ଆଜି PM ମୋଦି ଓଡ଼ିଶାର ବାତ୍ୟା ଅଞ୍ଚଳ ଗସ୍ତରେ ଆସୁଛନ୍ତି; କାଲି ବୁଲି ଦେଖିଥିଲେ CM ନବୀନ

ଭୁବନେଶ୍ବରରେ ପହଞ୍ଚି ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ବାତ୍ୟା ସମୀକ୍ଷା ବୈଠକ କରିବେ । ତାଙ୍କ ସାମନାରେ ବିଭାଗୱାରୀ କ୍ଷୟକ୍ଷତିର ଏକ ପ୍ରାରମ୍ଭିକ ରିପୋର୍ଟ ଉପସ୍ଥାପନ କରିପାରନ୍ତି ରାଜ୍ୟ ସରକାର ।

ଆଜି PM ମୋଦି ଓଡ଼ିଶାର ବାତ୍ୟା ଅଞ୍ଚଳ ଗସ୍ତରେ ଆସୁଛନ୍ତି; କାଲି ବୁଲି ଦେଖିଥିଲେ CM ନବୀନ
ନବୀନଙ୍କ ଆକାଶମାର୍ଗ ଗସ୍ତର ଏକ ଦୃଶ୍ୟ; (ଡାହାଣ) ମୋଦି (ଫାଇଲ୍ ଫଟୋ)
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଦିନ ଓଡ଼ିଶା ଓ ପଶ୍ଚିମ ବଙ୍ଗର ବାତ୍ୟା ୟାସରେ (cyclone Yaas) କ୍ଷତିଗ୍ରସ୍ତ ହୋଇଥିବା ଅଞ୍ଚଳ ଦେଖିବାକୁ ଆସୁଛନ୍ତି । ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁବାର ଦିନ ରାଜ୍ୟର ବାତ୍ୟାଞ୍ଚଳ ପରିଦର୍ଶନ କରିଥିଲେ ଓ ପ୍ରଭାବତି ଅଞ୍ଚଳରେ ପୁନରୁଦ୍ଧାର ଓ ପୁନର୍ଗଠନ କାର୍ଯ୍ୟ ଯୁଦ୍ଧକାଳୀନ ଭିତ୍ତିରେ କରିବାକୁ ଓ ସାତ ଦିନ ମଧ୍ୟରେ ଘରଭଙ୍ଗା କ୍ଷତିର ଆକଳନ କରିବାକୁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ ।

ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି (Narendra Modi) ଭୁବନେଶ୍ବରରେ ପହଞ୍ଚି ପ୍ରଥମେ ବାତ୍ୟା ପରବର୍ତ୍ତୀ ସ୍ଥିତିର ସମୀକ୍ଷା କରିବେ । ସେ ସକାଳ ୧୦ଟା ୫୦ରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିବେ । ୧୧ଟାରେ ସେ ଏକ ବାତ୍ୟା ସମୀକ୍ଷା ବୈଠକ କରିବେ ଓ ତା’ ପରେ ଅପରାହ୍ଣ ୧୨ଟା ୧୦ରେ ଆକାଶ ମାର୍ଗରୁ ରାଜ୍ୟର ବାତ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିବେ ।

ଏହା ବି ପଢ଼ନ୍ତୁ | ରିଲାଏନ୍ସ ଆରମ୍ଭ କଲା ଘରୋଇ କ୍ଷେତ୍ରର ସୁବଠୁ ବଡ଼ ମାଗଣା ଟିକାକରଣ ଅଭିଯାନ; ୮୮୦ ସହରରେ ହେବ

ମୋଦି ରାଜ୍ୟର ସର୍ବାଧିକ କ୍ଷତିଗ୍ରସ୍ତ ଜିଲ୍ଲା ବାଲେଶ୍ବର ଓ ଭଦ୍ରକ ପରେ ପଶ୍ଚିମବଙ୍ଗର ପୂର୍ବ ମେଦିନୀପୁର ଜିଲ୍ଲାର ବାତ୍ୟା କ୍ଷତିଗ୍ରସ୍ତ ଅଞ୍ଚଳ ବୁଲି ଦେଖିବେ। ଓଡ଼ିଶାରେ ବାତ୍ୟାରେ ଅଧିକ କ୍ଷତିଗ୍ରସ୍ତ ହୋଇଛି ଶକ୍ତି, ଜଳ ସଂପଦ ଓ ପଞ୍ଚାୟିତିରାଜ ଭଳି ବିଭାଗ । ଜୀବନ ବଞ୍ଚିଯିବା ପରେ ଲୋକେ ଜୀବୀକାକୁ ନେଇ ଚିନ୍ତାରେ ଅଛନ୍ତି ।

ଆକାଶ ମାର୍ଗରୁ ୟାସ୍ ପ୍ରଭାବିତ ଅଞ୍ଚଳ ଏମିତି ଦିଶୁଥିଲା ।


ଏହା ବି ପଢ଼ନ୍ତୁ | ମେନିଞ୍ଜାଇଟିସ୍ ଏକ ଗୁରୁତର ରୋଗ; ଜାଣନ୍ତୁ ଏଥିରେ ହୁଏ କେମିତି ନିଜକୁ ସୁରକ୍ଷିତ ରଖିବେ

ଭୁବନେଶ୍ବରେ ସମୀକ୍ଷା ବେଳେ ପ୍ରଧାନ ମନ୍ତ୍ରୀଙ୍କ ସାମନାରେ ବିଭାଗୱାରୀ କ୍ଷୟକ୍ଷତିର ଏକ ପ୍ରାରମ୍ଭିକ ରିପୋର୍ଟ ଉପସ୍ଥାପନ କରିପାରନ୍ତି ରାଜ୍ୟ ସରକାର । ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି, ମୁଖ୍ଯ ମନ୍ତ୍ରୀ ନବୀନ ପଟ୍ଟନାୟକ ଓ ବିରିଷ୍ଠ ଅଧିକାରୀମାନେ ଏହି ରିପୋର୍ଟ ଉପରେ ଆଲୋଚନା କରିପାରନ୍ତି ଓ ଆଲୋଚନା ପରେ ସହାୟତା ଘୋଷଣା କରିପାରନ୍ତି ପ୍ରଧାନ ମନ୍ତ୍ରୀ । ନିକଟରେ ଦେଶର ପଶ୍ଚିମ ଉପକୂଳରେ ବାତ୍ୟା ତାଉତେ ପରେ ଗୁଜରାଟ ଓ ଡିଉର କ୍ଷତିଗ୍ରସ୍ତ ଅଞ୍ଚଳ ଆକାଶ ମାର୍ଗରୁ ବୁଲି ଦେଖିବା ପେରେ ଅହମଦାବାଦରେ ଏମିତି ଏକ ସମୀକ୍ଷା କରିଥିଲେ ପ୍ରଧାନ ମନ୍ତ୍ରୀ ।

ଏହା ବି ପଢ଼ନ୍ତୁ | ଟିକା ପାଇଁ ରାଜ୍ୟଗୁଡ଼ିକ ସହ ଡିଲ୍ କରିବେନି ବିଦେଶୀ କମ୍ପାନୀ; କ’ହେବ ଗ୍ଲୋବାଲ୍‌ ଟେଣ୍ଡରର?

ଗୁରୁବାର ଦିନ ଆକାଶ ମାର୍ଗରୁ ବାତ୍ୟା ୟାସ୍‌ ଦ୍ୱାରା ପ୍ରଭାବିତ ବାଲେଶ୍ବର, ଭଦ୍ରକ ଓ କେନ୍ଦ୍ରାପଡ଼ା ଜିଲ୍ଲାର କ୍ଷୟକ୍ଷତି ଅନୁଧ୍ୟାନ କରିବା ପରେ ଏହାର ସମୀକ୍ଷା କରିଥିଲେ ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ । ବାତ୍ୟା ପ୍ରଭାବତି ଅଞ୍ଚଳରେ ପୁନରୁଦ୍ଧାର ଓ ପୁନର୍ଗଠନ କାର୍ଯ୍ୟ ଯୁଦ୍ଧକାଳୀନ ଭିତ୍ତିରେ କରିବାକୁ ଓ ସାତ ଦିନ ମଧ୍ୟରେ ଘର ଭଙ୍ଗା କ୍ଷତିର ଆକଳନ କରିବାକୁ ସେ ଅଦିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ ।

ଏହା ବି ପଢ଼ନ୍ତୁ | ଅନୁପମ ଖେର୍ଙ୍କ ପତ୍ନୀ କିରଣଙ୍କୁ କ୍ୟାନସର୍; ଅପଡେଟ୍ ଦେଇ ଅନୁପମ କହିଲେ; ‘‘କଠିନ ଚିକିତ୍ସା, କିନ୍ତୁ…’’

ଏହି ସମୀକ୍ଷା ବୈଠକ ପରେ ପଟ୍ଟନାୟକ କହିଥିଲେ ଯେ ବର୍ତ୍ତମାନ ରିଲିଫ, ପୁନର୍ଗଠନ ଓ ପୁନରୁଦ୍ଧାର ପ୍ରକ୍ରିୟା ଉପରେ ଅଧିକାରୀମାନେ ଧ୍ୟାନ କେନ୍ଦ୍ରିତ କରିବା ଉଚିତ ଓ ସର୍ବ ପ୍ରଥମେ ପାନୀୟ ଜଳ ଓ ବିଦ୍ୟୁତ ଯୋଗାଣ ପ୍ରକ୍ରିୟା ସ୍ବାଭାବିକ କରିବା ଉଚିତ । ଉପକୂଳର ମୁଖ୍ୟ ସଡ଼କଗୁଡି଼କ ଯାନବାହାନ ଚଳାଚଳ ପାଇଁ ଶୀଘ୍ର ଅବରୋଧ ମୁକ୍ତ ହେବ ବୋଲି ଆଶା ପ୍ରକାଶ କରି ପଟ୍ଟନାୟକ କହିଥିଲେ ଯେ ବାତ୍ୟାରେ ସର୍ବାଧିକ ପ୍ରଭାବିତ ଭଦ୍ରକ ଓ ବାଲେଶ୍ବର ଜିଲ୍ଲାରେ ବିଦ୍ୟୁତ ଯୋଗାଯୋଗ ପ୍ରକ୍ରିୟା ୭୫ ରୁ ୮୦ ପ୍ରତିଶତ ସ୍ବଭାବିକ ହୋଇସାରିଲାଣି । ଜଳମଗ୍ନ ହୋଇଥିବା ଅଞ୍ଚଳ ବ୍ୟତୀତ ଅନ୍ୟ ସମସ୍ତ ସ୍ଥାନରେ ବିଦ୍ୟୁତ ଯୋଗାଯୋଗ ସ୍ବଭାବିକ ହୋଇଛି ବୋଲି ସେ କହିଥିଲେ ।

ଏହା ବି ପଢ଼ନ୍ତୁ ଦେଖନ୍ତୁ ଫଟୋ | ରେସଲର୍ ସୁଶୀଲ କୁମାର ନିଜ ପ୍ରେମିକାକୁ ଭେଟିବାକୁ ଦିଲ୍ଲୀ ଆସିଥିଲେ; ସାମନାକୁ ଆସିଲା ଏକ ସ୍କୁଟି

ବାତ୍ୟା ପ୍ଭାବିତ ଅଞ୍ଚଳରେ ପାନୀୟ ଜଳ ପାଇଁ ଡିଜି ସେଟ୍‌ ଓ ଟ୍ୟାଙ୍କର୍‌ ଜରିଆରେ ବ୍ୟବସ୍ଥା କରାଯାଉଛି । ଲୋକଙ୍କ ସୁରକ୍ଷା ପାଇଁ ୧୨ଟି ଜିଲ୍ଲାରେ ମୋ’ଟ ୭ ଲକ୍ଷ ୧୦ ହଜାର ଲୋକଙ୍କୁ ସ୍ଥାନାନ୍ତର କରାଯାଇ ୮,୪୧୦ଟି ଆଶ୍ରୟ ସ୍ଥଳରେ ରଖାଯାଇଥିଲା । ଏବେ ସବୁ ୩୩ ଓ ୧୧ କେଭି ଫିଡର୍‌ ମରାମତି ପ୍ରକ୍ରିୟା ଜାରି ରହିଛି । ମୋ’ଟ ୩୦ ଲକ୍ଷ ପ୍ରଭାବିତ ଉପଭୋକ୍ତାଙ୍କ ମଧ୍ୟରୁ ଗୁରୁବାର ସୁଦ୍ଧା ୨୩ ଲକ୍ଷ ଉପଭୋକ୍ତାଙ୍କୁ ବିଜୁଳି ଯୋଗାଯୋଗ ସ୍ବଭାବିକ କରାଯାଇଛି ବୋଲି କହିଛନ୍ତି ସରକାର ।



ବୈତରଣୀ ନଦୀର ତଳ ଅଞ୍ଚଳରେ ବନ୍ୟା ଆସିବାର ସମ୍ଭାବନା ଥିବାରୁ ପ୍ରଶାସନ ସତର୍କ ଦୃଷ୍ଟି ରଖିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟ ମନ୍ତ୍ରୀ ।
Published by: Anand ST Das
First published: May 27, 2021, 10:17 PM IST