ମୋଦି କବିତା ଲେଖି ଦେଶବାସୀଙ୍କୁ ନୂଆ ବର୍ଷର ଶୁଭେଚ୍ଛା ଦେଲେ, କହିଲେ ‘ଏବେ ତ ସୂର୍ଯ୍ୟ ଉଇଁଛି’
ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ଲେଖିଥିବା ଏହି କବିତାର ଏକ ଭିଡିଓ ଜାରି ହୋଇଛି । ସେଥିରେ ମୋଦି ନିଜ କଣ୍ଠ ସ୍ୱର ବି ଦେଇଛନ୍ତି । ଏହି ଭିଡିଓ ଖୁବ୍ ଦେଖାଯାଉଛି । ଆପଣ ବି ଏଇଠି ପଢ଼ନ୍ତୁ ଓ ଶୁଣନ୍ତୁ ସେହି କବିତା ।

ନରେନ୍ଦ୍ର ମୋଦି (ଫାଇଲ୍ ଫଟୋ)
- News18 Odia
- Last Updated: January 1, 2021, 4:56 PM IST
ନୂଆ ଦିଲ୍ଲୀ: କରୋନା ଭାଇରସ୍ ମହାମାରୀ (Coronavirus) ସହିତ ଲଢ଼ୁ ଲଢ଼ୁ ୨୦୨୦ ବର୍ଷଟି ଅତିବାହିତ ହୋଇଗଲା । ଏବେ ୨୦୨୧ ଆରମ୍ଭ ହୋଇସାରିଛି । ଏହି ଅବସରରେ ଦେଶର ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି (Narendra Modi) ଏକ ଉତ୍ସାହଜନକ କବିତା ମାଧ୍ୟମରେ ଦେଶବାସୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ବିଶେଷ କଥା ହେଉଛି ମୋଦି ଏହି ଭିଡିଓରେ ନିଜ କଣ୍ଠ ସ୍ୱର ବି ଦେଇଛନ୍ତି । ଏହି ଭିଡିଓକୁ ସରକାର ଶୁକ୍ରବାର ଦିନ ଜାରି କରିଛନ୍ତି ।
ସରକାରଙ୍କ ଟ୍ୱିଟର ହ୍ୟାଣ୍ଡେଲ MyGovInd ରେ ଏହି ଭିଡିଓ ସେୟାର କରାଯାଇଛି । ଏହା ସହ ଏହି ପୋଷ୍ଟରେ ଲେଖାଯାଇଛି, ‘‘ଆସନ୍ତୁ ନୂଆ ବର୍ଷର ପ୍ରଥମ ଦିନକୁ PM ମୋଦୀଙ୍କ ଦ୍ୱାରା ଲେଖାଯାଇଥିବା କବିତା ‘ଏବେ ତ ସୂର୍ଯ୍ୟ ଉଇଁଛି’ ସହିତ ଆରମ୍ଭ କରିବା ।’’ ଶୁକ୍ରବାର ସକାଳ ୧୦ଟାରେ ପୋଷ୍ଟ ହୋଇଥିବା ଏହି କବିତାର ଭିଡିଓକୁ ୧୪,୦୦୦ରୁ ଆଧିକ ଲୋକ ଦେଖିସାରିଛନ୍ତି ।
ମୋଦୀଙ୍କ ପାଞ୍ଚ ପଙ୍କ୍ତିର ସେହି ହିନ୍ଦୀ କବିତା ଓ ତା’ର ଓଡ଼ିଆ ଅନୁବାଦ ଏଇଠି ପଢ଼ନ୍ତୁ:
घने बादलों को चीरकर
रोशनी का संकल्प लें
अभी तो सूरज उगा है
ଆକାଶ ଆଡ଼କୁ ମଥା ଉଠାଇ
କଳା ମେଘକୁ ଚିରି
ଆଲୋକର ସଂକଳ୍ପ ନିଅନ୍ତୁ…
ଏବେ ତ ସୂର୍ଯ୍ୟ ଉଇଁଛି ।
ଏହା ବି ପଢ଼ନ୍ତୁ | ଗଞ୍ଜାମ: ନବବଧୂର ହାତ ଗୋଡ଼ ବାନ୍ଧି ପଡ଼ିଶା ଘର ଡୋଲିରେ ଫିଙ୍ଗିଦେଲେ ଶାଶୁଘର ଲୋକେ
दृढ़ निश्चय के साथ चलकर
हर मुश्किल को पार कर
घोर अंधेरे को मिटाने
अभी तो सूरज उगा है
ଦୃଢ଼ମନା ହୋଇ ସାଙ୍ଗରେ ଚାଲି
ପ୍ରତି ଅସୁବିଧାକୁ ଦୂର କରି
ଘନ ଅନ୍ଧକାରକୁ ଲିଭାଇବାକୁ
ଏବେ ତ ସୂର୍ଯ୍ୟ ଉଇଁଛି ।
ଏହା ବି ପଢ଼ନ୍ତୁ | ବ୍ରିଟେନରେ କରୋନାକୁ ନେଇ ରାଜ୍ୟରେ ଚିନ୍ତା: ୩୪ ବର୍ଷୀୟ ଯୁବକଙ୍କ ପରେ ୪ ବର୍ଷର ଶିଶୁ ପଜି଼ଟିଭ୍
विश्वास की लौ जलाकर
विकास का दीपक लेकर
सपनों को साकार करने
अभी तो सूरज उगा है
ବିଶ୍ୱାସର ଶିଖା ଲହରାଇ
ବିକାଶର ଦୀପ ନେଇ
ସ୍ୱପ୍ନକୁ ସାକାର କରିବାକୁ
ଏବେ ତ ସୂର୍ଯ୍ୟ ଉଇଁଛି ।
ଏହା ବି ପଢ଼ନ୍ତୁ | ବାଲେଶ୍ୱର: ବିଲ ମଝିରେ ଅଚିହ୍ନା ଯୁବତୀଙ୍କ ଉଲଗ୍ନ ମୃତ ଦେହ ମିଳିଲା; ହତ୍ଯା ସନ୍ଦେହ
न अपना न पराया
न मेरा न तेरा
सबका तेज बनकर
अभी तो सूरज उगा है
ନା ନିଜର ନା ପରର
ନା ମୋ’ର ନା ତୁମର
ସମସ୍ତଙ୍କୁ ଉଜ୍ଜ୍ୱଳ ବନେଇ
ଏବେ ତ ସୂର୍ଯ୍ୟ ଉଇଁଛି ।
ଏହା ବି ପଢ଼ନ୍ତୁ | ଯାଜପୁର: ଔଷଧ ଦୋକାନୀ ଠାରୁ ଲାଞ୍ଚ ନେବା ବେଳେ ଧରା ପଡ଼ିଲେ ଡ୍ରଗ୍ସ ଇନ୍ସପେକ୍ଟର ଅଫିସ୍ର ପିଅନ୍
आग को समेटते
प्रकाश का बिखेरता
चलता और चलाता
अभी तो सूरज उगा है
ଅଗ୍ନିକୁ ସାଇତି ରଖି
ଆଲୋକର ରେଖା ବୁଣି
ଚାଲନ୍ତୁ, ଆଉ ଚାଲନ୍ତୁ…
ଏବେ ତ ସୂର୍ଯ୍ୟ ଉଇଁଛି ।
ଏହା ବି ପଢ଼ନ୍ତୁ | ସୁନ୍ଦରଗଡ଼: ନିଜ ସ୍ତ୍ରୀକୁ ହତ୍ୟା କରି ଘର ପଛ ପଟେ ପୋତିଦେଇଥିଲା; ଶବ ଉଦ୍ଧାର ହେଲା
ଏଇଠି ଶୁଣନ୍ତୁ ମୋଦିଙ୍କ କଣ୍ଠରୁ ତାଙ୍କ କବିତା:
Let's start our first day of the new year with a mesmerizing and motivating poem 'Abhi toh Suraj Uga hai', written by our beloved PM @narendramodi. @PIB_India @MIB_India @PMOIndia pic.twitter.com/9ajaqAX76w
— MyGovIndia (@mygovindia) January 1, 2021
ପ୍ରଧାନ ମନ୍ତ୍ରୀ ମୋଦି ଏହା ପୂର୍ବରୁ ନୂଆ ବର୍ଷ ପାଇଁ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଥିଲେ । ସେ ଏକ ଟ୍ୱିଟ୍ ମାଧ୍ୟମରେ ଦେଶର ନାଗରିକମାନଙ୍କୁ ଶୁଭକାମନା ଦେଇଥିଲେ । ପ୍ରଧାନ ମନ୍ତ୍ରୀ ଲେଖିଥିଲେ, ‘‘ଶୁଭ ୨୦୨୧ ପାଇଁ ସମସ୍ତଙ୍କୁ ଶୁଭେଚ୍ଛା । ଏହି ବର୍ଷ ଉତ୍ତମ ସ୍ୱାସ୍ଥ୍ୟ, ସୁଖ ଓ ସମୃଦ୍ଧି ନେଇ ଆସୁ । ଆଶା ଓ କଲ୍ୟାଣର ଭାବନା ଦୃଢ଼ ହେଉ ।’’
ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ମଧ୍ୟ ଦେଶବାସୀଙ୍କୁ ନୂଆ ବର୍ଷର ଶୁଭେଚ୍ଛା ଜଣାଇଛନ୍ତି । ‘‘ଏହି ବର୍ଷ ଆପଣଙ୍କ ଓ ଆପଣଙ୍କ ସମଗ୍ର ପରିବାର ପାଇଁ ସୁଖ, ସମୃଦ୍ଧି, ଶାନ୍ତି ଓ ଉତ୍ତମ ସ୍ୱାସ୍ଥ୍ୟ ମିଳୁ, ଏହା ହିଁ ମୋ’ର ଶୁଭକାମନା,’’ ସେ ଲେଖିଛନ୍ତି ।