ରାଜ୍ୟ ରାଜଧାନୀରୁ ପୂଜକ ବେଶରେ ଚୋର ଗିରଫ; ଦିନରେ ରଙ୍ଗମସ୍ତ୍ରୀ ରାତିରେ ସାଜୁଥିଲା ଚୋର

ଗିରଫ ଅଭିଯୁକ୍ତ ଜଗତସିଂହପୁର ଜିଲ୍ଲା ଏରସମା ଅଞ୍ଚଳର ଗିରିଧାରୀ ଦାସ। ସେ ଭୁବନେଶ୍ୱର ଭରତପୁର ଅଞ୍ଚଳରେ ରହି ରଙ୍ଗମିସ୍ତ୍ରୀ ଭାବେ କାମ କରେ।

ରାଜ୍ୟ ରାଜଧାନୀରୁ ପୂଜକ ବେଶରେ ଚୋର ଗିରଫ

ରାଜ୍ୟ ରାଜଧାନୀରୁ ପୂଜକ ବେଶରେ ଚୋର ଗିରଫ

  • News18 Odia
  • Last Updated :
  • Cuttack, India
  • Share this:
News18 Odia Digital

ଭୁବନେଶ୍ବର: ରାଜ୍ୟ ରାଜଧାନୀରୁ ପୂଜକ ବେଶରେ ଚୋର ଗିରଫ। ଅଧ ରାତିରେ ଭରତପୁର ଅଞ୍ଚଳରେ ଥିବା ଏକ ମୋବାଇଲ ଦୋକାନରେ ଚୋରି କରିବାକୁ ପସିଥିବା ବେଳେ ମାଡ଼ି ବସିଲେ ଦୋକାନୀ।

ଖବର ପାଇ ଭରତପୁର ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଅଭିଯୁକ୍ତକୁ ଗିରଫ କରିଥିଲା। ଗିରଫ ଅଭିଯୁକ୍ତ ଜଗତସିଂହପୁର ଜିଲ୍ଲା ଏରସମା ଅଞ୍ଚଳର ଗିରିଧାରୀ ଦାସ। ସେ ଭୁବନେଶ୍ୱର ଭରତପୁର ଅଞ୍ଚଳରେ ରହି ରଙ୍ଗମିସ୍ତ୍ରୀ ଭାବେ କାମ କରେ।

ଭରତପୁର ଥାନା ପୋଲିସ ସୂଚନା ଅନୁସାରେ, ଗତ ୩ ତାରିଖରେ ନିଜ ମୋବାଇଲ ଦୋକାନ ଭିତରେ ଶୋଇଥିଲେ ଦୋକାନୀ। ବିଳମ୍ବିତ ରାତିରେ ଗିରିଧାରୀ ଦୋକାନ ଭିତରେ ପଶିବା ସହିତ ମୋବାଇଲ ଚୋରୀ କରିବା ପାଇଁ ଉଦ୍ୟମ କରିଥିଲେ। ଏହି ସମୟରେ ଦୋକାନୀ ଉଠି ତାଙ୍କୁ କାବୁ କରି ଭରତପୁର ଥାନା ଜିମା ଦେଇଥିଲେ। ତାଙ୍କ ଅଭିଯୋଗ ଆଧାରରେ ପୋଲିସ ଏକ ମାମଲା ରୁଜୁ କରିବା ସହିତ ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।

ପଚରାଉଚରା ସମୟରେ ଅଭିଯୁକ୍ତ ଜଣକ ନିଜ ଦୋଷ ସ୍ଵୀକାର କରିଥିଲା। ଛାନବିନ ସମୟରେ ପୋଲିସ ତାଙ୍କ ନିକଟରୁ ଚୋରି ନିମନ୍ତେ ବ୍ୟବହୃତ ହେଉଥିବା ସରଞ୍ଜାମ ସବୁକୁ ଜବତ କରିଛନ୍ତି।

ପ୍ରକାଶ ଥାଉକି ଗିରିଧାରୀ ଦିନ ବେଳେ କେତେବେଳେ ମିସ୍ତ୍ରୀ କାମ କରେ ଆଉ କେତେବେଳେ ପୂଜକ ବେଶରେ ରହି ବୁଲାବୁଲି କରେ। ଯେଉଁ ଘର ବା ଦୋକାନ ଗୁଡିକ ଟିକେ ଅନ୍ଧାର ସ୍ଥାନରେ ଥାଏ ସେହି ସ୍ଥାନରେ ପରବର୍ତ୍ତୀ ମୁହୂର୍ତ୍ତରେ ଚୋରି କରେ।
Published by:Lipina Das
First published: