'ମୋ ବସ'ରେ ମୋବାଇଲ ଲୁଟ; ୫ଦିନରେ ଗଲାଣି ୫ଟି ମୋବାଇଲ

ଭୁବନେଶ୍ୱରରେ ଗଡୁଥିବା ମୋ ବସରେ ବୁଲୁଛନ୍ତି ଭଦ୍ରମୁଖା ଚୋର। ସୁଟବୁଟ ପିନ୍ଧି ବସକୁ ଆସୁଛନ୍ତି ଆଉ ସୁଯୋଗ ଦେଖି ଝାମ୍ପି ନେଉଛନ୍ତି ମୋବାଇଲ।

ଯାଞ୍ଚ କରୁଛି ପୋଲିସ (ପ୍ରତୀକାତ୍ମକ ଛବି)

ଯାଞ୍ଚ କରୁଛି ପୋଲିସ (ପ୍ରତୀକାତ୍ମକ ଛବି)

  • News18 Odia
  • Last Updated :
  • Other, India
  • Share this:
News18 Odia Digital

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଗଡୁଥିବା ମୋ ବସରେ ବୁଲୁଛନ୍ତି ଭଦ୍ରମୁଖା ଚୋର। ସୁଟବୁଟ ପିନ୍ଧି ବସକୁ ଆସୁଛନ୍ତି ଆଉ ସୁଯୋଗ ଦେଖି ଝାମ୍ପି ନେଉଛନ୍ତି ମୋବାଇଲ। ଏଭଳି କିଛି ଅଭିଯୋଗ ହେବା ପରେ ପୋଲିସ ସମ୍ପୃକ୍ତ ବସକୁ ଯାଞ୍ଚ କରିଥିବା ଜଣା ପଡ଼ିଛି।

ସିସିଟିଭିର ଏକ ଫୁଟେଜ ଏବେ ସୋସିଆଲ ମିଡ଼ିଆରେ ଭାଇରଲ ହେବାରେ ଲାଗିଛି। ଫୋଟୋରେ ଜଣେ ବ୍ୟକ୍ତି ବସର ପ୍ରବେଶ ପଥରେ ଗହଳି ଭିତରେ ଦେଖିବାକୁ ମିଳୁଛି ଯିଏକି ସହରର ବିଭିନ୍ନ ମୋ ବସରେ ଯାତ୍ରା କରୁଥିବା ଏକାଧିକ ଲୋକଙ୍କ ଠାରୁ ମୋବାଇଲ ଲୁଟି ନେଇଥିବା ଅଭିଯୋଗ ହୋଇଛି। କ୍ରମାଗତ ଭାବେ ୫ ଦିନରେ ସହିଦ ନଗର, ନୟାପଲ୍ଲୀ, ଭରତପୁର ଓ ଚନ୍ଦ୍ରଶେଖରପୁର ପରି ବିଭିନ୍ନ ଥାନାରେ ମୋ ବସରୁ ୫ରୁ ଉର୍ଦ୍ଧ ମୋବାଇଲ ଲୁଟ ଅଭିଯୋଗ ହୋଇଥିଲା ବେଳେ ଆଜି ଗୋଟିଏ ଦିନରେ ମୋ ବସରୁ ୨ଟି ମୋବାଇଲ ଚୋରି ହୋଇଥିବା ନେଇ ଅଭିଯୋଗ ହୋଇଛି ।

ଦୁଇ ଅଭିଯୋଗକାରୀଙ୍କ ମଧ୍ୟରୁ ପ୍ରଭାତ ରଂଜନ ସେଠୀଙ୍କ କହିବା ଅନୁଯାୟୀ ଫାୟାର ଷ୍ଟେସନ ଛକରୁ ଜୟଦେବ ବିହାର ଆସିବା ସମୟରେ ବସରେ ହଠାତ କେହି ମୋବାଇଲ ଝାମ୍ପି ନେଇଥିଲେ ଯାହାକି ଗହଳିରେ ଜଣା ପଡିନଥିଲା। ସେହିଭଳି ପ୍ରଥମ ଥର ପାଇଁ ମୋ ବସରେ ଯାତ୍ରା କରୁଥିବା ଅଙ୍କିତ କୁମାର ନାୟକଙ୍କ ଅଭିଜ୍ଞତା ମଧ୍ୟ ବହୁତ ଖରାପ ଥିଲା। ତାଙ୍କ ପକେଟରୁ ଜୟଦେବ ବିହାର ଛକରୁ ବସରେ ଥିବା ଭଦ୍ର ଲୁଟେରା ଜଣକ ମୋବାଇଲ ଝାମ୍ପି ଥିଲା। ତତ୍କ୍ଷଣାତ ପିସିଆର ଭ୍ୟାନକୁ ଖବର ଦେବା ପରେ ବସଟିକୁ ଗୋଡ଼ାଇଥିଲା ପିସିଆର। ଫରଚ୍ୟୁନ ଟାୱାର ପାଖରେ ୧୮ନମ୍ବର ମୋ ବସକୁ ଅଟକାଇ ସମସ୍ତଙ୍କୁ ଯାଞ୍ଚ କରାଯାଇଥିଲା। କିନ୍ତୁ ବିଭିନ୍ନ ଷ୍ଟପେଜରେ ବସ ରଖା ଯିବାରୁ ଭଦ୍ର ଲୁଟେରା ଜଣକ ଖସି ପଳାଇବାରେ ସକ୍ଷମ ହୋଇଥିବା ଜଣା ପଡ଼ିଛି ।
Published by:Soumya Das
First published: