ସୁନ୍ଦରଗଡ଼ ଜିଲ୍ଲାରେ ବୁଲୁଛି ମୋବାଇଲ ମେଡିକାଲ ଭ୍ୟାନ; ଲୋକଙ୍କୁ ମିଳୁଛି ମାଗଣା ସ୍ୱାସ୍ଥ୍ୟ ସେବା

ସୁନ୍ଦରଗଡ଼ ଜିଲ୍ଲାର ସମସ୍ତ ୧୭ଟି ବ୍ଲକରେ ଏହି ସେବା ଯୋଗାଇଦେବା ପାଇଁ ୨୫ଟି ଏମଏମଭିକୁ ନିୟୋଜିତ କରାଯାଇଛି। ପ୍ରତି ଏମଏମଭି ନିୟମିତ ଭାବେ ବିଭିନ୍ନ ଗାଁକୁ ଯାଇ ସ୍ଥାନୀୟ ଲୋକଙ୍କୁ ମାଗଣାରେ ସ୍ୱାସ୍ଥ୍ୟ ସେବା ପ୍ରଦାନ କରୁଛି ।

ସୁନ୍ଦରଗଡ଼ ଜିଲ୍ଲାରେ ବୁଲୁଛି ମୋବାଇଲ ମେଡିକାଲ ଭ୍ୟାନ: ଲୋକଙ୍କୁ ଦ୍ୱାରେ ଦ୍ୱାରେ ମିଳୁଛି ମାଗଣା ସ୍ୱାସ୍ଥ୍ୟ ସେବା

ସୁନ୍ଦରଗଡ଼ ଜିଲ୍ଲାରେ ବୁଲୁଛି ମୋବାଇଲ ମେଡିକାଲ ଭ୍ୟାନ: ଲୋକଙ୍କୁ ଦ୍ୱାରେ ଦ୍ୱାରେ ମିଳୁଛି ମାଗଣା ସ୍ୱାସ୍ଥ୍ୟ ସେବା

  • Share this:
News18 Odia Digital

ସୁନ୍ଦରଗଡ଼; ଜିଲ୍ଲାରେ ଦ୍ଵାର ଦ୍ଵାର ପହଞ୍ଚି ମାଗଣାରେ ସ୍ବାସ୍ଥ୍ୟ ସେବା ଯୋଗାଉଛି ମୋବାଇଲ ମେଡିକାଲ୍ ଭ୍ୟାନ । ୨୦୧୭ ଏପ୍ରିଲରୁ ୨୦୨୨ ଜୁଲାଇ ସୁଦ୍ଧା ୧୯ ଲକ୍ଷରୁ ଅଧିକ ଲୋକଙ୍କୁ ମିଳିଛି ସ୍ବାସ୍ଥ୍ୟସେବା । ଆଦିବାସୀ ବହୁଳ ସୁନ୍ଦରଗଡ଼ ଜିଲ୍ଲାରେ ଲୋକଙ୍କ ଦୁଆର ମୁହଁରେ ମାଗଣାରେ ସ୍ୱାସ୍ଥ୍ୟ ସେବା ପହଞ୍ଚାଇବା ପାଇଁ ରହିଛି ‘ମୋବାଇଲ ମେଡିକାଲ ଭ୍ୟାନ ବା ଏମଏମଭି’।



ଜିଲ୍ଲା ପ୍ରଶାସନର ଏହି ପଦକ୍ଷେପ ଯୋଗୁଁ ୨୦୧୭ ଏପ୍ରିଲରୁ ୨୦୨୨ ଜୁଲାଇ ସୁଦ୍ଧା ଜିଲ୍ଲାର ୧୯ ଲକ୍ଷରୁ ଅଧିକ ଲୋକ ବିଶେଷ ଭାବେ ଉପକୃତ ହୋଇଛନ୍ତି । ସୁନ୍ଦରଗଡ଼ ଜିଲ୍ଲାର ସମସ୍ତ ୧୭ଟି ବ୍ଲକରେ ଏହି ସେବା ଯୋଗାଇଦେବା ପାଇଁ ୨୫ଟି ଏମଏମଭିକୁ ନିୟୋଜିତ କରାଯାଇଛି। ପ୍ରତି ଏମଏମଭି ନିୟମିତ ଭାବେ ବିଭିନ୍ନ ଗାଁକୁ ଯାଇ ସ୍ଥାନୀୟ ଲୋକଙ୍କୁ ମାଗଣାରେ ସ୍ୱାସ୍ଥ୍ୟ ସେବା ପ୍ରଦାନ କରୁଛି । ତା’ଛଡ଼ା ବିଭିନ୍ନ ସ୍କୁଲ, ବାଳାଶ୍ରମ ଓ ବୃଦ୍ଧାଶ୍ରମ ଆଦି ସ୍ଥାନରେ କ୍ୟାମ୍ପ କରି ଏମଏମଭି ହିତାଧିକାରୀମାନଙ୍କୁ ଚିକିତ୍ସା ସେବା ଯୋଗାଇ ଦେଉଛି । ପ୍ରତିଦିନ ଏହି ସେବାରୁ ୮୦୦ ରୁ ୯୦୦ ଲୋକ ଉପକୃତ ହେଉଛନ୍ତି । ଏହି କାର୍ଯ୍ୟକ୍ରମ ପାଇଁ ସୁନ୍ଦରଗଡ଼ ଜିଲ୍ଲା ଖଣିଜ ପ୍ରତିଷ୍ଠାନ ପାଣ୍ଠିରୁ ଆର୍ଥିକ ସହାୟତା ଯୋଗାଇ ଦିଆଯାଉଛି ।

‘‘ସୁନ୍ଦରଗଡ଼ର ଏକ ବୃଦ୍ଧାଶ୍ରମରେ ଆମେ ରହୁଛୁ । ବୟସ ଅଧିକ ହୋଇଯାଇଥିବାରୁ ଦେହ ଖରାପ ହେଲେ ଡାକ୍ତରଖାନା ଯିବା ସମ୍ଭବ ହେଉନି । ତେବେ ମୋବାଇଲ ମେଡିକାଲ ଭ୍ୟାନ ଆମ ବୃଦ୍ଧାଶ୍ରମ ପାଖକୁ ଆସୁଥିବାରୁ ଆମେ ସେଠାରେ ମାଗଣାରେ ଏବଂ ସୁବିଧାରେ ସ୍ୱାସ୍ଥ୍ୟ ପରୀକ୍ଷା କରାଇ ଔଷଧ ଆଣୁଛୁ’’ ବୋଲି କହିଛନ୍ତି ସୁଶିଳା ମହାନନ୍ଦିଆ । 'ମୋ ସ୍ତ୍ରୀର ଆଣ୍ଠୁ, ଗଣ୍ଠି, ଅଣ୍ଟା ଆଦି ବିନ୍ଧା ହେଉଛି । ଶଯ୍ୟାଶାୟୀ ଥିବାରୁ ତାଙ୍କୁ ଡାକ୍ତରଖାନା ନେବା ସୁବିଧା ହେଉନି । ମୋବାଇଲ ମେଡିକାଲ ଭ୍ୟାନରେ ଥିବା ଡାକ୍ତରୀ ଟିମ୍ ତାଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରି ଔଷଧ ଦେଇଛନ୍ତି । ଏଭଳି ସୁବିଧା ମିଳୁଥିବାରୁ ଆମେ ବହୁତ ଖୁସି’’ ବୋଲି କହିଛନ୍ତି ଟଙ୍କଧର ସାହୁ । ଲେଫ୍ରିପଡ଼ା ବ୍ଲକର ଟଙ୍କଧର ଏବଂ ତାଙ୍କ ସ୍ତ୍ରୀ ସୁନ୍ଦରଗଡ଼ର ଏକ ବୃଦ୍ଧାଶ୍ରମରେ ରହୁଛନ୍ତି ।

ଏମଏମଭିରେ ମ୍ୟାଲେରିଆ ଓ ଡାଇବେଟିସ୍ ଆଦି ରୋଗ ପାଇଁ ରକ୍ତ ନମୁନା ପରୀକ୍ଷା କରିବାର ସୁବିଧା ରହିଛି । ସେହିପରି ଏହି ଗସ୍ତ ସମୟରେ ଆମେ ସ୍ଥାନୀୟ ଗର୍ଭବତୀ ଏବଂ ପ୍ରସୂତି ମା’ମାନଙ୍କୁ ଆବଶ୍ୟକ ଚିକିତ୍ସା ପରାମର୍ଶ ଦେଉଛୁ’’ କହିଛନ୍ତି ଏମଏମଭିରେ ନିୟୋଜିତ ଡାକ୍ତର ସଞ୍ଜୀବ କୁମାର ମିଞ୍ଜ । ଏମଏମଭିକୁ ଦେଖାଇବାକୁ ଆସିଥିବା ଯେଉଁ ରୋଗୀମାନଙ୍କର ବିଶେଷ ପରୀକ୍ଷା ବା ଅଧିକ ଚିକିତ୍ସା ଆବଶ୍ୟକ ସେମାନଙ୍କୁ ଉପଖଣ୍ଡ ବା ଜିଲ୍ଲାସ୍ତରୀୟ ସ୍ୱାସ୍ଥ୍ୟକେନ୍ଦ୍ରକୁ ରେଫର କରାଯାଉଛି । ଏପରିକି ଜରୁରୀକାଳୀନ କ୍ଷେତ୍ରରେ ଗୁରୁତର ରୋଗୀଙ୍କୁ ଆମ୍ବୁଲାନ୍ସ ଭଳି ଏମଏମଭିରେ ଉଚ୍ଚ ଡାକ୍ତରଖାନାକୁ ନିଆଯିବାର ବ୍ୟବସ୍ଥା ରହିଛି ।
Published by:Soubhagya Mishra
First published: