ହୋମ୍ » ଓଡ଼ିଶା ନ୍ୟୁଜ୍ » ଓଡ଼ିଶା»"ସବକା ସାଥ, ସବକା ବିକାଶ, ସବକା ବିଶ୍ୱାସ, ସବକା ପ୍ରୟାସ"; ଲାଲ କିଲ୍ଲାରୁ ମୋଦୀଙ୍କ ଦେଶ ପ୍ରତି ଉଦବୋଧନ

"ସବକା ସାଥ, ସବକା ବିକାଶ, ସବକା ବିଶ୍ୱାସ, ସବକା ପ୍ରୟାସ"; ଲାଲ କିଲ୍ଲାରୁ ମୋଦୀଙ୍କ ଦେଶ ପ୍ରତି ଉଦବୋଧନ

ସବକା ସାଥ, ସବକା ବିକାଶ, ସବକା ବିଶ୍ୱାସ, ସବକା ପ୍ରୟାସ ପାଇଁ  ଲାଲକିଲାରୁ ଆହ୍ୱାନ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।

ଦେଶବାସୀଙ୍କୁ ସମ୍ବୋଧନ କରୁଛନ୍ତି ମୋଦି (ପ୍ରତୀକାତ୍ମକ ଛବି)
  • News18 Odia
  • Last Updated: August 15, 2021, 9:08 AM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ନୂଆ ଦିଲ୍ଲୀ: ଦେଶ ପାଳନ କରୁଛି ୭୫ ତମ ସ୍ୱାଧୀନତା ଦିବସ । ଲାଲ କିଲ୍ଲାରେ ପତାକା ଉତ୍ତୋଳନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଜାତୀୟ ପତାକା ଉତ୍ତୋଳନ କରି ଦେଶବାସୀଙ୍କୁ ସମ୍ବୋଧନ କରୁଛନ୍ତି ମୋଦି।

ପ୍ରଧାନ  ମନ୍ତ୍ରୀ ପ୍ରଥମେ ରାଜଘାଟ ଯାଇଥିଲେ। ସେଠାରେ ଜାତୀୟ ପିତା ମହାତ୍ମା ଗାନ୍ଧିଙ୍କ ସମାଧି ସ୍ଥଳରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବେ ।

ଏହାପରେ ଲାଲ କିଲ୍ଲାରେ ପହଞ୍ଚିଥିଲେ। ସେଠାରେ ଗାର୍ଡ ଅଫ୍ ଅନର ହୋଇଥିଲା । ୭ ଟା ୩୦ରେ ଲାଲ କିଲ୍ଲାରେ ତ୍ରିରଙ୍ଗା ପତାକା ଉତ୍ତୋଳନ କରିଛନ୍ତି ପ୍ରଧାନମନ୍ତ୍ରୀ ।

ଦେଶବାସୀଙ୍କ ବିକାଶ ପାଇଁ ଅନେକ ଯୋଜନା କରାଯାଇଛି। କେହି ଯେପରି ସରକାରୀ ସୁବିଧାରୁ ବଞ୍ଚିତ ନ ହେବେ ତାହା ହିଁ ଆମର ଉଦ୍ଦେଶ୍ୟ ରହିଛି। ଏହାସହିତ ସବକା ସାଥ, ସବକା ବିକାଶ, ସବକା ବିଶ୍ୱାସ, ସବକା ପ୍ରୟାସ ପାଇଁ  ଲାଲକିଲାରୁ ଆହ୍ୱାନ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।



‘ବର୍ଷ ବର୍ଷ ଧରି ଭାରତ ସ୍ୱାଧୀନତା ପାଇବା ପାଇଁ ସଂଘର୍ଷ କରିଛି। ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ନେହେରୁ ଜୀ ହୁଅନ୍ତୁ ଅବା ଦେଶକୁ ଏକଜୁଟ ରାଷ୍ଟ୍ର ପରିଣତ କରିବା ସରଦାର ପଟେଲ ହୁଅନ୍ତୁ ଅଥବା ଭାରତକୁ ଭବିଷ୍ୟତର ପଥ ଦେଖାଇଥିବା ବାବା ସାହେବ ଆମ୍ବେଦକର, ଦେଶ ଏହିପରି ପ୍ରତ୍ୟେକ ମହାନ ବ୍ୟକ୍ତିତ୍ୱଙ୍କୁ ମନେ ରଖିଛି। ଦେଶ ଏ ସମସ୍ତଙ୍କ ଋଣି।’  ଆଜି ୭୫ତମ ସ୍ୱାଧୀନତା ଦିବସ ପାଳନ କରୁଛି ଦେଶ। ଏହି ଅବସରରେ



ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲାଲ କିଲାରୁ ପତକା ଉତ୍ତୋଳନ କରି ଦେଶବାସୀଙ୍କ ଉଦ୍ଦେଶ୍ୟରେ ସମ୍ବୋଧିତ କରି ଏଭଳି କହିଛନ୍ତି।

ବଳୀଦାନ ଦେଇଥିବା ମହାନାୟକଙ୍କୁ ସମ୍ମାନ ଜଣାଇଲେ ପ୍ରଧାନ ମନ୍ତ୍ରୀ କରୋନା ମୁକାବିଲାରେ ଆଗଧାଡ଼ିର ସୈନିକଙ୍କୁ ସମ୍ମାନ ଜଣାଇଲେ। ସମାରୋହରେ ଉପସ୍ଥିତ ଅଲିମ୍ପିଆନଙ୍କ ଉଚ୍ଚ ପ୍ରଶଂସା କଲେ। ଟୋକିଓ ଅଲିମ୍ପିକ୍ସ ସଫଳତା ଯୁବ ପିଢ଼ିଙ୍କୁ ପ୍ରେରିତ କରିବ। ଅଗଷ୍ଟ ୧୪କୁ ବିଭାଜନ ବୀଭିଷିକା ଦିବସ ଭାବେ ପାଳିବାକୁ ଆହ୍ୱାନ। ଭ୍ୟାକ୍ସିନ ପ୍ରସ୍ତୁତ ନେଇ ବୈଜ୍ଞାନିକମାନେ ପ୍ରଶଂସାର ପାତ୍ର ହୋଇଛନ୍ତି। ଆମେ ମହାମାରୀ ମୁକାବିଲାରେ ଅନ୍ୟ ଦେଶ ଉପରେ ନିର୍ଭର କରିନୁ। ଆଜି ସୁଦ୍ଧା ୫୪ କୋଟି ଲୋକ କରୋନା ଟିକା ନେଇଛନ୍ତି।  ଅସୁବିଧା କାଳରେ ୮୦ କୋଟି ଲୋକଙ୍କୁ ମାଗଣା ରାସନ ଦିଆଯାଇଛି। ଦେଶବାସୀଙ୍କ ବିକାଶ ପାଇଁ ଅନେକ ଯୋଜନା କରାଯାଇଛି। ଶତ ପ୍ରତିଶତ ଲୋକଙ୍କ ଘରେ ଶୌଚାଳୟ ପହଞ୍ଚାଇବା ଲକ୍ଷ୍ୟ

ସମସ୍ତଙ୍କ ଘରେ ବିଜୁଳି ଓ ପାନୀୟ ଜଳ ପହଞ୍ଚାଇବା ଲକ୍ଷ୍ୟ ରଖାଯାଇଛି। କେହି ଯେପରି ସରକାରୀ ସୁବିଧାରୁ ବଞ୍ଚିତ ନ ହେବେ ତାହା ଉଦ୍ଦେଶ୍ୟ ରହିଛି। ଆୟୁଷ୍ମାନ ଯୋଜନାରେ ଗାଁ ଗାଁରେ ସ୍ବାସ୍ଥ୍ୟ ସେବା ପହଞ୍ଚୁଛି।  କାହାକୁ ଆୟୁଷ୍ମାନରୁ ବଞ୍ଚିତ ନ କରିବା ସରକାରଙ୍କ ଲକ୍ଷ୍ୟ ରଖିଛନ୍ତି। ବର୍ତ୍ତମାନ ହଜାରେ ହସ୍ପିଟାଲରେ ଅକ୍ସିଜେନ ପ୍ଲାଣ୍ଟ କରିପାରିଛୁ। ସମାଜରେ ବିକାଶରୁ କେହି ବଞ୍ଚିତ ନ ହୁଅନ୍ତୁ ଆମର ଉଦ୍ଦେଶ୍ୟ ରହିଛି। ଏଥିପାଇଁ ମେଡିକାଲ ଶିକ୍ଷାରେ OBCଙ୍କ ପାଇଁ ସଂରକ୍ଷଣ ବ୍ୟବସ୍ଥା ଲାଗୁ ହୋଇଛି। ଅର୍ଥନୈତିକ ଅନଗ୍ରସର ବର୍ଗଙ୍କ ପାଇଁ ବି ସଂରକ୍ଷଣ ବ୍ୟବସ୍ଥା କରାଯାଇଛି। ଉତ୍ତରପୂର୍ବାଞ୍ଚଳ ରାଜ୍ୟରେ ଯୋଗାଯୋଗର ବ୍ୟାପକ ପ୍ରସାର ହୋଇଛି। ଜାମ୍ମୁ-କାଶ୍ମୀର ପୁନର୍ଗଠନ ପରେ ସେଠାରେ ବିକାଶ ଆରମ୍ଭ କରାଯିବ।
Published by: Soumya Das
First published: August 15, 2021, 9:07 AM IST