ଅଗ୍ନିଶମ ବିଭାଗ ପକ୍ଷରୁ ବାତ୍ୟା ଓ ବନ୍ୟାର ସଫଳ ମୁକାବିଲା ପାଇଁ ବ୍ରହ୍ମପୁର ଅନୁଷ୍ଠିତ ହେଲା ମକ ଡ୍ରିଲ

ଜିଲ୍ଲା ପ୍ରଶାସନ, ଅଗ୍ନିଶମ ବିଭାଗ ପକ୍ଷରୁ ଏହି ମକ ଡ଼୍ରିଲ ଅନୁଷ୍ଠିତ ହୋଇଥିବା ବେଳେ ଗ୍ରାମବାସୀମାନେ ବାତ୍ୟା ପୂର୍ବରୁ କିଭଳି ସତକର୍ତା ମୂଳକ ପଦକ୍ଷେପ ନେବେ ଓ ବାତ୍ୟା ହେବା ପରେ କଣ ସବୁ କରିବେ ସେ ନେଇ ପୁଙ୍ଖାନୁପୁଙ୍ଖ ଭାବେ ସେମାନଙ୍କୁ ବୁଝାଇ ଦିଆଯାଇଥିଲା।

ଅଗ୍ନିଶମ ବିଭାଗ ପକ୍ଷରୁ ବାତ୍ୟା ଓ ବନ୍ୟାର ସଫଳ ମୁକାବିଲା ପାଇଁ ବ୍ରହ୍ମପୁର ଅନୁଷ୍ଠିତ ହେଲା ମକ ଡ୍ରିଲ

ଅଗ୍ନିଶମ ବିଭାଗ ପକ୍ଷରୁ ବାତ୍ୟା ଓ ବନ୍ୟାର ସଫଳ ମୁକାବିଲା ପାଇଁ ବ୍ରହ୍ମପୁର ଅନୁଷ୍ଠିତ ହେଲା ମକ ଡ୍ରିଲ

  • Share this:
News18 Odia Digital

ବ୍ରହ୍ମପୁର: ବାତ୍ୟା କିମ୍ବା ବନ୍ୟା ହେଲେ କିଭଳି ସଫଳ ମୁକାବିଲା କରାଯାଇପାରିବ ସେ ନେଇ ଆଜି ଗଞ୍ଜାମ ଜିଲ୍ଲାରେ ଅନୁଷ୍ଠିତ ହୋଇଥିଲା ମକ ଡ୍ରିଲ। ଜିଲ୍ଲାର ବିଶେଷ କରି ସମୁଦ୍ର କୂଳିଆ ଅଞ୍ଚଳ ଗୁଡ଼ିକରେ ରହିଥିବା ବାତ୍ୟା ଆଶ୍ରୟସ୍ଥଳୀ ଗୁଡ଼ିକରେ ମକ ଡ୍ରିଲ ଅନୁଷ୍ଠିତ ହୋଇଥିଲା।

ଜିଲ୍ଲା ପ୍ରଶାସନ, ଅଗ୍ନିଶମ ବିଭାଗ ପକ୍ଷରୁ ଏହି ମକ ଡ଼୍ରିଲ ଅନୁଷ୍ଠିତ ହୋଇଥିବା ବେଳେ ଗ୍ରାମବାସୀମାନେ ବାତ୍ୟା ପୂର୍ବରୁ କିଭଳି ସତକର୍ତା ମୂଳକ ପଦକ୍ଷେପ ନେବେ ଓ ବାତ୍ୟା ହେବା ପରେ କଣ ସବୁ କରିବେ ସେ ନେଇ ପୁଙ୍ଖାନୁପୁଙ୍ଖ ଭାବେ ସେମାନଙ୍କୁ ବୁଝାଇ ଦିଆଯାଇଥିଲା।

ଅଗ୍ନିଶମ ବିଭାଗର ଅଧିକାରୀମାନେ ବାତ୍ୟା ଆଶ୍ରୟସ୍ଥଳୀରେ ରହିଥିବା ବାତ୍ୟା ମୁକାବିଲା ନିମନ୍ତେ ରହିଥିବା ବିଭିନ୍ନ ସାରଞ୍ଜମ୍ୟର ବ୍ୟବହାର ସମ୍ପର୍କରେ ଗ୍ରାମବାସୀଙ୍କୁ ଅବଗତ କରିବା ସହିତ କିଛି କୌଶଳ ମଧ୍ୟ ପ୍ରଦର୍ଶନ କରିଥିଲେ। ଏଭଳି ଅଗ୍ନିଶମ ବିଭାଗ ଓ ଜିଲ୍ଲା ପ୍ରଶାସନ ଦ୍ବାରା କରାଯାଇଥିବା ମକ ଡ୍ରିଲ ନିଶ୍ଚିତ ଭାବେ ଆଗାମୀ ଦିନରେ ବେଶ କାମରେ ଆସିବ ବୋଲି କହିଛନ୍ତି ଗ୍ରାମବାସୀ।

ଓଡ଼ିଶାର ଅନ୍ୟ ଜିଲ୍ଲା ଅପେକ୍ଷା ଗଞ୍ଜାମ ଜିଲ୍ଲାରେ ପ୍ରତିବର୍ଷ ନିଶ୍ଚିତ ଭାବେ ବାତ୍ୟାର ପ୍ରଭାବ ପଡ଼ିଥାଏ। ଯାହାଫଳରେ ବହୁ ଧନଜୀବନ ମଧ୍ୟ ନଷ୍ଟ ହୋଇଥାଏ। କିନ୍ତୁ ଯଦି ବାତ୍ୟାର ମୁକାବିଲା ନିମନ୍ତେ ପ୍ରସ୍ତୁତି ଅଧିକ ମାତ୍ରାରେ କରାଯାଏ ତେବେ ଧନଜୀବନ ନଷ୍ଟର ସମ୍ଭାବନା ନଥାଏ। ଏହାକୁ ଦୃଷ୍ଟିରେ ରଖି ଚଳିତ ବର୍ଷ ଯଦି ବାତ୍ୟା ହୁଏ ତେବେ କିଭଳି ବାତ୍ୟାର କିଭଳି ସଫଳ ମୁକାବିଲା କରାଯାଇପାରିବ ସେ ନେଇ ରବିବାର ଜିଲ୍ଲାର ବିଭିନ୍ନ ସମୁଦ୍ର କୂଳିଆ ଅଞ୍ଚଳରେ ରହିଥିବା ବାତ୍ୟା ଆଶ୍ରୟସ୍ଥଳୀ ଗୁଡ଼ିକରେ ଅନୁଷ୍ଠିତ ହୋଇଥିଲା ମକ ଡ୍ରିଲ।

ଜିଲ୍ଲାର ଛତ୍ରପୁର ବ୍ଳକ ସ୍ଥିତ କଣମଣା ଗାଁର ବାତ୍ୟା ଆଶ୍ରୟସ୍ଥଳୀରେ ଜିଲ୍ଲା ପ୍ରଶାସନ ଓ ଅଗ୍ନିଶମ ବିଭାଗ ପକ୍ଷରୁ ମକ ଡ଼୍ରିଲ ଅନୁଷ୍ଠିତ ହୋଇଥିଲା। ଏଥିରେ ଛତ୍ରପୁର ତହସିଲଦାର ଯୋଗଦେଇ ଗ୍ରାମବାସୀମାନଙ୍କୁ କିଭଳି ଭାବେ ବାତ୍ୟାର ସଫଳ ମୁକାବିଲା କରାଯିବ ସେ ନେଇ ବୁଝାଇଥିଲେ।

‘‘ବାତ୍ୟା ପୂର୍ବରୁ ଜିଲ୍ଲା ପ୍ରଶାସନ ଯେଉଁ ସବୁ ନିର୍ଦ୍ଦେଶ ଦେଉଛି ତାହାକୁ ପାଳନ କରିବା ଆବଶ୍ୟକ। ଯେଉଁମାନେ ବି କଚ୍ଚା ଘରେ ରହୁଛନ୍ତି ସେମାନେ ପକ୍କା ଘରେ ଅଥବା ବାତ୍ୟା ଆଶ୍ରୟସ୍ଥଳୀକୁ ଯିବା ଉଚିତ୍। ବାତ୍ୟାକୁ ନେଇ ସଚେତନ ହେଲେ ହିଁ ବାତ୍ୟାର ସଫଳ ମୁକାବିଲା କରାଯାଇପାରିବ,’’ କହିଥିଲେ ଛତ୍ରପୁର ତହସିଲଦାର ପ୍ରକାଶ କୁମାର ମିଶ୍ର।

ଅଗ୍ନିଶମ ବିଭାଗ ପକ୍ଷରୁ ଗ୍ରାମବାସୀମାନଙ୍କୁ ବାତ୍ୟାର ସଫଳ ମୁକାବିଲା ସହିତ ନିଜକୁ କିଭଳି ବାତ୍ୟା ସମୟରେ ସୁରକ୍ଷିତ ରଖିପାରିବେ ସେ ନେଇ ଗ୍ରାମବାସୀଙ୍କୁ କହିଥିଲେ। ଏହାସହିତ ବାତ୍ୟା ଆଶ୍ରୟସ୍ଥଳୀରେ ରହିଥିବା ବିଭିନ୍ନ ସାରଞ୍ଜମ୍ୟର ବ୍ୟବହାର ଗ୍ରାମବାସୀଙ୍କୁ ଶିକ୍ଷାଇଥିଲେ। ଆସିକା ଲାଇଟ ଠାରୁ ଆରମ୍ଭ କରି କଟର ମେସିନ ଓ ବନ୍ୟା ସମୟରେ ଟାୟାର ବ୍ୟବହାର ସହ ଅଗ୍ନି ନିର୍ବାପନ ହେଲେ କିଭଳି ନିଜକୁ ସୁରକ୍ଷିତ ରଖିପାରିବେ ସେ ନେଇ ମଧ୍ୟ ଅଗ୍ନିଶମ ବିଭାଗର କର୍ମଚାରୀମାନେ ଗ୍ରାମବାସୀଙ୍କୁ ସଚେତନ କରିଥିଲେ।

‘‘ବାତ୍ୟା ଓ ବନ୍ୟା ସମୟରେ କିଭଳି ନିଜର ଗ୍ରାମବାସୀଙ୍କୁ ସୁରକ୍ଷିତ ସ୍ଥାନକୁ ଆଣିପାରିବେ ସେ ନେଇ ଗାଁର କିଛି ମହିଳାଙ୍କୁ ତାଲିମ ପ୍ରଦାନ କରାଯାଇଛି। ଗାଁର ମହିଳାଙ୍କୁ ଚିହ୍ନଟ କରାଯାଇ ସ୍ବୟଂସିଦ୍ଧା ବୋଲି ସେମାନଙ୍କୁ ନାମକରଣ କରାଯାଇଛି। ଏହି ମହିଳାମାନେ ବାତ୍ୟା ଓ ବନ୍ୟା ସମୟରେ ଗ୍ରାମବାସୀଙ୍କୁ କଚ୍ଚା ଘରରୁ ପକ୍କା ଘରକୁ ନେବା ଠାରୁ ଆରମ୍ଭ କରି ମହିଳାମାନଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିବେ। ଏହାଛଡ଼ା ବାତ୍ୟା ଓ ବନ୍ୟା ପୂର୍ବରୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଯେଉଁ ସବୁ ନିର୍ଦ୍ଦେଶ ଦିଆଯାଉଛି ତାହାକୁ କିଭଳି ଗ୍ରାମବାସୀମାନେ ପାଳନ କରିବେ ସେ ନେଇ ମଧ୍ୟ ମହିଳାମାନେ କାମ କରିବେ, କହିଛନ୍ତି ବ୍ଳକ ପ୍ରଜେକ୍ଟ ମ୍ୟାନେଜର ମାନିନୀ ଜେନା।

ପ୍ରତିବର୍ଷ ବାତ୍ୟା ଓ ବନ୍ୟା ସମୟରେ ଗ୍ରାମବାସୀମାନେ କିଭଳି ଭାବେ ସଚେତନ ରହିବା ସହିତ ନିଜକୁ ସୁରକ୍ଷିତ ରଖିବେ ସେ ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ଏଭଳି ମକ ଡ୍ରିଲ ନିଶ୍ଚିତ ଭାବେ ବେଶ ଉପଯୋଗୀ। ଏଭଳି ମକ ଡ୍ରିଲ ହେବା ଦ୍ବାରା ଗ୍ରାମବାସୀଙ୍କ ମଧ୍ୟ ସଚେତନତା ଆହୁରି ବୃଦ୍ଧି ପାଇବ ଯାହାଫଳରେ ପୂର୍ବ ଅପେକ୍ଷା ଆଗାମୀ ଦିନରେ ବାତ୍ୟା ଓ ବନ୍ୟା ଯୋଗୁଁ ହେଉଥିବା ଧନଜୀବନ ହାନିର ସଂଖ୍ୟା ମଧ୍ୟ କମିପାରିବ ବୋଲି କହିଛନ୍ତି କଣମଣା ବାସିନ୍ଦା ଚକ୍ରପାଣି ରେଡ୍ଡି।

ବିଶେଷ କରି ଜୁନ ମାସରୁ ଅକ୍ଟୋବର ମାସ ମଧ୍ୟରେ ବାତ୍ୟାର ସମ୍ଭାବନାକୁ ଦୃଷ୍ଟିରେ ରଖି ଏଭଳି ମକ ଡ୍ରିଲ କରାଯାଇଥିବା ବେଳେ ଏହାଦ୍ବାରା କେବଳ ଯେ ଗ୍ରାମବାସୀମାନେ ନିଜକୁ ସୁରକ୍ଷିତ ରଖିପାରିବେ ତାହା ନୁହେଁ ବରଂ ଅନ୍ୟାନ୍ୟ କ୍ଷୟକ୍ଷତିରୁ ମଧ୍ୟ ରକ୍ଷା କରିବା ନିମନ୍ତେ ଏହି ମକ ଡ୍ରିଲ କାର୍ଯ୍ୟରେ ଆସିପାରିବ।
Published by:Lipina Das
First published: