ ଦେଲି।

ଦ୍ରୌପଦୀ ମୁର୍ମୁଙ୍କୁ ଭୋଟ ଦେଲେ ବିଧାୟକ ମୋକିମ (ପ୍ରତୀକାତ୍ମକ ଛବି)

ଦ୍ରୌପଦୀ ମୁର୍ମୁଙ୍କୁ ଭୋଟ ଦେଲେ ବିଧାୟକ ମୋକିମ (ପ୍ରତୀକାତ୍ମକ ଛବି)

  • Share this:
News18 Odia Digital

ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ଭୋଟ ଦେଇଛନ୍ତି କଂଗ୍ରେସ ବିଧାୟକ ମହମ୍ମଦ ମୋକିମ। ଦ୍ରୌପଦୀଙ୍କୁ ଭୋଟ ଦେବା ପରେ ବିଧାୟକ ମହମ୍ମଦ ମୋକିମ ନିଜର ପ୍ରତିକ୍ରିୟାରେ କହିଛନ୍ତି, ମାଟିର ଝିଅଙ୍କୁ ଭୋଟ ଦେଲି। ତାଙ୍କ ବିଜୟରେ ମୋର ଗୋଟିଏ ଭୋଟ ମିଶିଲେ ମୁଁ ଗର୍ବିତ ହେବି"।



ରାଷ୍ଟ୍ରପତି ନିର୍ବାଚନ ପାଇଁ ଦଳୀୟ ହୁଇପ୍ ଜାରି ହୋଇ ନଥାଏ। ଏଣୁ ମୁଁ ନିଜର ବିବେକ ଅନୁଯାୟୀ ଭୋଟ୍ ଦେଇଛି। ଜଣେ ଓଡ଼ିଆ ହିସାବରେ ମୁଁ ଏହି ନିଷ୍ପତ୍ତି ନେଇଛି କହିଛନ୍ତି ମୋକିମ୍।

ସେପଟେ ହାଇ କମାଣ୍ଡଙ୍କ ସହ ଏନେଇ କଥା ହୋଇଛନ୍ତି ନରସିଂହ ମିଶ୍ର। ମୋକିମ ଭୋଟ ଦେବା ନେଇ କମାଣ୍ଡଙ୍କୁ ଅବଗତ କରିଛନ୍ତି ନରସିଂହ ମିଶ୍ର।



NDA ପ୍ରାର୍ଥୀଙ୍କୁ ମୋକିମ ଭୋଟ ଦେବା ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା । ସେ କହିଛନ୍ତି ଦଳର ନିଷ୍ପତ୍ତି ବାହାରକୁ ଯାଇ ବିଜେପି ପ୍ରାର୍ଥୀଙ୍କୁ ମୋକିମ୍‌ ଭୋଟ ଦେବା ଦୁଃଖର ବିଷୟ । ଯଶବନ୍ତ ସିନ୍ନାଙ୍କୁ ଭୋଟ ଦେବା ପାଇଁ ଥିଲା ହାଇକମାଣ୍ଡଙ୍କ ନିର୍ଦ୍ଦେଶ ଦେଇଥିଲେ ।

ଏହି ଘଟଣାକୁ ପିସିସି ସଭାପତି ଶରତ ପଟ୍ଟନାୟକ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ସେ କହିଛନ୍ତି, ଏହି ଘଟଣାର ତଦନ୍ତ କରାଯାଇ ହାଇକମାଣ୍ଡଙ୍କୁ ରିପୋର୍ଟ ଦିଆଯିବ। ତାପରେ ହାଇକମାଣ୍ଡ ଯାହା ନିଷ୍ପତ୍ତି ନେବେ। ଏଣେ କଂଗ୍ରେସ ବିଧାୟକ ମହମ୍ମଦ ମୋକିମ ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ଭୋଟ ଦେବା ଘଟଣା ଦୁର୍ଭାଗ୍ୟଜନକ। ସେ ବିଜେପି ଆଡ଼କୁ ଢଳୁଛନ୍ତି କି ବିଜେଡିକୁ ଯାଉଛନ୍ତି, ସେଇଟା ବରିଷ୍ଠ କଂଗ୍ରେସ ବିଧାୟକ ମହମ୍ମଦ ମୋକିମ କହିପାରିବେ।
Published by:Soumya Das
First published: