ଗ୍ରାମାଞ୍ଚଳରେ ଗଡ଼ିବ ମୋ ବସ; ପ୍ରଥମେ ୬ଟି ଜିଲ୍ଲାରେ ଆରମ୍ଭ ହେବ ସେବା

ରାଜ୍ୟବାସୀଙ୍କ ପାଇଁ ଖୁସି ଖବର । ଏଣିକି ଗ୍ରାମାଞ୍ଚଳରେ ଗଡ଼ିିବ ମୋ ବସ ।

ଗଡ଼ିିବ ମୋ ବସ

ଗଡ଼ିିବ ମୋ ବସ

  • News18 Odia
  • Last Updated :
  • Other, India
  • Share this:
News18 Odia Digital

Mo Bus Service: ରାଜ୍ୟରେ ସବୁ ବ୍ଲକରୁ ପଞ୍ଚାୟତକୁ ମିଳିବ ମୋ ବସ ସେବା (Mo Bus)। ମୋ ବସର ସଫଳତା ପରେ ଗ୍ରାମାଞ୍ଚଳକରେ ଏହି ବସ ଚଳାଚଳ ପାଇଁ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର (State Government)।

ବ୍ଲକରୁ ପଞ୍ଚାୟତକୁ ଯୋଡ଼ିବ ମୋ ବସ ସେବା। ପଞ୍ଚାୟତରେ ପରିବହନ ସେବା ବୃଦ୍ଧି ପାଇଁ "ଲକ୍ଷ୍ମୀ" ସ୍କିମ ମାଧ୍ୟମରେ ବସ ସେବା ଆରମ୍ଭ ହେବ। ପ୍ରଥମ ପର୍ଯ୍ୟାୟରେ ୬ ଟି ଜିଲ୍ଲାରେ ଆରମ୍ଭ ହେବ ବସ ସେବା। ଅଭିଭକ୍ତ କୋରାପୁଟ, ନବରଙ୍ଗପୁର, ରାୟଗଡ଼ା, ମାଲକାନଗିରି, କଳାହାଣ୍ଡି ଓ ଗଜପତି ଜିଲ୍ଲାରେ ସେବା ଆରମ୍ଭ ହେବ ବୋଲି ପରିବହନ ସଚିବ ଉଷା ପାଢ଼ୀ ସୂଚନା ଦେଇଛନ୍ତି।

ପୂର୍ବରୁ ରାଜ୍ୟରେ ୩ ଜିଲ୍ଲାରେ ମୋ ବସ ଗଡି଼ବ ନେଇ ରାଜ୍ୟ ସରକାର ଘୋଷଣା କରିଥିଲେ । ସମ୍ବଲପୁର , ଝାରସୁଗୁଡ଼ା ଓ ଗଞ୍ଜାମ ଜିଲ୍ଲାରେ ମିଳିପାରିବ ଏହି ସେବା। ଏହି ୩ ଜିଲ୍ଲାର ୯ ସହରରେ ଏହି ସେବା ଉପଲବ୍ଧ ହେବ। ସମ୍ବଲପୁର, ଝାରସୁଗୁଡ଼ା , ବ୍ରଜରାଜନଗର, ବେଲପାହାଡ, ବ୍ରହ୍ମପୁର, ଗୋପାଳପୁର, ଛତ୍ରପୁର, ହିଞ୍ଜିଲିକାଟୁ , ଦିଗପହଣ୍ଡି ଆଦି ସହରରେ ମୋ ବସ ସେବା ଆରମ୍ଭ ହେବ।
Published by:Soumya Das
First published: