News18 Odia Digital
Mo Bus Service: ରାଜ୍ୟରେ ଆଉ ତିନି ଜିଲ୍ଲାରେ ମିଳିବ ମୋ ବସ ସେବା (Mo Bus)। ମୋ ବସର ସଫଳତା ପରେ ଅନ୍ୟ ୩ ଜିଲ୍ଲାରେ (Districts) ଏହି ବସ ଚଳାଚଳ ପାଇଁ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର (State Government)।
ସମ୍ବଲପୁର , ଝାରସୁଗୁଡ଼ା ଓ ଗଞ୍ଜାମ ଜିଲ୍ଲାରେ ମିଳିପାରିବ ଏହି ସେବା। ଏହି ୩ ଜିଲ୍ଲାର ୯ ସହରରେ ଏହି ସେବା ଉପଲବ୍ଧ ହେବ। ସମ୍ବଲପୁର, ଝାରସୁଗୁଡ଼ା , ବ୍ରଜରାଜନଗର, ବେଲପାହାଡ, ବ୍ରହ୍ମପୁର, ଗୋପାଳପୁର, ଛତ୍ରପୁର, ହିଞ୍ଜିଲିକାଟୁ , ଦିଗପହଣ୍ଡି ଆଦି ସହରରେ ମୋ ବସ ସେବା ଆରମ୍ଭ ହେବ।
ଏହାଦ୍ୱାରା ୧୧ ଲକ୍ଷ ୬୧ ହଜାର ଲୋକ ଉପକୃତ ହୋଇପାରିବେ ବୋଲି ସାମ୍ବାଦିକ ସମ୍ମିଳନୀରେ ପ୍ରିନ୍ସିପାଲ ସେକ୍ରେଟେରୀ ସାଗରିକା ପଟ୍ଟନାୟକ ସୂଚନା ଦେଇଛନ୍ତି।
ପଢ଼ନ୍ତୁ ଏହି ଖବର:
ଡେଙ୍ଗା ମୁଖ୍ୟମନ୍ତ୍ରୀଙ୍କର ଛୋଟିଆ କାର: ଭି.କେ ପାଣ୍ଡିଆନସୂଚନା ମୁତାବକ ୨୦୧୮ରେ କଟକ, ଖୋର୍ଦ୍ଧା ଓ ପୁରୀରେ ପ୍ରଥମ କରି ମୋ ବସ ସେବା ଆରମ୍ଭ କରାଯାଇଥିଲା। ବର୍ତ୍ତମାନ ଏହି ରୁଟରେ ୩୯୦ଟି ବସ ଚଳପ୍ରଚଳ କରୁଛି ଯାହାଦ୍ୱାରା ୨.୩ ଲକ୍ଷ ଲୋକ ପ୍ରତିଦିନ ଉପକୃତ ହେଉଛନ୍ତି। ସର୍ବମୋଟ ଏବେ ୪୯୦ଟି ବସ ୪ ଜିଲ୍ଲାରେ ଚଳପ୍ରଚଳ ହେଉଥିବା ବେଳେ ଏଥିରେ ଆଉ ୩ ଜିଲ୍ଲା ଯୋଡ଼ି ହୋଇଥିବା ସ୍ପେଶାଲ ସେକ୍ରେଟେରୀ କହିଛନ୍ତି।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।