ଶ୍ରୀମନ୍ଦିର ସେବାୟତ ପିଲାଙ୍କ ପାଇଁ ଖୁସି ଖବର; ନିର୍ମାଣ ହେବ ଆଦର୍ଶ ଗୁରୁକୂଳ

ମାଟିତୋଟା ଅଞ୍ଚଳରେ ୧୯.୩୮ ଏକର ପରିମିତ ଜମି ଉପରେ ନିର୍ମାଣ ହେବ ଆଦର୍ଶ ଗୁରୁକୂଳ।

ଆଦର୍ଶ ଗୁରୁକୂଳ

ଆଦର୍ଶ ଗୁରୁକୂଳ

  • News18 Odia
  • Last Updated :
  • New Delhi, India
  • Share this:
News 18 Odia Digital

ପୁରୀ: ମାଟିତୋଟା ଅଞ୍ଚଳରେ ୧୯.୩୮ ଏକର ପରିମିତ ଜମି ଉପରେ ନିର୍ମାଣ ହେବ ଆଦର୍ଶ ଗୁରୁକୂଳ। ସେବାୟତ ପରିବାର ପିଲାଙ୍କ ପାଇଁ ୫୦ ପ୍ରତିଶତ ସଂରକ୍ଷଣ ରହିବ। ନିଳାଦ୍ରୀ ଭକ୍ତ ନିବାସରେ ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ପ୍ରସ୍ତାବିତ ଗୁରୁକୂଳର ଡିଜାଇନ୍, ଶିକ୍ଷାଦାନ ପ୍ରଣାଳୀ ଓ ଏମଓୟୁ ସମ୍ପର୍କରେ ଆଲୋଚନା ହୋଇଛି। ଆଗାମୀ ଦିନରେ ଶ୍ରୀମନ୍ଦିର ପରିଚାଳନା କମିଟି ଓ ବିର୍ଲା ଫାଉଣ୍ଡେସନ ମଧ୍ୟରେ ଚୁକ୍ତିନାମା ସ୍ୱାକ୍ଷରିତ ହେବ।

ଏନେଇ ଦୀର୍ଘ ବର୍ଷ ତଳୁ ଲକ୍ଷ ରଖାଯାଇଥିବା ବେଳେ ଏହି ଯୋଜନା ଏବେ ସଫଳ ହେବାକୁ ଯାଉଛି। ଏଥିରେ ନର୍ସରୀରୁ ଦ୍ବାଦଶ ଶ୍ରେଣୀ ପର୍ଯ୍ୟନ୍ତ ସିବିଏସଇ ଢାଞ୍ଚାରେ ଶିକ୍ଷାଦାନ ସହ ସେବାୟତ ପରିବାର ବିଦ୍ୟାର୍ଥୀଙ୍କ ପାଇଁ ଅଧିକ ଦୁଇ ଘଣ୍ଟା ଆଧ୍ୟାତ୍ମିକ, ନୈତିକ, ମୂଲ୍ୟବୋଧ ଭିତ୍ତିକ ଶିକ୍ଷା ପ୍ରଦାନ କରାଯିବାକୁ ବ୍ୟବସ୍ଥା ହୋଇଛି। ଗୁରୁକୂଳ ପାଇଁ ମାନ୍ୟବର ସୁପ୍ରିମକୋର୍ଟ ୬ କୋଟି ୧୯ ଲକ୍ଷ ୮୯ ହଜାର ଟଙ୍କା ଶ୍ରୀମନ୍ଦିର ପ୍ରଶାସନକୁ ପ୍ରଦାନ କରିଛନ୍ତି। ଏଥିସହ ରାଜ୍ୟ ସରକାର ଅବଢା ଯୋଜନାରେ ଗୁରୁକୂଳ ପାଇଁ ୨୦ କୋଟି ଟଙ୍କା ବ୍ୟୟ ବରାଦ କରିଛନ୍ତି।

୧୪ ଏକର ପରିମିତ ଜମିରେ ରହିଥିବା ଜବରଦଖଲକୁ ଉଛେଦ କରିବା ପାଇଁ ଜିଲ୍ଲାପାଳ ଓ ଏସପି ପ୍ରତିଶ୍ରୁତି ଦେଇଛନ୍ତି। ଆଦର୍ଶ ଗୁରୁକୂଳରେ ସେବାୟତ ପରିବାରର ବିଦ୍ୟାର୍ଥୀ ମାନେ ଅଧ୍ୟୟନ କରିବା ଦ୍ବାରା ଉପଯୁକ୍ତ ଶିକ୍ଷା ପାଇବା ସହ ଉଚ୍ଚତର ଶିକ୍ଷା ପାଇଁ ମନୋନିବେଶ କରିପାରିବେ। ୫୦ ପ୍ରତିଶତ ସିଟ୍ ସେବାୟତ ପରିବାର ବିଦ୍ୟାର୍ଥୀଙ୍କ ପାଇଁ ସଂରକ୍ଷିତ ରହିବ। ପ୍ରାଚୀନ, ବୈଦିକ, ଧାର୍ମିକ ଓ ମହାନ୍ ଶ୍ରୀଜଗନ୍ନାଥ ସଂସ୍କୃତି ଉପରେ ସେବାୟତ ପରିବାରର ବିଦ୍ୟାର୍ଥୀଙ୍କୁ ସିବିଏସସି ଶିକ୍ଷା ବ୍ୟତୀତ ଅଧିକ ଦୁଇଘଣ୍ଟା ଶିକ୍ଷାଦାନ ଦିଆଯିବ। ଶ୍ରୀମନ୍ଦିର ପରିଚାଳନା କମିଟି ସଦଶ୍ୟ ମାଧବ ମହାପାତ୍ର କହିଛନ୍ତି ଯେ କେବଳ ଲିଟେରେଟ ନୁହେଁ ଜଗନ୍ନାଥ ସଂସ୍କୃତି ସହିତ ଗ୍ଲୋବାଲ ଶିଶୁ,ହୋଲିଷ୍ଟିକ ଏଜୁକେସନ ଆଦି ଶିକ୍ଷା ପ୍ରଦାନ କରାଯିବ।

ଶ୍ରୀମନ୍ଦିର ପରିଚାଳନା କମିଟି ସଦଶ୍ୟ ମାଧବ ମହାପାତ୍ର କହିଛନ୍ତି ଯେ ଅବଶିଷ୍ଟ ୫୦ ପ୍ରତିଶତ ଅନ୍ୟ ସାଧାରଣ ମେଧାବୀ ବିଦ୍ୟାର୍ଥୀଙ୍କ ପାଇଁ ଉଦ୍ଦିଷ୍ଟ ରହିବ। ଗୁରୁକୂଳ ପାଇଁ ହୋଇଥିବା ଡିଜାଇନରେ ସାମାନ୍ୟ ପରିବର୍ତ୍ତନ କରାଯିବ। ଆସନ୍ତା ଅକ୍ଷୟ ତୃତୀୟା କିମ୍ବା ଗଣେଶ ଚତୁର୍ଥୀରେ ଆଦର୍ଶ ଗୁରୁକୂଳ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରାଯିବ।
Published by:Soumyashree Mishra
First published: