କୋକୋ ଓ ଜୋଜୋ ଆପରେ ଋଣ ଦେଇ ଠକେଇ ଘଟଣା; ୟୁପିରୁ ବନ୍ଧାହେଲା ମାଷ୍ଟରମାଇଣ୍ଡ

କୋକୋ ଓ ଜୋଜୋ ଆପରେ ଋଣ ଦେଇ ଠକେଇ ଘଟଣାରେ ୟୁପିରୁ ବନ୍ଧାହେଲା ମାଷ୍ଟରମାଇଣ୍ଡ୍। ଉତ୍ତରପ୍ରଦେଶରୁ ମହମ୍ମଦ ଜାଭେଦ ସାଇଫିକୁ ଗିରଫ କଲା କ୍ରାଇମବ୍ରାଞ୍ଚ ଇଓଡବ୍ଲୁ ଟିମ।

ମହମ୍ମଦ ଜାଭେଦ ସାଇଫିକୁ ଗିରଫ କଲା କ୍ରାଇମବ୍ରାଞ୍ଚ ଇଓଡବ୍ଲୁ ଟିମ (ପ୍ରତୀକାତ୍ମକ ଛବି)

ମହମ୍ମଦ ଜାଭେଦ ସାଇଫିକୁ ଗିରଫ କଲା କ୍ରାଇମବ୍ରାଞ୍ଚ ଇଓଡବ୍ଲୁ ଟିମ (ପ୍ରତୀକାତ୍ମକ ଛବି)

  • Share this:
News18 Odia Digital

ଭୁବନେଶ୍ୱର: କୋକୋ ଓ ଜୋଜୋ ଆପରେ ଋଣ ଦେଇ ଠକେଇ ଘଟଣାରେ ୟୁପିରୁ ବନ୍ଧାହେଲା ମାଷ୍ଟରମାଇଣ୍ଡ୍। ଉତ୍ତରପ୍ରଦେଶରୁ ମହମ୍ମଦ ଜାଭେଦ ସାଇଫିକୁ ଗିରଫ କଲା କ୍ରାଇମବ୍ରାଞ୍ଚ ଇଓଡବ୍ଲୁ ଟିମ।

ମହମ୍ମଦ ଜାଭେଦ ଗାଜିଆବାଦ କୋର୍ଟରେ ହାଜର ପରେ ଟ୍ରାନଜିଟ ରିମାଣ୍ଡରେ ଆଣିଛି ଇଓଡବ୍ଲୁ ଟିମ। ଗିରଫ ପରେ ସାମ୍ନାକୁ ଆସିଛି କୋକୋ ଜୋଜୋ ଆପର ସିକ୍ରେଟ। ବିନା ଆରବିଆଇର ପଞ୍ଜିକରଣରେ ଏଇଭଳି ଚାଲିଥିଲା ଏହି ଦୁଇ ଆପ। ବିନା ଏନବିଏଫସି ଅନୁମତି ନ ନେଇ ବେଆଇନ ଭାବେ ଚଳାଇଥିଲେ ଲୋନ ଆପ। ଆଉ ଠକେଇ ପାଇ ଆପ ଜରିଆରେ ରଚାଯାଇଥିଲା ଷଡ଼ଯନ୍ତ୍ର।

"ଇନଷ୍ଟାଣ୍ଟ ଲୋନ ଦେବା ଆଳରେ ଆପ ଜରିଆରେ ଲୋକଙ୍କୁ ଦେଉଥିଲେ ଋଣ।ପରେ ଆପ ଡାଉନଲୋଡ଼ କରାଇ ଟଙ୍କା ପଠାଇ ବିଛାଉଥିଲେ ଠକାମିର ଜାଲ । ଲୋକଙ୍କୁ ଆପ ଡାଉନଲୋଡ଼ କଲେ ଆପ ଜରିଆରେ ଅଟୋମେଟିକ ଆକାଉଣ୍ଟ ରେ ଆସିଯାଉଥିଲା ଟଙ୍କା । ୩ରୁ ୧୦ ହଜାର ପର୍ଯନ୍ତ ଋଣ ଦେଉଥିଲା ମୋବାଇଲ ଆପ କୋକୋ ଓ ଜୋଜୋ। ଏନେଇ ଦୁଇ ଆପର କାରନାମା ପଦାକୁ ଆସିବା ପରେ ଇଓଡବ୍ଲୁ ଅଭିଯୋଗ ଜଣାଇଥିଲା ଆରବିଆଇ,"କହିଛନ୍ତି ଇ.ଓ.ଡବ୍ଲ୍ୟ ଏସପି ଦିଲ୍ଲୀପ ତ୍ରିପାଠୀ ।

ଆର. ବି.ଆଇ ନିୟମ ଅଧିନ ଏନ୍‌.ବି.ଏଫ.ସିରେ ପଞ୍ଜିକୃତ ହୋଇନଥିବା କିଛି ଆପ୍ ବ୍ୟବହାର କରିବା ଲୋକଙ୍କୁ ମହଙ୍ଗା ପଡ଼ିଛି। ଋଣ ପାଇବା ଆଶାରେ ରାଜ୍ୟର ପ୍ରାୟ ଦେଢ଼ ଲକ୍ଷ ଲୋକ କୋଟି କୋଟି ଟଙ୍କା ହରାଇଛନ୍ତି। ଏନେଇ କ୍ରାଇମ୍‌ବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା(ଇ.ଓ.ଡବ୍ଲ୍ୟୁ)ରେ ଅଭିଯୋଗ ହେବା ପରେ  ତଦନ୍ତ ଆରମ୍ଭ କରିଛି । ଲୋକଙ୍କ ଟଙ୍କା ହଡ଼ପ କରିଥିବା ଗୁରୁଗ୍ରାମର ମହାଗ୍ରାମ୍ ପେମେଣ୍ଟ ପ୍ରାଇଭେଟ୍ ଲିମିଟେଡ୍‌ର ପ୍ରାୟ ୬.୫୭କୋଟି ଟଙ୍କା ଅଚଳ କରିଦେଇଛି ଇଓଡ଼ବ୍ଲ୍ୟୁ । ଏହାସହ ଲୋକଙ୍କୁ ଋଣପ୍ରଦାନକାରୀ ଅଣପଞ୍ଜିକୃତ ଆପ ଠାରୁ ଦୁରେଇ ରହିବା ପାଇଁ ପରାମର୍ଶ ଦିଆଯାଇଛି।

ସୂଚନାଯୋଗ୍ୟ, ଏହି ଅଣପଞ୍ଜିକୃତ ଆପ୍ ମୋବାଇଲରେ ଡାଉନଲୋଡ୍ କରିବା ମାତ୍ରେ ମୋବାଇଲ୍‌ରେ ଥିବା ବ୍ୟକ୍ତିଗତ ତଥ୍ୟ, ଫଟୋ ସମେତ ସମସ୍ତ କଣ୍ଟାକ୍ଟ ନମ୍ବର ଆଦି ହ୍ୟାକ୍ ହେବାର ଆଶଙ୍କା ରହିଥାଏ। ଅପରପକ୍ଷେ ସପ୍ତାହେ ମଧ୍ୟରେ ମୂଳ ଟଙ୍କା ଫେରସ୍ତ କରିବା ସହିତ ୫ଗୁଣା ଅଧିକ ସୁଧ ନ ଦେଲେ ନାନା ଉପାୟରେ ହଇରାଣ କରାଯାଉଛି। ଋଣଗ୍ରହିତାର ଫଟୋକୁ ‘ଦେବାଳିଆ’ ବୋଲି ଉଲ୍ଲେଖ କରି ପରିବାର ଲୋକ, ସାଙ୍ଗ ଓ ସଂପର୍କୀୟଙ୍କୁ ମେସେଜ୍ କରାଯାଏ । ଏପରିକି ଫଟୋ ଏଡିଟ୍ କରି ବ୍ଲାକମେଲ୍‌ ମଧ୍ୟ କରାଯାଉଛି । ଏଥିପାଇଁ ମାର୍ଗଦର୍ଶିକା ଜାରି କରିବା ସହିତ ଆପ୍ ବ୍ୟବହାର ନକରିବାକୁ ପରାମର୍ଶ ଦେଇଛି । ଅପରପକ୍ଷରେ ଯେଉଁମାନେ ଆପ୍ ଦ୍ବାରା ଟଙ୍କା ନେଇଛନ୍ତି, ସେମାନେ ଉକ୍ତ ଆପକୁ ଟଙ୍କା ନ ଦେବାକୁ କୁହାଯାଇଛି। ଅନେକ ସମୟରେ ଲୋକଙ୍କୁ ଟଙ୍କା ପାଇଁ ଆତ୍ମହତ୍ୟା ଭଳି ଚରମ ନିଷ୍ପତ୍ତି ନେବାକୁ ବାଧ୍ୟ କରାଯାଉଛି। ତେଣୁ ଏ ସଂକ୍ରାନ୍ତରେ ଥାନାରେ ଅଭିଯୋଗ କରିବାକୁ କୁହାଯାଇଛି।
Published by:Soumya Das
First published: