ଆସିଗଲା ମୋଦିଙ୍କ ନୂଆ କ୍ୟାବିନେଟ୍: ୧୫ ନୂଆ ମୁହଁ ସାମିଲ୍‌ ହେଲେ; ଓଡ଼ିଶାରୁ ୨ ଜଣ ନୂଆ ମନ୍ତ୍ରୀ

Narendra Modi cabinet expansion has 2 new ministers from Odisha | ମୋଦିଙ୍କ ମନ୍ତ୍ରୀମଣ୍ଡଳରେ ଚାରି ଜଣ ପୂର୍ବ ମୁଖ୍ୟ ମନ୍ତ୍ରୀ ଅଛନ୍ତି । ୧୮ ଜଣ ବିଭିନ୍ନ ରାଜ୍ୟରେ ମନ୍ତ୍ରୀ ଥିବା ବେଳେ ୩୯ ଜଣ ବିଧାୟକ ଥିଲେ । ଛଅ ଜଣ ଡାକ୍ତର, ୫ ଜଣ ଇଞ୍ଜିନିୟର ଓ ୭ ଜଣ ପୂର୍ବ ବ୍ୟୁରୋକ୍ରାଟ୍ ଏ ଥର ମନ୍ତ୍ରୀ ହୋଇଛନ୍ତି ।

ବିଶ୍ୱେଶ୍ୱର ଟୁଡୁ ଓ ଅଶ୍ୱିନୀ ବୈଷ୍ଣବ (ଡାହାଣ) କେନ୍ଦ୍ର ମନ୍ତ୍ରୀ ଭାବେ ଶପଥ ନେଉଛନ୍ତି ।

ବିଶ୍ୱେଶ୍ୱର ଟୁଡୁ ଓ ଅଶ୍ୱିନୀ ବୈଷ୍ଣବ (ଡାହାଣ) କେନ୍ଦ୍ର ମନ୍ତ୍ରୀ ଭାବେ ଶପଥ ନେଉଛନ୍ତି ।

  • Share this:
News18 Odia Digital

ନୂଆ ଦିଲ୍ଲୀ: ସବୁ କଳ୍ପନା ଜଳ୍ପନାର ଅବସାନ ଘଟାଇ କେନ୍ଦ୍ର କ୍ୟାବିନେଟର ସଂପ୍ରସାରଣ ଓ ଅଦଳ ବଦଳ ହୋଇଛି । ୨୦୧୯ରୁ ଚାଲିଥିବା ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ (PM Narendra Modi) ସରକାରର ଦ୍ବିତୀୟ ପାଳିରେ ଏହା ହେଉଛି ପ୍ରଥମ ମନ୍ତ୍ରୀମଣ୍ଡଳ ସଂପ୍ରସାରଣ । କିଛି ମନ୍ତ୍ରୀଙ୍କୁ ପଦୋନ୍ନତି ମିଳିଥିବା ବେଳେ ୧୫ ଜଣ ନୂଆ ମୁହଁ ମୋଦିଙ୍କ ଟିମରେ ସାମିଲ୍ ହୋଇଛନ୍ତି । ଓବିସି, ଏସସି, ଏସଟି, ଦଳିତ ଏବଂ ମହିଳାଙ୍କୁ ମିଳିଛି କେନ୍ଦ୍ର ମନ୍ତ୍ରିମଣ୍ଡଳରେ ଗୁରୁତ୍ବ ।

ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟ ମନ୍ତ୍ରୀ ତଥା ବର୍ତ୍ତମାନ ରାଜ୍ୟ ସଭା ସଦସ୍ୟ ଥିବା ନାରାୟଣ ରାଣେ (Narayan Rane) କେନ୍ଦ୍ର ମନ୍ତ୍ରୀ ମଣ୍ଡଳରେ ସ୍ଥାନ ପାଇଛନ୍ତି । ବିଜେପି କେନ୍ଦ୍ରୀୟ ନେତୃତ୍ବର କଥା ମାନି ସୁନା ପୁଅ ଭଳି ଆସାମ ମୁଖ୍ୟ ମନ୍ତ୍ରୀ ପଦ ଛାଡ଼ି ଦେଇଥିବା ସର୍ବାନନ୍ଦ ସୋନୱାଲ (Sarbanand Sonowal) ମଧ୍ୟ କେନ୍ଦ୍ରରେ ମନ୍ତ୍ରୀ ହୋଇଛନ୍ତି । ୨୦୧୭ରେ ଆସାମର ମୁଖ୍ୟ ମନ୍ତ୍ରୀ ହେବା ପୂର୍ବରୁ ସେ ମୋଦି ସରକାରର ପ୍ରଥମ ପାଳିରେ ରାଷ୍ଟ୍ର ମନ୍ତ୍ରୀ (ସ୍ବାଧୀନ ପାହ୍ୟା)ରେ ଥିଲେ ।

ଏହା ବି ପଢ଼ନ୍ତୁ | ଦିନେ କୁଲି ମଜୁରିଆ ଥିଲେ, ଏବେ YouTubeରୁ ଲକ୍ଷାଧିକ ଟଙ୍କା ରୋଜଗାର କରୁଛନ୍ତି ସମ୍ବଲପୁରର ଆଦିବାସୀ ଯୁବକ

ମଧ୍ୟ ପ୍ରଦେଶର ଟିକମଗଡ଼ରୁ ଲୋକ ସଭା ସାଂସଦ ଡକ୍ଟର୍‌ ବୀରେନ୍ଦ୍ର କୁମାର ମଧ୍ୟ ମନ୍ତ୍ରୀ ହୋଇଛନ୍ତି । ପୂର୍ବରୁ ସେ ମହିଳା ଓ ଶିଶୁ ବିକାଶ ଏବଂ ସଂଖ୍ୟାଲଘୁ ବିଭାଗର ରାଷ୍ଟ୍ରମନ୍ତ୍ରୀ ଥିଲେ । ମଧ୍ୟ ପ୍ରଦେଶରେ କମଲନାଥ ନେତୃତ୍ବାଧୀନ କଂଗ୍ରେସ ସରକାରକୁ ଭାଙ୍ଗି ବିଜେପି ହାତରେ କ୍ଷମତା ଧରାଇବାରେ ସହାୟକ ହୋଇଥିବା ଜ୍ୟୋତିରାଦିତ୍ୟ ସିନ୍ଦିଆଙ୍କୁ ବି ମିଳିଛି ପୁରସ୍କାର । ରାଜ୍ୟ ସଭା ସଦସ୍ୟ ଥିବା ସିନ୍ଦିଆଙ୍କୁ ମନ୍ତ୍ରିମଣ୍ଡଳରେ ନେଇଛନ୍ତି ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ।

ଏବେ ୧୧ ଜଣ ମହିଳା କେନ୍ଦ୍ରରେ ମନ୍ତ୍ରୀ ଅଛନ୍ତି ।


ପୂର୍ବତନ IAS ଅଫିସର ତଥା ବର୍ତ୍ତମାନ ବିହାରରୁ ରାଜ୍ୟ ସଭା ସଦସ୍ୟ ଥିବା ରାମଚନ୍ଦ୍ର ପ୍ରସାଦ ସିଂହ ବି ହୋଇଛନ୍ତି କେନ୍ଦ୍ର ମନ୍ତ୍ରୀ  । ଅନ୍ୟତମ ପୂର୍ବତନ IAS ଅଧିକାରୀ ତଥା ଓଡ଼ିଶାରୁ ରାଜ୍ୟ ସଭା ସଦସ୍ୟ ଥିବା ଅଶ୍ବିନୀ ବୈଷ୍ଣବ (Ashwini Vaishnaw) ମଧ୍ୟ ମୋଦି କ୍ୟାବିନେଟରେ ସ୍ଥାନ ପାଇଛନ୍ତି । ବିହାର ହାଜିପୁରରୁ ଲୋକସଭା ସାଂସଦ ତଥା ଏଲ୍‌.ଜେ.ପି. ନେତା ପଶୁପତି କୁମାର ପାରସ (Pashupati Kumar Paras) କେନ୍ଦ୍ର କ୍ୟାବିନେଟରେ ହୋଇଛନ୍ତି ମନ୍ତ୍ରୀ ।

ଏହା ବି ପଢ଼ନ୍ତୁ ଦେଖନ୍ତୁ PHOTOS | ଅଣସର: ଶ୍ରୀଅଙ୍ଗରେ ଫୁଲୁରୀ ତେଲ ଲାଗିବା ପରେ ଧୀରେ ଧୀରେ ଜ୍ୱରରୁ ସୁସ୍ଥ ହେଉଛନ୍ତି ଶ୍ରୀଜଗନ୍ନାଥ

ରାଜସ୍ଥାନରୁ ରାଜ୍ୟସଭା ସଦସ୍ୟ ଥିବା ଭୂପେନ୍ଦ୍ର ଯାଦବ, ଉତ୍ତର ପ୍ରଦେଶ ମହାରାଜଗଞ୍ଜର ଲୋକସଭା ସାଂସଦ ପଙ୍କଜ ଚୌଧୁରୀ, ମିର୍ଜାପୁର ସାଂସଦ ତଥା ଅପନା ଦଳ ନେତ୍ରୀ ଅନୁପ୍ରିୟା ପଟେଲ, ଆଗ୍ରା ସାଂସଦ ଡକ୍ଟର ସତ୍ୟପାଲ ସିଂହ ବାଘେଲ୍, କର୍ଣ୍ଣାଟକରୁ ରାଜ୍ୟ ସଭା ସଦସ୍ୟ ଥିବା ରାଜୀବ ଚନ୍ଦ୍ରଶେଖର, ଉଡୁପି ସାଂସଦ ଶୋଭା କରନ୍ଦଲାଜେ, ଉତ୍ତର ପ୍ରଦଶ ଜଲାଉନ୍ ସାଂସଦ ଭାନୁପ୍ରତାପ ସିଂହ ବର୍ମା, ସୁରତ ସାଂସଦ ଦର୍ଶନ ବିକ୍ରମ ଜାରଦୋସ, ଦିଲ୍ଲୀ ସାଂସଦ ମୀନାକ୍ଷୀ ଲେଖି, ଝାଡ଼ଖଣ୍ଡ କୋଡର୍ମାରୁ ସାଂସଦ ଅନ୍ନପୂର୍ଣ୍ଣା ଦେବୀ, କର୍ଣ୍ଣାଟକର ଚିତ୍ରଦୁର୍ଗରୁ ସାଂସଦ ଏ. ନାରାୟଣ ସ୍ବାମୀ, ଉତ୍ତର ପ୍ରଦେଶର ମୋହନଲାଲଗଞ୍ଜରୁ ସାଂସଦ କୌଶଳ କିଶୋର, ଉତ୍ତରାଖଣ୍ଡର ନୈନିତାଲ୍ ସାଂସଦ ଅଜୟ ଭଟ୍ଟ, ଉତ୍ତର ପ୍ରଦେଶରୁ ରାଜ୍ୟସଭା ସଦସ୍ୟ ଥିବା ବି. ଏଲ୍. ବର୍ମା ମଧ୍ୟ କେନ୍ଦ୍ର ସରକାରରେ ମନ୍ତ୍ରୀ ହୋଇଛନ୍ତି ।

ଏହା ବି ପଢ଼ନ୍ତୁ | ଓଡ଼ିଶାର ଭୂମିହୀନ ଚାଷୀମାନେ ପାଇଲେ କୋଭିଡ ସହାୟତା; ୧୮ ଲକ୍ଷ ପରିବାରକୁ ମିଳିଲା୩୮୬ କୋଟି

ଉତ୍ତର ପ୍ରଦେଶର ଖେରିରୁ ସାଂସଦ ଅଜୟ କୁମାର, ଗୁଜରାଟ ଖେଡ଼ା ସାଂସଦ ଚୌହାନ ଦେବୁସିଂ, କର୍ଣ୍ଣାଟକର ବିଦାର ସାଂସଦ ଭଗୱନ୍ତ ଖୁବା, ମହାରାଷ୍ଟ୍ର ଭିୱାଣ୍ଡି ସାଂସଦ କପିଲ୍ ମୋରେଶ୍ବର ପାଟିଲ, ପଶ୍ଚିମ ତ୍ରିପୁରା ସାଂସଦ ପ୍ରତିମା ଭୌମିକ୍, ପଶ୍ଚିମ ବଙ୍ଗ ବାଙ୍କୁଡ଼ା ସାଂସଦ ସୁଭାଷ ସରକାର, ମହାରାଷ୍ଟ୍ରରୁ ରାଜ୍ୟ ସଭା ସଦସ୍ୟ ଥିବା ଭାଗବତ କ୍ରିଷ୍ଣାରାଓ କରଡ, ଇନର୍ ମଣିପୁର ଲୋକ ସଭା ସାଂସଦ ରାଜକୁମାର ରଞ୍ଜନ ସିଂହ, ମହାରାଷ୍ଟ୍ର ଡିଣ୍ଡୋରୀ ସାଂସଦ ଭାରତୀ ପ୍ରବୀଣ ପାୱାର, ଓଡ଼ିଶା ମୟୂରଭଞ୍ଜର ଲୋକସଭା ସାଂସଦ ବିଶ୍ବେଶ୍ବର ଟୁଡୁ, ପଶ୍ଚିମବଙ୍ଗ ବଙ୍ଗାନ୍ ସାଂସଦ ଶାନ୍ତନୁ ଠାକୁର, ଗୁଜରାଟ ସୁରେନ୍ଦ୍ର ନଗର ସାଂସଦ ମୁଞ୍ଜାପାରା ମହେନ୍ଦ୍ର ଭାଇ, ପଶ୍ଚିମ ବଙ୍ଗର ଆଲିପୁରଦୁଆରରୁ ସାଂସଦ ଜନ୍ ବାର୍ଲା, ତାମିଲ ନାଡୁ ବିଜେପିର ସଭାପତି ଏଲ୍. ମୁରୁଗାନ୍, ପଶ୍ଚିମବଙ୍ଗ କୋଚବେହାର ସାଂସଦ ନୀତୀଶ ପ୍ରମାଣିକ ବି କେନ୍ଦ୍ରରେ ମନ୍ତ୍ରୀ ହୋଇଛନ୍ତି ।

ଏହା ବି ପଢ଼ନ୍ତୁ ଦେଖନ୍ତୁ PHOTOS | ଗଞ୍ଜାମରେ ବର୍ବରତା: ଗୁଣିଗାରେଡ଼ି ସନ୍ଦେହରେ ଯୁବକଙ୍କୁ ପିଟିଲେ, ଦାନ୍ତ ଭାଙ୍ଗିଲେ, ବିଷ୍ଠା ଖୁଆଇଲେ

ଏଥି ସହିତ ସାତ ଜଣ ମନ୍ତ୍ରୀଙ୍କର ବିଭାଗ ବଦଳିଛି, ଅର୍ଥାତ୍ ସେମାନଙ୍କୁ ମିଳିଛି ପଦୋନ୍ନତି । ସେମାନେ ହେଉଛନ୍ତି କିରେଣ ରିଜିଜୁ, ଆର୍‌. କେ. ସିଂହ, ହରଦୀପ ସିଂହ ପୁରୀ, ମୁସୁଖ ମାଣ୍ଡଭ୍ୟ, ପୁରୁଷୋତ୍ତମ ରୁପାଲା, ଜି. କିଷନ ରେଡି ଏବଂ ଅନୁରାଗ ଠାକୁର ।

ଏହା ବି ପଢ଼ନ୍ତୁ | ହାତ କାଟିଲେ ଛାତ୍ରୀ; ଓଡ଼ିଶା ମ୍ୟାଟ୍ରିକ୍ପରୀକ୍ଷା ଫଳକୁ ନେଇ ବଢ଼ିଲା ଅସନ୍ତୋଷ; ରାସ୍ତାକୁ ଓହ୍ଲାଇଲେ ପିଲାମାନେ

ଏସ୍‌.ସି., ଏସ୍‌.ଟି., ଓବିସି, ସଂଖ୍ୟାଲଘୁ ଓ ମହିଳାଙ୍କୁ ନୂଆ କ୍ୟାବିନେଟରେ ସୁଯୋଗ ଦେଇଛନ୍ତି ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି । ଏସ୍‌.ସ. ବର୍ଗରୁ ୧୨ ଜଣ, ଏସ୍‌.ଟି. ବର୍ଗରୁ ଆଠ ଜଣ, ଓବିସିରୁ ୨୭ ଜଣ, ସଂଖ୍ୟାଲଘୁ ସମୁଦାୟରୁ ୫ ଜଣ ଓ ୧୧ ଜଣ ମହିଳା କେନ୍ଦ୍ରରେ ହୋଇଛନ୍ତି ମନ୍ତ୍ରୀ । ଏମାନଙ୍କ ମଧ୍ୟରୁ ୪ ଜଣ ପୂର୍ବରୁ ମୁଖ୍ୟ ମନ୍ତ୍ରୀ ହୋଇଥିଲେ । ୧୮ ଜଣ ବିଭିନ୍ନ ରାଜ୍ୟରେ ମନ୍ତ୍ରୀ ଥିବା ବେଳେ ୩୯ ଜଣ ବିଧାୟକ ଥିଲେ  ।



ନୂଆ ମନ୍ତ୍ରୀମାନଙ୍କ ମଧ୍ୟରୁ ୧୩ ଜଣଙ୍କର ଆଇନ୍‌ ବ୍ୟାକଗ୍ରାଉଣ୍ଡ ଥିବା ବେଳେ ଛଅ ଜଣ ଡାକ୍ତର, ୫ ଜଣ ଇଞ୍ଜିନିୟର, ୭ ଜଣ ବ୍ୟୁରୋକ୍ରାଟ୍‌ ରାଜନୀତିକୁ ଆସି ଏ ଥର ମନ୍ତ୍ରୀ ହୋଇଛନ୍ତି ।
Published by:Anand S.T. Das
First published: