• ହୋମ୍
  • »
  • ଓଡ଼ିଶା ନ୍ୟୁଜ୍
  • »
  • ଓଡ଼ିଶା
  • »
  • ଟିକାକରଣ ତ୍ବରାନ୍ବିତ ପାଇଁ ଅପହଞ୍ଚ ସ୍ଥାନକୁ ଗଡ଼ିବ ମୋବାଇଲ୍ ଭ୍ୟାନ୍; ଶିଶୁଙ୍କ ପାଇଁ ୩ ହଜାର ଶଯ୍ୟା ସଂରକ୍ଷଣ ପାଇଁ ପ୍ରସ୍ତୁତି ଚାଲିଛି

ଟିକାକରଣ ତ୍ବରାନ୍ବିତ ପାଇଁ ଅପହଞ୍ଚ ସ୍ଥାନକୁ ଗଡ଼ିବ ମୋବାଇଲ୍ ଭ୍ୟାନ୍; ଶିଶୁଙ୍କ ପାଇଁ ୩ ହଜାର ଶଯ୍ୟା ସଂରକ୍ଷଣ ପାଇଁ ପ୍ରସ୍ତୁତି ଚାଲିଛି

ଟିକାକରଣ ଜାରି ରହିଥିବା ବେଳେ ଅପହଞ୍ଚ ଲୋକଙ୍କ ନିକଟକୁ ମୋବାଇଲ ଭ୍ୟାନ ଗଡ଼ାଇବେ ସରକାର। ରାଜ୍ୟରେ ଟି.ପି.ଆର. ଦୁଇ ପ୍ରତିଶତକୁ ଖସିଥିଲେ ବି ଗତ ଚାରି ଦିନ ହେବ କରୋନା ଗ୍ରାଫ ତଳ ଉପର ହେଉଥିବା ଦେଖିବାକୁ ମିଳିଛି।

 ଟିକାକରଣ ତ୍ବରାନ୍ବିତ ପାଇଁ ଅପହଞ୍ଚ ସ୍ଥାନକୁ ଗଡ଼ିବ ମୋବାଇଲ୍ ଭ୍ୟାନ

ଟିକାକରଣ ତ୍ବରାନ୍ବିତ ପାଇଁ ଅପହଞ୍ଚ ସ୍ଥାନକୁ ଗଡ଼ିବ ମୋବାଇଲ୍ ଭ୍ୟାନ

  • Share this:
News18 Odia Digital

ଭୁବନେଶ୍ବର: ଟିକାକରଣ ତ୍ୱରାନ୍ୱିତ ପାଇଁ ଅପହଞ୍ଚ ସ୍ଥାନକୁ ଗଡ଼ିବ ମୋବାଇଲ ଭ୍ୟାନ। ସମ୍ଭାବ୍ୟ ତୃତୀୟ ଲହରରେ ଶିଶୁଙ୍କ ପାଇଁ ୩.୦୦୦ ଶଯ୍ୟା ସଂରକ୍ଷଣ ପାଇଁ ପ୍ରସ୍ତୁତ ହେଉଛନ୍ତି ସରକାର। ତୃତୀୟ ଲହରକୁ ନେଇ ସରକାରଙ୍କ ପ୍ରସ୍ତୁତି ଜୋରଦାର ଚାଲିଛି । ତୃତୀୟ ଲହର କେବେ ଆସିବ,କେତେ ପ୍ରଭାବୀ ହେବ ସେ ନେଇ ସ୍ପଷ୍ଟ ସୂଚନା ମିଳିନଥିଲେ ବି ସରକାର ଆଗୁଆ ପ୍ରସ୍ତୁତ ହେଲେଣି। ବିଶେଷ କରି ଏହି ସମୟରେ ଶିଶୁମାନେ ଅଧିକ ପ୍ରଭାବିତ ହେବା ଆଶଙ୍କା ଥିବାରୁ ସ୍ୱତନ୍ତ୍ର ଧ୍ୟାନ ଦେଇଛନ୍ତି ସରକାର।

ଟିକାକରଣ ଜାରୀ ରହିଥିବା ବେଳେ ଅପହଞ୍ଚ ଲୋକଙ୍କ ନିକଟକୁ ମୋବାଇଲ ଭ୍ୟାନ ଗଡ଼ାଇବେ ସରକାର। ରାଜ୍ୟରେ ଟି.ପି.ଆର. ଦୁଇ ପ୍ରତିଶତକୁ ଖସିଥିଲେ ବି ଗତ ଚାରି ଦିନ ହେବ କରୋନା ଗ୍ରାଫ ତଳ ଉପର ହେଉଥିବା ଦେଖିବାକୁ ମିଳିଛି। ରାଜ୍ୟରେ ବର୍ତ୍ତମାନ ଚିନ୍ତା ଜନକ ସ୍ଥିତି ନଥିଲେ ବି ଭିନ୍ନ ଭିନ୍ନ ଆକାଳନକୁ ଭିତ୍ତିକରି ସରକାର ତୃତୀୟ ଲହର ପାଇଁ ପ୍ରସ୍ତୁତ ଚଳାଇଛନ୍ତି।

ଆକଳନ ଅନୁସାରେ ତୃତୀୟ ଲହର ପିକ ସମୟରେ ଶିଶୁଙ୍କ ପାଇଁ ଆବଶ୍ୟକ ପଡ଼ି ପାରେ ପ୍ରାୟ ୬୦୦ ଶଯ୍ୟା। ହେଲେ ଶିଶୁଙ୍କ ପାଇଁ ୩,୦୦୦ ଶଯ୍ୟା ସଂରକ୍ଷଣ ପାଇଁ ପ୍ରସ୍ତୁତ ହେଉଛନ୍ତି ସରକାର। କୋଭିଡ ହସ୍ପିଟାଲ, ସରକାରୀ ମେଡ଼ିକାଲ କଲେଜ ଓ ଜିଲ୍ଲା ହସ୍ପିଟାଲରେ ଶଯ୍ୟା ସଂରକ୍ଷଣ ସହ ଆଇସିୟୁ ଓ ଏଚଡିୟୁ ୨୫୦ ରୁ ୩୦୦ ବେଡ଼ ରହିବ।

ଜନ ସ୍ୱାସ୍ଥ୍ୟ ନିର୍ଦେଶକ କହିଛନ୍ତି ବର୍ତ୍ତମାନ କୋଭିଡ ଆଗ ଭଳି ସିଭିଅର ହେଉନି । ଆଶା କରାଯାଉଛି ଅଧିକ ପିଲା ହୋମ ଆଇସୋଲେସନରେ ରହିବେ। ଦିତୀୟ ଲହରର ଦୈନିକ ୧୦,୦୦ରୁ ୧୨,୦୦୦ ରହୁଥିବାରୁ ସେହି ହିସାବରେ ସରକାର ପ୍ରସ୍ତୁତ ହେଉଛନ୍ତି । ରାଜ୍ୟରେ ଅକ୍ସିଜେନ ସମସ୍ୟା ନଥିଲେ ବି ଅକ୍ସିଜେନ ସୁବିଧାରେ ଯୋଗାଇବା ପାଇଁ ସବୁ ହସ୍ପିଟାଲରେ ଏଲେମଓ ପ୍ଲାଣ୍ଟ ଲାଗିବା କାର୍ଯ୍ୟ ଚାଲିଛି।

ଏହି କାର୍ଯ୍ୟ ତୃତୀୟ ଲହର ଆସିବା ପୂର୍ବରୁ ଶେଷ ହେବ ବୋଲି ଆଶା ରଖିଛି ବିଭାଗ। ଭିତ୍ତିଭୂମି, ତାଲିମ, ଲଜିଷ୍ଟିକ ସବୁ କ୍ଷେତ୍ରେରେ ରାଜ୍ୟ ପ୍ରସ୍ତୁତି ଆରମ୍ଭ କରିଥିବା ବେଳେ ପ୍ରାୟ ୩୦ କୋଟି ଟଙ୍କାର ୩୬ ଟା ସରଞ୍ଜାମ ଓ ୨୯ରୁ ୩୦ ଡ୍ରଗ୍ସ କିଣିବେ ସରକାର। ଏ'ନେଇ ଲିଷ୍ଟ ସରିଥିବା ବେଳେ ଓଡିଶା ଔଷଧ ନିଗମ ବି କ୍ରୟ ପାଇଁ ପ୍ରକ୍ରିୟା ଆରମ୍ଭ କରିଛନ୍ତି ବୋଲି କହିଛନ୍ତି ଜନ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର କହିଛନ୍ତି ତୃତୀୟ ଲହର ପାଇଁ ପ୍ରସ୍ତୁତ ଅଛୁ । ଜେନେରାଲ ବେଡ଼ ଯେତିକି ବଢ଼ିବା କଥା ବଢ଼ିଛି । ସରକାରଙ୍କ ଗାଇଡ଼ଲାଇନ ଅନୁସାରେ ପେଡ଼ିଆଟ୍ରିକ ବେଡ଼ ସଂଖ୍ୟା ବଢିବା ନେଇ ପ୍ରସ୍ତୁତି ଚାଲିଛି । ଉପକରଣ, ଅକ୍ସିଜେନ, ଭିତ୍ତିଭୂମି ରହିଛି । ଅକ୍ସିଜେନ ପ୍ଲାଣ୍ଟର ବ୍ୟବସ୍ଥା ମଧ୍ୟ କରାଯାଉଛି । ଔଷଧ ଚାହିଦା ଅନୁଯାୟୀ ପୂର୍ବାପେକ୍ଷା ଅଧିକ ରହିଛି।

ଯେହେତୁ ଶିଶୁମାନେ ଅଧିକ ଆକ୍ରାନ୍ତ ହେବାର ସମ୍ଭାବନା ରହିଛି, ତା ପାଇଁ ଆବଶ୍ୟକ ଟ୍ରେନିଂ ଦିଆଯାଉଛି । ଉପରୁ ତଳ ସ୍ତର ଯାଏ ସମସ୍ତଙ୍କୁ ଟ୍ରେନିଂ ଦିଆଯାଉଛି । ଆମେ ବର୍ତ୍ତମାନ ଦ୍ଵିତୀୟ ଲହରରେ ଅଛେ । ସଂକ୍ରମଣ ରହିଛି । ଯେଉଁ ଏରିଆରେ ଅଧିକ ଲୋକ ରହୁଛନ୍ତି, ସେଠି ସଂକ୍ରମଣ ରହୁଛି । ଅନ୍ୟ ରାଜ୍ୟ, ଅନ୍ୟ ଦେଶରେ ସଂକ୍ରମଣ ବଢ଼ିଲାଣି, ସେହିଭଳି ଭାବେ ସଦା ସର୍ବଦା ଆମକୁ ସତର୍କ ରହିବାକୁ ପଡ଼ିବ । ସାବଧାନ ରହିବାକୁ ପଡ଼ିବ । କମ୍ୟୁନିଟିକୁ ଅନୁରୋଧ କରିବୁ, ନିୟମ ମାନନ୍ତୁ । ତାହେଲେ ଆମେ କରୋନାକୁ ନିୟନ୍ତ୍ରଣ କରିପାରିବା ବୋଲି କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦେଶକ।

ସେ ଆହୁରି କହିଛନ୍ତି, "ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ଟିକାକରଣ ୧ କୋଟି ୮୬ ଡୋଜ ଟିକାକରଣ ସରିଛି। ୧ କୋଟି ୪୩ ଲକ୍ଷ ପ୍ରଥମ ଡୋଜ ଓ ୪୩ ଲକ୍ଷ ଦିତୀୟ ଡୋଜ୍ ଟିକାକରଣ କରାଯାଇଛି । ସବୁ ଜିଲ୍ଲାରେ ଟିକାକରଣ ଚାଲିଛି। ବର୍ତ୍ତମାନ ଗ୍ରାମାଞ୍ଚଳକୁ ଅଧିକ ଫୋକସ ଦିଆଯାଉଛି । ଗ୍ରାମାଞ୍ଚଳରେ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେରେ ବି ଏବେ ଟିକା ଦିଆଯାଉଛି। ଆବଶ୍ୟକ ପଡ଼ିଲେ ଅଧିକ ଟିକାକରଣ କେନ୍ଦ୍ର ବଢ଼ାଯିବ। ଯେଉଁଟି ବାକି ରହିଛି ସେଠି ଫୋକସ କରାଯିବ। ଦୈନିକ ସାଢ଼େ ୩ ଲକ୍ଷ ଡୋଜ୍ ଟାର୍ଗେଟ ରହିଛି। କିପରି ଟାର୍ଗେଟ ପୂରଣ ହେବ ସେ ନେଇ ବ୍ୟବସ୍ଥା କରାଯାଉଛି ।’’
Published by:Lipina Das
First published: