News18 Odia Digital
ଭୁବନେଶ୍ୱର: କମିଶନରେଟ ପୋଲିସ ଦ୍ୱାରା ଗିରଫ ହୋଇଥିବା ସାଇବର୍ ଠକ ଗ୍ୟାଙ୍ଗର ଖୋଲୁଛି ଗୁମର । ଚାରିଟି ରାଜ୍ୟର ସାଇବର ଠକଙ୍କ ସହ ଏହି ଗ୍ୟାଙ୍ଗର ସମ୍ପର୍କ ରହିଥିବା ଜାଣିବାକୁ ପାଇଛି ତଦନ୍ତକାରୀ ଟିମ୍ । ଏବେ ଏହି ମହା ଠକେଇ ଗ୍ୟାଙ୍ଗର ମୁଖ୍ୟ କାର୍ପଟଦାରମାନଙ୍କୁ ଧରିବାକୁ କମିଶନରେଟ ପୋଲିସ ଦ୍ୱାରା ଗଠିତ ସ୍ୱତନ୍ତ୍ର ଟିମ୍ ରାଜ୍ୟ ବାହାରକୁ ଯିବାକୁ ପ୍ରସ୍ତୁତ ହେଉଛି ।
ଜଣେ ଅତିରିକ୍ତ ଡିସିପି ରାଙ୍କର ଅଧିକାରୀଙ୍କୁ ଏହି ସାଇବର୍ ଠକେଇ ଗ୍ୟାଙ୍ଗର ତଦନ୍ତ ଦାୟିତ୍ୱ ଦିଆଯାଇଛି । ବାଲେଶ୍ୱର, ଭଦ୍ରକ ଓ କେନ୍ଦୁଝରରେ ଚଢ଼ାଉ ପରେ ମଙ୍ଗଳବାର ଦିନ ଜବତ ହୋଇଥିବା ୧୬,୦୦୦ରୁ ଅଧିକ ସିମ୍ କାର୍ଡ଼ଗୁଡି଼କ ବିହାର, ଦିଲ୍ଲୀ, ମହାରାଷ୍ଟ୍ର ଓ ହରିଆଣାକୁ କୋରିଅର୍ ଯୋଗେ ଯାଇଥା’ନ୍ତା ବୋଲି ତଦନ୍ତ ବେଳେ ଜାଣିବାକୁ ପାଇଛି କମିଶନରେଟ୍ ପୋଲିସ । ତଦନ୍ତକାରୀ ଟିମ୍ ଖୁବ୍ ଶୀଘ୍ର ଏହି ଚାରିଟି ରାଜ୍ୟକୁ ଯିବ ବୋଲି କହିଛନ୍ତି ଅଧିକାରୀମାନେ ।
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ ଫଟୋ | ‘‘ଜଣେ ପ୍ରଡ୍ୟୁସର୍ ମୋତେ ହିରୋଙ୍କ ସହ ଶୋଇବାକୁ କହିଥିଲେ… ସବୁ ଇଣ୍ଡଷ୍ଟ୍ରୀରେ ଏମିତି ହୁଏ…’’ଗିରଫ ହୋଇଥିବା ସାତ ଜଣ ସାଇବର ଠକ ଠକେଇ ପାଇଁ ସୋସିଆଲ୍ ମିଡି଼ଆକୁ ମାଧ୍ୟମ କରୁଥିଲେ । ବିଶେଷ କରି ହ୍ୱାଟ୍ସଆପରେ ଡୁପ୍ଲିକେଟ ଗୃପ୍ ତିଆରି କରିଥିଲେ । ଗୋଟିଏ ସିମ୍ କାର୍ଡ଼କୁ ବ୍ୟବହାର କରି ଏକାଧିକ ଗୃପ୍ ତିଆରି ହେଉଥିଲା । ସୋସିଆଲ ମିଡ଼ିଆ ଜରିଆରେ ଆଧାର କାର୍ଡ଼ ଜାଲିଆତି ବି କରିଥିଲା ଏହି ଗ୍ୟାଙ୍ଗ୍ ।

ମଙ୍ଗଳବାର ଦିନ ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ଓ ଡିସିପି ଉମାଶଙ୍କର ଦାଶଙ୍କ ସହ ଡିଜିପି ଅଭୟ (ମଝି)
ଠକଙ୍କ ବିଷୟରେ ଅଧିକ ତଥ୍ୟ ପାଇଁ ଗୁଗୁଲ୍, ୟୁଟ୍ୟୁବ୍ ଓ ହ୍ୱାଟ୍ସଆପକୁ ଚିଠି ଲେଖିଛି କମିଶନରେଟ ପୋଲିସ । ଠକମାନଙ୍କର ସିମ୍ କେଉଁ କେଉଁ ସୋସିଆଲ୍ ସାଇଟରେ ବ୍ୟବହାର ହୋଇଛି ଓ ଜବତ ହୋଇଥିବା ନମ୍ବରଗୁଡ଼ିକୁ ବ୍ୟବହାର କରି କେତୋଟି ଡୁପ୍ଲିକେଟ୍ ହ୍ୱାଟ୍ସଆପ୍ ଗୃପ ସେମାନେ କରିଛନ୍ତି ଏ ସବୁ ତଥ୍ୟ ବିଷୟରେ ସୂଚନା ପାଇଁ ଚିଠିରେ ଅନରୋଧ କରିଛି ତଦନ୍ତକାରୀ ଟିମ୍ ।
ଏହା ବି ପଢ଼ନ୍ତୁ | ବର୍ଷା ଋତୁ ପୂର୍ବରୁ ସବୁ ପିଲା ଇନ୍ଫ୍ଲୁଏଞ୍ଜା ଟିକା ନେବା ଉଚିତ ବୋଲି ବିଶେଷଜ୍ଞମାନେ ପରାମର୍ଶ ଦେଇଛନ୍ତି“ଗତ ଦୁଇ ବର୍ଷ ମଧ୍ୟରେ ରାଜ୍ୟରୁ କେତୋଟି ସିମ୍ ବାହାରକୁ ଯାଇଛି ତାହା ଜାଣିବାକୁ କେନ୍ଦ୍ର ଗୃହ ମନ୍ତ୍ରାଳାୟର ସାଇବର୍ ସେଭ୍ ପୋର୍ଟାଲକୁ ବି ତଥ୍ୟ ମଗାଯାଇଛି । ସେଥିରୁ ତଥ୍ୟ ଆସିଲେ ରାଜ୍ୟରୁ କେତେ ସିମ୍ କାର୍ଡ଼ ପୂର୍ବରୁ ରାଜ୍ୟ ବହାରକୁ ଯାଇଛି ତାହା ସ୍ପଷ୍ଟ ହେବ । ତଦନ୍ତ ବେଳେ ନୂଆ ନୁଆ ତଥ୍ୟ ଏବେ ସାମ୍ନାକୁ ଆସୁଛି । ଜବତ ସିମ୍ କାର୍ଡ଼ର ଯାଞ୍ଚ ପାଇଁ ସବୁ ସିମକୁ ରସୁଳଗଡ଼ସ୍ଥିତ ରାଜ୍ୟ ଫରେନସିକ୍ ଲାବରେଟରୀକୁ ପଠାଯିବ,’’ କହିଛନ୍ତି ଭୁବନେଶ୍ୱର ଡିସିପି ଉମା ଶଙ୍କର ଦାଶ ।
ଏହା ବି ପଢ଼ନ୍ତୁ | ଡ୍ରାଇଭିଂ ଲାଇସେନ୍ସ ଏକ୍ସପାୟାର୍ ହୋଇଯାଇଥିଲେ ବି ପୋଲିସ ଆପଣଙ୍କ ଚାଲାଣ କାଟିପାରିବ ନାହିଁଏହି ଗ୍ୟାଙ୍ଗ୍ ଦୁଇ ବର୍ଷ ହେବ ଓଡ଼ିଶାରେ ସକ୍ରିୟ ଥିଲା । ଅଧିକ ତଦନ୍ତ ପାଇଁ ଗିରଫ ଠକମାନଙ୍କ ମଧ୍ୟରୁ ତିନି ଜଣଙ୍କୁ ରିମାଣ୍ଡରେ ଆଣିବ ପୋଲିସ । ‘‘ରିମାଣ୍ଡ ସମୟରେ ବିଶେଷ କରି ଆନ୍ତଃରାଜ୍ୟ ଲିଙ୍କର ଖୋଳତାଡ଼ କରାଯିବ । ଜବତ ହୋଇଥିବା ସିମଗୁଡି଼କର ଟେଲିକମ୍ ସଂସ୍ଥାଗୁଡି଼କୁ ଚିଠି ଲେଖି ତଥ୍ୟ ମଗାଯାଇଛି । ଜବତ ୧୬,୦୦୦ ସିମ୍ କେଉଁମାନଙ୍କ ନାମରେ ରହିଛି ଓ ଜଣେ ବ୍ୟକ୍ତିର ପ୍ରମାଣ ପତ୍ରରେ କେତେଟି ସିମ୍ କାର୍ଡ଼ ଆକ୍ଟିଭ୍ ହୋଇଛି ସେ ସବୁ ତଥ୍ୟର ଖୋଳତାଡ଼ ଆରମ୍ଭ କରାଯାଉଛି,’’ କହିଛନ୍ତି ଡିସିପି ।
ଏହା ବି ପଢ଼ନ୍ତୁ | ମଶାଣିରେ ବଳାତ୍କାର: ଦୁଇ ଭଉଣୀଙ୍କ ସହ ମଶାଣି ଭିତରେ ଦୁଷ୍କର୍ମ କରି ସେନାର ୨ ଯବାନ ଗିରଫ ହେଲେଏବେ ସୁଦ୍ଧା ସିଧାସଳଖ ଏହି ଗ୍ୟାଙ୍ଗ ସହ ସମ୍ପର୍କରେ ଥିବା ୧୮ଜଣ ବ୍ୟକ୍ତି ପୋଲିସ ସ୍କାନରରେ ଅଛନ୍ତି । ଆଗକୁ ଆହୁରି ଅନେକ ବ୍ୟକ୍ତିଙ୍କ ସମ୍ପୃକ୍ତି ସାମ୍ନାକୁ ଆସିବ ବୋଲି ଆଶଙ୍କା କରୁଛି ତଦନ୍ତକାରୀ ଟିମ୍ ।
“ଏହି ଘଟଣାରେ ପ୍ରମାଣ ଖୋଜିବା ପୋଲିସ ପାଇଁ ଚ୍ୟାଲେଞ୍ଜ୍ ହେବ ନାହିଁ କାରଣ ଏସବୁ ତଥ୍ୟଭିତ୍ତିକ ମାମଲା । ଏହି ଘଟଣାରେ ପୋଲିସ ପୃଥକ୍ ପୃଥକ୍ ମାମଲା ରୁଜୁ କଲେ ଅଭିଯୁକ୍ତମାନଙ୍କ ଜାମିନ ଖାରଜ ହେବ,” କହିଛନ୍ତି ବରିଷ୍ଠ ଆଇନଜୀବୀ ସିଦ୍ଧାର୍ଥ ଦାସ ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।