କୋଭିଡ ପାଇଁ ସ୍ଥିତି ପରଖିବେ ସରକାର; ଆସନ୍ତାକାଲି ଦେଶ ବ୍ୟାପି ହେବ ମକ ଡ୍ରିଲ

ଦେଶରେ କରୋନାର ନୂଆ ଭାରିଏଣ୍ଟ ଚିହ୍ନଟ ହେବା ପରେ ଜୋର୍ ଧରିଛି ସ୍ୱାସ୍ଥ୍ୟ ବିଭାଗର ଚିକିତ୍ସା ଚିନ୍ତା।

କୋଭିଡ ପାଇଁ ସ୍ଥିତି ପରଖିବେ ସରକାର

କୋଭିଡ ପାଇଁ ସ୍ଥିତି ପରଖିବେ ସରକାର

  • News18 Odia
  • Last Updated :
  • Cuttack, India
  • Share this:
News18 Odia Digital

ଭୁବନେଶ୍ବର: କୋଭିଡ ପାଇଁ ପ୍ରାକ୍ ପ୍ରସ୍ତୁତି। ସମସ୍ତ ରାଜ୍ୟର ସ୍ଥିତି ପରଖିବେ କେନ୍ଦ୍ର ସରକାର। ଆସନ୍ତାକାଲି ଡାକ୍ତରଖାନା ପ୍ରସ୍ତୁତି ନେଇ ହେବ ମକ ଡ୍ରିଲ। କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ କ୍ରମେ କୋଭିଡ ମୁକାବିଲା ବ୍ୟବସ୍ଥାର ତଦାରଖ ପାଇଁ ଆସନ୍ତାକାଲି ସାରା ଦେଶରେ ହେବ ମକ ଡ୍ରିଲ୍। କେନ୍ଦ୍ର ପାଖରେ ରିପୋର୍ଟ ରଖିବେ ରାଜ୍ୟ ସରକାର। ସେପଟେ ଅପରାହ୍ନରେ କୋଭିଡ ସ୍ଥିତି ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

କୋଭିଡ ଲହର ପୂର୍ବରୁ ଚାଲିଛି ପ୍ରାକ୍ ପ୍ରସ୍ତୁତି। ସମସ୍ତ ରାଜ୍ୟର ମେଡ଼ିକାଲ୍ ବ୍ୟବସ୍ଥା ଓ ସ୍ଥିତି ପରକୁଛନ୍ତି କେନ୍ଦ୍ର ସରକାର। କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ କ୍ରମେ କୋଭିଡ ମୁକାବିଲା ବ୍ୟବସ୍ଥାର ତଦାରଖ ପାଇଁ ଆସନ୍ତାକାଲି ସାରା ଦେଶରେ ହେବ ମକ ଡ୍ରିଲ। ଜିଲ୍ଲା ସ୍ତରରେ ହସ୍ପିଟାଲ ଓ ମେଡ଼ିକାଲ କଲେଜରେ ବେଡ଼, ଅକ୍ସିଜେନ ଆଇସିୟୁ, କୋଭିଡ କିଟ୍, ଔଷଧ, ଭେଣ୍ଟିଲେଟର, ପିପିଇ କିଟ ସହ ମ୍ୟାନପାୱାର ନେଇ ହେବ ମକ ଡ୍ରିଲ।

ଏହି ତଥ୍ୟକୁ କେନ୍ଦ୍ର ସରକାରଙ୍କ କୋଭିଡ ପୋର୍ଟାଲରେ ଅପଲୋଡ଼ କରିବେ ଜିଲ୍ଲା ପ୍ରଶାସନ। ସେହିଭଳି ଆସନ୍ତାକାଲି କୋଭିଡ ସ୍ଥିତିର ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏଥିରେ ସ୍ବାସ୍ଥ୍ୟ ବିଭାଗର ବରିଷ୍ଠ ଅଧିକାରୀଙ୍କ ସହ ଜିଲ୍ଲା ଅଧିକାରୀ ଉପସ୍ଥିତ ରହିବେ। ସେପଟେ ପ୍ରସ୍ତୁତ ଜିଲ୍ଲା ଡାକ୍ତରଖାନା ଓ ମେଡ଼ିକାଲ୍ କଲେଜ୍। କ୍ୟାପିଟାଲ ହସ୍ପିଟାଲ ଗତ ୩ଟି ଲହରରେ ଅନେକ ଅଭିଜ୍ଞତା ହାସଲ କରିଛି। ଏବେ ମଧ୍ୟ ସମସ୍ତ ସ୍ଥିତି ପାଇଁ ପ୍ରସ୍ତୁତ ରହିଛି ବୋଲି କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶକ କହିଛନ୍ତି।

ଅନ୍ୟପଟେ ଡାକ୍ତରଖାନା ଗୁଡ଼ିକ ନିଜକୁ ପ୍ରସ୍ତୁତ ରଖିବାକୁ ସ୍ୱାସ୍ଥ୍ୟ ବିଭାଗର ନିର୍ଦ୍ଦେଶ ରହିଛି। ଆମର ମ୍ୟାନପାୱାର କେତେ ଅଛି ସେ ନେଇ ବିଶେଷ ଆଲୋଚନା ହୋଇଛି। ଯଦି ଅଧିକ ମ୍ୟାନପାୱାର ଆବଶ୍ୟକ ପଡ଼େ ତାହା ମଧ୍ୟ ପ୍ରସ୍ତୁତ ରଖିବାକୁ ନିଷ୍ପତ୍ତି ହୋଇଛି। ଏହାସହ ସମସ୍ତ ସରକାରୀ ହସ୍ପିଟାଲରେ ଆଇସୋଲେସନ ବେଡ଼ କାର୍ଯ୍ୟକ୍ଷମ କରାଯାଇଛି। ତାହା ଭିତରେ ଆକ୍ସିଜେନ ବ୍ୟବସ୍ଥା ଥିବା ବେଡ଼ ଅଧିକ ରଖାଯାଇଛି। ଟେଷ୍ଟିଙ୍ଗଓ ଚିକିତ୍ସା ପାଇଁ ଯେଉଁ ଆବଶ୍ୟକୀୟ ଉପକରଣ ଦରକାର ତାହା ମହଜୁଦ ରହିଛି।

ଏଣୁ କେନ୍ଦ୍ର ସରକାରଙ୍କୁ ତଥ୍ୟ ଦେବାରେ କୌଣସି ଅସୁବିଧା ହେବନାହିଁ ବୋଲି ସ୍ୱାସ୍ଥ୍ୟ ବିଭାଗ କହିଛି। ସେହିଭଳି ହକି ବିଶ୍ଵକପ ପାଇଁ ଆହୁରି ସମୟ ଅଛି। ସେତେବେଳେ ପରିସ୍ଥିତିକୁ ଦେଖି ବ୍ୟବସ୍ଥା କରାଯିବ। ତେଣୁ ଏବେଠାରୁ ଆକଳନ କରି କିଛି ନିଷ୍ପତ୍ତି ନେବା ଭୁଲ ହେବ। ହକି ଖେଳାଳିଙ୍କ ପ୍ରତି ଯେଉଁ ଏସ.ଓ.ପି ଅଛି ହକି ଇଣ୍ଡିଆ ଏବଂ ଭାରତ ସରକାରଙ୍କ ଗାଇଡଲାଇନ ଅନୁସାରେ କାମ ହେବ।

କୋଭିଡ ନୂଆ ଭାରିଏଣ୍ଟକୁ ନେଇ ଚିନ୍ତା ବଢୁଥିବାବେଲେ ପ୍ରସ୍ତୁତ ହେଉଛନ୍ତି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର। ଏହାସହ ନାଜାଲ ଭାକ୍ସିନ ନେଇ ଚାଲିଛି ପ୍ରକ୍ରିୟା।
Published by:Lipina Das
First published: