ଭାଲେନଣ୍ଟାଇନସ୍ ଡେ’ରେ ଉର୍ବଶୀ ରୌତେଲା ଦିଲ୍ଲୀର ଝିଅ ଓ ମହିଳାଙ୍କୁ କ’ଣ କହିଛନ୍ତି ଜାଣନ୍ତୁ

ମଡ଼େଲ-ଅଭିନେତ୍ରୀ ଉର୍ବଶୀ ଏହା ଦେଖାଇବାକୁ ଚ଼ାହିଁଛନ୍ତି ଯେ ମହିଳାମାନେ ବାରମ୍ବାର ଏହି ତିନୋଟି ଶବ୍ଦକୁ (ଆଇ, ଲଭ୍, ୟୁ) ଶୁଣିବାକୁ ଇଚ୍ଛା କରନ୍ତି ଓ ସେମାନେ ନିଜେ ବି ଏହି ତିନୋଟି ଶବ୍ଦଙ୍କୁ ବାରମ୍ବାର ଦୋହରାଇଥାନ୍ତି ।

ଭାଲେନଣ୍ଟାଇନସ୍ ଡେ’ରେ ଉର୍ବଶୀ ରୌତେଲା ଦିଲ୍ଲୀର ଝିଅ ଓ ମହିଳାଙ୍କୁ କ’ଣ କହିଛନ୍ତି ଜାଣନ୍ତୁ
ଉର୍ବଶୀ ରୌତେଲା
  • News18 Odia
  • Last Updated: February 14, 2020, 9:40 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ନୂଆ ଦିଲ୍ଲୀ: ମଡ଼େଲ-ଅଭିନେତ୍ରୀ ଉର୍ବଶୀ ରୌତେଲା ନେଟିଜେନ୍ସମାନଙ୍କର, ବିଶେଷତଃ ଦିଲ୍ଲୀର ମହିଳାଙ୍କର, ଭାଲେନଣ୍ଟାଇନ ଡ଼େ ଉପରେ ପ୍ରତିକ୍ରିୟା ବିଷୟରେ କୃର ଓ ମଜାଦାର ଢଙ୍ଗରେ ନିଜ ମତ ରଖିଛନ୍ତି ।

ଇନଷ୍ଟାଗ୍ରାମରେ ସେ ଅପଲୋଡ କରିଥିବା ଏକ ଛୋଟ ଭିଡ଼ିଓର କ୍ୟାପସନ୍‌ ସେ ରଖିଛନ୍ତି: ’’ଏହି ଭାଲେନଣ୍ଟାଇନ ସପ୍ତାହରେ ଦିଲ୍ଲୀର ମହିଳାମାନେ ଏମିତି କହନ୍ତି: ତମେ ‘ଆଇ ଲଭ୍‌ ୟୁ’ କୁହ, ଖାଲି ଥରୁଟେ କହିଦିଅ’’ ।

ଏହି ଭିଡିଓରେ ସେ ଏହା ଦେଖାଇବା ପାଇଁ ଚେଷ୍ଟା କରିଛନ୍ତି ଯେ ମହିଳାମାନେ କେତେ ଥର ଏହି ତିନୋଟି ଶବ୍ଦକୁ (ଆଇ, ଲଭ୍‌, ୟୁ) ବାରମ୍ବାର ଶୁଣିବାକୁ ଇଚ୍ଛା କରନ୍ତି । ଏମିତି ଇଚ୍ଛା କରୁଥିବା ସମୟରେ ସେମାନେ ନିଜେ ଏହି ତିନୋଟି ଶବ୍ଦଙ୍କୁ ବାରମ୍ବାର ଦୋହରାଇ ଚ଼ାଲନ୍ତି, ଯାହାକୁ ଶୁଣିଲେ ଲାଗେ ଯେମିତି ଏହା ସ୍ୱତଃସ୍ଫୁର୍ତ୍ତ ନ ହୋଇ ଚ଼େଷ୍ଟା କରି କୁହାଯାଉଛି ।

୧୭ ସେକେଣ୍ଡର ଏହି ଭିଡ଼ିଓରେ ଉର୍ବଶୀ ଦିଲ୍ଲୀର ଝିଅମାନଙ୍କ ନକଲ କରିବାର ଚ଼େଷ୍ଚା କରି ବାରମ୍ବାର ବିଭିନ୍ନ ଶୈଳୀରେ କେବଳ ଏତିକି କହୁଥିବାର ଶୁଣାଯାଇଛି: ‘‘ଆପ୍‌ ବୋଲୋ, ଆଇ ଲଭ୍‌ ୟୁ,ଏକ୍‌ ବାର୍‌ ବୋଲୋ ଆଇ ଲଭ୍‌ ୟୁ, ଆଇ ଲଭ୍‌ ୟୁ… ବୋଲ ଦୋ ବସ୍‌ ଏକ୍‌ ବାର୍‌…..ପ୍ଲିଇଇଜ୍‌…’’ ।

ଇନଷ୍ଟାଗ୍ରାମରେ ଲୋକେ ଏହି ଜୋକଟିକୁ ସାଦରେ ଗ୍ରହଣ କରିଥିବା ପରି ଲାଗୁଛି । ଜଣେ ଇନଷ୍ଟାଗ୍ରାମ୍‌ ୟୁଜର୍‌ କମେଣ୍ଟ କରି ଲେଖିଛନ୍ତି: ‘‘ଉତ୍ତମ ଅଭିନୟ’’ । ଆଉ ଜଣେ ୟୁଜର୍‌ କହିଛନ୍ତି: ‘‘ସରି, ମୋ’ର ଗୋଟେ ଗାର୍ଲଫ୍ରେଣ୍ଡ ଅଛି’’ । ତୃତୀୟ ୟୁଜର କହିଛନ୍ତି, ‘‘ସେ ଭୁଲ କହୁନାହାନ୍ତି । ମୁଁ ତାଙ୍କୁ ବହୁତ ପସନ୍ଦ କରେ’’ ।

ନିଜ ଇନଷ୍ଟା ଷ୍ଟୋରୀରେ ‘ଦି ଗ୍ରେଟ ଗ୍ରାଣ୍ଡ ମସ୍ତି’ ଫିଲ୍ମର ଅଭିନେତ୍ରୀ ଉର୍ବଶୀ ରୌତେଲା ଅଭିନେତା ଓ ନର୍ତ୍ତକ ଟାଇଗର ଶ୍ରଫଙ୍କୁ ତାଙ୍କ ତାଜା ଗୀତ ‘ଦସ୍‌ ବହାନେ’ର ରିଲିଜ୍‌ ପାଇଁ ଶୁଭେଚ୍ଛା ବି ଜଣାଇଛନ୍ତି ।

ସେ ଲେଖିଛନ୍ତି, ‘‘ହୁଁ… ଦସ୍‌ ବହାନେ କରକେ ଲେ ଗୟେ, ଗୀତଟି ଶୁଣି ଖୁବ୍‌ ଭଲ ଲାଗୁଛି ।’’ ସାଥିରେ ସେ ଟାଇଗର ଶ୍ରଫଙ୍କୁ ବି ଟ୍ୟାଗ୍‌ କରିଛନ୍ତି । ଉର୍ବଶୀ ଦେଇଥିବା ଫଟୋରେ ଟାଇଗର ଶ୍ରଫ୍‌ ଓ ଉର୍ବଶୀଙ୍କ ଭାଇ ୟଶରାଜ ରୌତେଲା ପୋଜ ଦେଉଥିବା ଦେଖାଯାଇଛି ।

ଉର୍ବଶୀ ‘ସିଂ ସାହାବ ଦି ଗ୍ରେଟ’, ‘ସନମ ରେ’, ‘କାବିଲ’ ଓ ‘ହେଟ ଷ୍ଟୋରୀ-୪’ ପରି ବେଶ୍‌ କିଛି ବଲିଉଡ଼ ଫିଲ୍ମରେ ଅଭିନୟ କରିଛନ୍ତି ।
First published: February 14, 2020, 9:40 PM IST