News18 Odia Digital
ଭୁବନେଶ୍ୱର: ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଦିନ ଭୁବନେଶ୍ୱରରେ ପହଞ୍ଚି ବାତ୍ୟା ୟାସ୍ କରିଥିବା କ୍ଷୟକ୍ଷତିର ସମୀକ୍ଷା କରିବା ପରେ ପ୍ରଭାବିତ ଅଞ୍ଚଳଗୁଡ଼ିକୁ ଆକାଶ ମାର୍ଗରେ ବୁଲି ଦେଖିଛନ୍ତି । ବାତ୍ୟା ପରେ ପୁନରୁଦ୍ଧାର ଓ ପୁନର୍ଗଠନ ପାଇଁ ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କ ଠାରୁ ଆର୍ଥିକ ସହାୟତା ମାଗି ନାହାନ୍ତି ।
‘‘ଏବେ ଯେହେତୁ ଦେଶରେ କରୋନା ମହାମାରୀ ନିଜ ଶୀର୍ଷରେ ଅଛି, ଆମେ କୌଣସି ତୁରନ୍ତ ଆର୍ଥିକ ସାହାଯ୍ୟ ମାଗି କେନ୍ଦ୍ର ସରକାରଙ୍କ ବୋଝ ବଢ଼ାଇ ନାହୁଁ । ଆମେ ଏହାକୁ (ବାତ୍ୟା ପୁନରୁଦ୍ଧାର ଓ ପୁନର୍ଗଠନ କାର୍ଯ୍ୟ) ଆମ ନିଜ ପାଣ୍ଠି ଖର୍ଚ୍ଚ କରି କରିବୁ ଓ ଏହି ବିପଦରୁ ବାହାରକୁ ଆସିବୁ,’’ ମୋଦିଙ୍କ ସମୀକ୍ଷା ବୈଠକରେ ଭାଗ ନେବା ପରେ ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ଟ୍ୱିଟ୍ କରି କହିଛନ୍ତି ।
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ VIDEO | ଝିଅଟି ଅଶ୍ଳୀଳ ଇଙ୍ଗିତର ବିରୋଧ କରିବାରୁ ନାବାଳକ ତାକୁ ନୃଶଂସ ଭାବେ ମାଡ଼ ମାରିଲା; VIDEO ଭାଇରାଲ୍ହେଲେ ଏହି ସମୀକ୍ଷା ବୈଠକରେ ଓଡ଼ିଶା ଉପକୂଳରେ ବାତ୍ୟାନିରୋଧୀ ସ୍ଥାୟୀ ସୁରକ୍ଷା ପାଇଁ ଦାବି ରଖିଛନ୍ତି ମୁଖ୍ୟ ମନ୍ତ୍ରୀ । ପ୍ରଧାନ ମନ୍ତ୍ରୀଙ୍କ ପାଖରେ ଓଡ଼ିଶା ରଖିଛି ଦୁଇଟି ଦୀର୍ଘକାଳୀନ ଦାବି । ଓଡ଼ିଶା ଉପକୂଳରେ ବାରମ୍ବାର ବାତ୍ୟା କ୍ଷୟକ୍ଷତି କରୁଥିବାରୁ ବାତ୍ୟାନିରୋଧୀ ସ୍ଥାୟୀ ସୁରକ୍ଷା ବ୍ୟବସ୍ଥା କରାଯାଉ । ୪୫୦ କିଲୋମିଟର ଉପକୂଳର ସୁଦୃଢ଼ୀକରଣ ପାଇଁ ଦୀର୍ଘମିଆଦି ସହାୟତା ଦିଆଯାଉ ଓ ଏଥି ସହ ବିପର୍ଯ୍ୟୟ ନିରୋଧୀ ବିଦ୍ୟୁତ୍ ଯୋଗାଣ ବ୍ୟବସ୍ଥା ପାଇଁ ଭିତ୍ତିଭୂମି ସୃଷ୍ଟି କରାଯାଉ ବୋଲି ଦାବି ରଖିଛି ଓଡ଼ିଶା । ବୈଷୟିକ ଜ୍ଞାନକୌଣଳ ଓ ଭୂତଳ କେବୁଲ ବିଛା ପାଇଁ ମଧ୍ୟ କେନ୍ଦ୍ର ସହାୟତା ଦେଉ ବୋଲି ପ୍ରଧାନ ମନ୍ତ୍ରୀଙ୍କ ପାଖରେ ଦାବି ରଖିଛନ୍ତି ମୁଖ୍ୟ ମନ୍ତ୍ରୀ ।
ଏହା ବି ପଢ଼ନ୍ତୁ | ଦେଶରେ ସାର୍ବଜନୀନ ଟିକାକରଣ ହେଉ, ରାଜ୍ୟମାନଙ୍କୁ ଟିକା ମାଗଣା ମିଳୁ: ସୁପ୍ରିମ କୋର୍ଟରେ ମମତା ସରକାର
ସମୀକ୍ଷା ବୈଠକ ପ୍ରାୟ ଏକ ଘଣ୍ଟା ଚାଲିଥିଲା ।
ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିବା ପରେ ପ୍ରଧାନ ମନ୍ତ୍ରୀ ମୋଦି ଏକ ସମୀକ୍ଷା ବୈଠକ କରିଥିଲେ । ବୈଠକରେ ରାଜ୍ୟପାଳ ଗଣେଶୀ ଲାଲ୍ ଓ ମୁଖ୍ୟ ମନ୍ତ୍ରୀଙ୍କ ସହ ଦୁଇ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ପ୍ରତାପ ଷଡ଼ଙ୍ଗୀ ମଧ୍ୟ ଯୋଗ ଦେଇଥିଲେ । ରାଜ୍ୟ ପ୍ରଶାସନର ବରିଷ୍ଠ ଅଧିକାରୀମାନେ ମଧ୍ୟ ଏହି ବୈଠକରେ ସାମିଲ ଥିଲେ । ସମୀକ୍ଷା ବୈଠକରେ ବାତ୍ୟା ୟାସର କ୍ଷୟକ୍ଷତି ଓ ପୁନରୁଦ୍ଧାର ନେଇ ଆଠ ମିନିଟର ଏକ ଭିଡିଓ ଦେଖିଥିଲେ ପ୍ରଧାନ ମନ୍ତ୍ରୀ ।
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ PHOTOS | କଂଗ୍ରେସ୍ର ସୋସିଆଲ୍ ମିଡି଼ଆ ଟିମ୍ର ମୁଖ୍ୟ ତଥା ଅଭିନେତ୍ରୀ ରମ୍ୟା ରାଜନୀତି ଓ ଫିଲ୍ମରୁ ବିଦାୟ ନେଲେପ୍ରାୟ ଏକ ଘଣ୍ଟା ଧରି ଚାଲିଥିବା ଏହି ସମୀକ୍ଷା ବୈଠକରେ ପ୍ରଧାନ ମନ୍ତ୍ରୀଙ୍କୁ ବାତ୍ୟା କ୍ଷୟକ୍ଷତି ନେଇ ସବିଶେଷ ତଥ୍ୟ ସୂଚନା ଦିଆଯାଇଥିଲା । ବୈଠକରେ ବାତ୍ୟା ପାଇଁ କେନ୍ଦ୍ରକୁ କୌଣସି ସହାୟତା ମଗାଯାଇ ନାହିଁ ବୋଲି ବୈଠକ ପରେ ସୂଚନା ଦେଇଥିଲେ ସ୍ବତନ୍ତ୍ର ରିଲିଫ କମିସନର (ଏସ୍.ଆର୍.ସି.) ପ୍ରଦୀପ ଜେନା ।
ଏହା ବି ପଢ଼ନ୍ତୁ | Bengal Polls: ରାହୁଳ ଗାନ୍ଧି ଯେଉଁ ଯେଉଁ ଆସନ ପାଇଁ ପ୍ରଚାର କରିଥିଲେ ସେଠି କଂଗ୍ରେସ ଜମାନତ ହରାଇଛି‘‘ଏହି ବୈଠକରେ ବାତ୍ୟା ୟାସ୍ ରଚିଥିବା ତାଣ୍ଡବ ଓ କ୍ଷୟକ୍ଷତି ବିଷୟରେ ମୁଖ୍ୟ ମନ୍ତ୍ରୀ ପ୍ରଧାନ ମନ୍ତ୍ରୀଙ୍କୁ କହିଥିଲେ । ଉପକୂଳରେ ଏହି ବାତ୍ୟା ବିଜୁଳି ବ୍ୟବସ୍ଥାକୁ ନଷ୍ଟ କରିଛି, ବନ୍ଧ ଭାଙ୍ଗି ଦେଇଛି, ହଜାର ହଜାର ଗଛକୁ ଭାଙ୍ଗିଦେଇଛି ଓ ଅନେକ ଗାଁକୁ ଜଳମଗ୍ନ କରିଛି ବୋଲି ଜଣାଇଥିଲେ । ପ୍ରଧାନ ମନ୍ତ୍ରୀ ବି କହିଥିଲେ ଯେ ଏ ଥର ବର୍ଷା ଖୁବ୍ ଅଧିକ ହୋଇଛି,’’ ସାମ୍ବାଦିକମାନଙ୍କୁ ଜଣାଇଥଲେ ଜେନା ।
ଏହା ବି ପଢ଼ନ୍ତୁ | ସୋସିଆଲ୍ ମିଡ଼ିଆରେ Oxygen ଓ ବେଡ୍ ବିଷୟରେ ଲେଖିଲେ କାର୍ଯ୍ୟାନୁଷ୍ଠାନ ହୋଇପାରିବ ନାହିଁ, କହିଲେ ସୁପ୍ରିମ୍ କୋର୍ଟ୍‘‘ମୁଖ୍ୟ ମନ୍ତ୍ରୀ ପ୍ରଧାନ ମନ୍ତ୍ରୀଙ୍କ ଠାରୁ ଏହି ବାତ୍ୟା ପାଇଁ କୌଣସି ଆର୍ଥିକ ସହାୟତା ନ ମାଗି ରାଜ୍ୟରେ ବାତ୍ୟାନିରୋଧକ ସ୍ଥାୟୀ ଭିତ୍ତିଭୂମି ତିଆରି କରିବା ପାଇଁ ଅନୁରୋଧ କରିଥିଲେ । ମୁଖ୍ୟତଃ ବାତ୍ୟାପ୍ରବଣ ଅଞ୍ଚଳଗୁଡ଼ିକରେ ବିପର୍ଯ୍ୟୟର ସାମନା କରିପାରିବା ପରି ବିଦ୍ୟୁତ ଭିତ୍ତିଭୂମି ନିର୍ମାଣ ଓ ଉପକୂଳକୁ ସମୁଦ୍ରର ଲଗାତର ଆଘାତ ଠାରୁ ରକ୍ଷା କରିବାକୁ ଉପକୂଳର ସୁଦୃଢ଼ୀକରଣ ପାଇଁ ସେ ଅନୁରୋଧ କରିଥିଲେ । ଏହି ଦୁଇଟି ଆବଶ୍ୟକତା ଉପରେ ଆମେ ଯୋଜନା ବନାଇବୁ । ପ୍ରକୃତରେ ଏହା ଉପରେ ଅନେକ ରିପୋର୍ଟ ତିଆରି ହୋଇ ରହିଛି,’’ କହିଥିଲେ ଜେନା ।
ଆଗାମୀ ସାତ ଦିନ ଭିତରେ ବାତ୍ୟା କ୍ଷୟକ୍ଷତି ରିପୋର୍ଟ ମିଳିବା ପରେ କେନ୍ଦ୍ରକୁ ଜଣାଯିବ ବୋଲି ସେ କହିଥିଲେ । ସମୀକ୍ଷା ବୈଠକ ସରିବା ପରେ ପ୍ରଧାନ ମନ୍ତ୍ରୀ ଆକାଶ ମାର୍ଗରୁ ବାତ୍ୟା ଅଞ୍ଚଳ ପରିଦର୍ଶନ କରିଥିଲେ । ଭଦ୍ରକ ଓ ବାଲେଶ୍ବରର ବନ୍ୟା ପ୍ରଭାବିତ ଅଞ୍ଚଳ ବି ସେ ପରିଦର୍ଶନ କରିଥିଲେ । ଏହା ପରେ ପ୍ରଧାନମନ୍ତ୍ରୀ ପଶ୍ଚିମ ବଙ୍ଗର ପୂର୍ବ ମେଦିନୀପୁର ଜିଲ୍ଲାର ବାତ୍ୟା କ୍ଷତିଗ୍ରସ୍ତ ଅଞ୍ଚଳ ବୁଲି ଦେଖିବାକୁ ଯାଇଥିଲେ ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।