ଅଭିନେତ୍ରୀ ପୁପୁଲଙ୍କ ଅଭିଯୋଗ: ବଦନାମ କରିବାକୁ ୱେବ୍ ଚ୍ୟାନେଲ୍ ମାଲିକ ଷଡ଼ଯନ୍ତ୍ର କରୁଛନ୍ତି

ମହିଳା ଥାନାରେ ପୁପୁଲ ଅଭିଯୋଗ କରିବା ପରେ ପୋଲିସ ତାଙ୍କୁ ଓ ଅଭିଯୁକ୍ତ ସୁବ୍ରତଙ୍କୁ ଡାକି ପଚରାଉଚରା କରିଥିଲା । ପୋଲିସର କହିବା ଅନୁସାରେ ଏହା ଏକ ମାନହାନି ମକଦ୍ଦମା ମାମଲା ଓ ଉଭୟଙ୍କ ଭିତରେ ଆପୋଷ ବୁଝାମଣା ଚାଲିଛି l

ଅଭିନେତ୍ରୀ ପୁପୁଲଙ୍କ ଅଭିଯୋଗ: ବଦନାମ କରିବାକୁ ୱେବ୍ ଚ୍ୟାନେଲ୍ ମାଲିକ ଷଡ଼ଯନ୍ତ୍ର କରୁଛନ୍ତି
ଅଭିନେତ୍ରୀ ତଥା ମଡ଼େଲ ପୁପୁଲ ଭୁୟାଁ
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ଓଲିଉଡ ଅଭିନେତ୍ରୀ ତଥା ମଡ଼େଲ ପୁପୁଲ ଭୁୟାଁ ଅଭିଯୋଗ କରିଛନ୍ତି ଯେ ତାଙ୍କୁ ବଦନାମ କରିବାକୁ ଏକ ଷଡ଼ଯନ୍ତ୍ର ଚାଲିଛି l ଓଡ଼ିଶାର ଏକ ୱେବ ଚ୍ୟାନେଲର ମାଲିକ ତାଙ୍କୁ ବଦନାମ କରିଛନ୍ତି ବୋଲି ପୁପୁଲ ଥାନାରେ ଅଭିଯୋଗ କରିଛନ୍ତି l ୱେବ ଚ୍ୟାନାଲର ମାଲିକ ସୁବ୍ରତ ଫେସବୁକରେ ପୁପୁଲଙ୍କ ସମ୍ପର୍କରେ ‘‘ଅଭଦ୍ର ପୋଷ୍ଟ’’ କରି ତାଙ୍କୁ ବଦନାମ କରିଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି l

ଓଡ଼ିଆ ଚଳଚ୍ଚିତ୍ର ‘ବ୍ଲାକମେଲ୍‌’ର ସୁପର ଡୁପର  ହିଟ ଗିତ ‘ବଉ ମାରିବ’ରୁ ରାତାରାତି  ପ୍ରସିଦ୍ଧି ଲାଭ କରିଥିବା ପୁପୁଲଙ୍କୁ ବଦନାମ କରିବାକୁ ଉଦ୍ୟମ କରାଯାଇଛି ବୋଲି ଅଭିଯୋଗ ଆସିଛି l ପୁପୁଲ କହିଛନ୍ତି, ‘‘ଜାଣିଶୁଣି ସୁବ୍ରତ ସୋସିଆଲ ମିଡ଼ିଆରେ ମୋ’ ବିଷୟରେ ଏପଟ ସେପଟ କଥା ଲେଖିଛନ୍ତି l ଏହା ସୋସିଆଲି ମିଡିଆରେ ପୋଷ୍ଟ ହେବା ଦ୍ଵାରା ମୋ’ର ମାନହାନି ହୋଇଛି l ଅନେକ ପ୍ରଶଂସକ ଅନେକ କଥା କହୁଛନ୍ତି l ସୋସିଆଲ ମିଡିଆରେ ଏ ଭଳି ପୋଷ୍ଟ ହେବା ପରେ ମୁଁ ତିନି ଦିନ ହେଲା ମାନସିକ ନିର୍ଯାତନା ଭୋଗୁଛି ।’’

ପୁପୁଲ ମହିଳା ଥାନାରେ ଶୁକ୍ରବାର ସକାଳେ  ଅଭିଯୋଗ କରିବା ପରେ ସନ୍ଧ୍ୟାରେ ପୋଲିସ ତାଙ୍କୁ ଓ ଅଭିଯୁକ୍ତ ସୁବ୍ରତଙ୍କୁ ଡାକି ପଚରାଉଚରା କରିଥିଲା ।

ପୁପୁଲ ଭୁୟାଁ


‘‘ଏହା ଏକ ମାନହାନି ମକଦ୍ଦମା ମାମଲା l ଉଭୟ ପକ୍ଷଙ୍କ ଭିତରେ ଆପୋଷ ବୁଝାମଣା ଚାଲିଛି l ଯଦି ବୁଝାମଣା ହୋଇଯାଏ ତେବେ କେସ୍‌ ରୁଜୁ ହେବାର କୌଣସି ଆବଶ୍ୟକତା ନାହିଁ,’’ କହିଛନ୍ତି ମହିଳା ଥାନାର ଜଣେ ଅଧିକାରୀ । ଏହି ରିପୋର୍ଟ ଲେଖାହେବା ପର୍ଯ୍ୟନ୍ତ ଉଭୟ ପକ୍ଷଙ୍କ ମଧ୍ୟରେ କୌଣସି ବୁଝାମଣା ହୋଇ ନ ଥିଲା l

୨୦୧୮ ଅପେରା ମିସେସ ଇଣ୍ଡିଆ ଗ୍ଳୋବାଲ ପ୍ରତିଯୋଗିତାରେ ଭାଗ ନେଇ ବିଜୟୀ ହୋଇଥିଲେ ପୁପୁଲ l ତା’ପର ଠାରୁ ସେ ଗ୍ଲାମର ଓ ମଡେଲିଂ ଦୁନିଆରେ ସଫଳତାର ଗୋଟିଏ ପରେ ଗୋଟିଏ ପାହାଚ ଚଢ଼ି ଚାଲିଥିଲେ l

ସୁବ୍ରତ କହିଛନ୍ତି, ‘‘ପୁପୁଲୁଙ୍କ ବିଷୟରେ ସେ ଭଳି କୌଣସି ପୋଷ୍ଟ ମୋ’ ଦ୍ଵାରା ହୋଇନାହିଁ l ମୁଁ ଜଣେ ୱେବ ପୋଟାର୍ଲର ମାଲିକ l ପୁପୁଲ ମୋତେ ଭଲ ଭାବରେ ଜାଣିଛନ୍ତି l ତାଙ୍କର ସମସ୍ତ କାର୍ଯ୍ୟକ୍ରମ ମୁଁ ପ୍ରମୋଟ କରେ l ତେଣୁ ମୁଁ ନିର୍ଦ୍ଦୋଷ ।’’
First published: June 27, 2020, 5:56 PM IST
corona virus btn
corona virus btn
Loading