ବିଧାୟକମାନଙ୍କ ଦରମା ଏବଂ ଭତ୍ତା ବୃଦ୍ଧି ସହ ମିଳିବ ଅନେକ ସୁବିଧା

ବଢିବ ବିଧାୟକମାନଙ୍କର ଦରମା ଏବଂ ଭତ୍ତା । କେବଳ ସେତିକି ନୁହେଁ ବର୍ତ୍ତମାନ ମିଳୁଥିବା ସୁବିଧା ସୁଯୋଗ ଠାରୁ ଅଧିକ ସୁବିଧା ସୁଯୋଗ ମିଳିବ ।

ବିଧାୟକମାନଙ୍କ ଦରମା ଏବଂ ଭତ୍ତା ବୃଦ୍ଧି ସହ ମିଳିବ ଅନେକ ସୁବିଧା

ବିଧାୟକମାନଙ୍କ ଦରମା ଏବଂ ଭତ୍ତା ବୃଦ୍ଧି ସହ ମିଳିବ ଅନେକ ସୁବିଧା

  • News18 Odia
  • Last Updated :
  • Bhubaneswar, India
  • Share this:
News 18 Odia Digital

ଭୁବନେଶ୍ୱର; ବଢିବ ବିଧାୟକମାନଙ୍କର ଦରମା ଏବଂ ଭତ୍ତା । କେବଳ ସେତିକି ନୁହେଁ ବର୍ତ୍ତମାନ ମିଳୁଥିବା ସୁବିଧା ସୁଯୋଗ ଠାରୁ ଅଧିକ ସୁବିଧା ସୁଯୋଗ ମିଳିବ । ଏ ସମ୍ପର୍କରେ ଆସନ୍ତା ୨୪ତାରିଖରେ ହେବାକୁ ଥିବା ଶୀତ ଅଧିବେସନରେ ଗଠିତ କମିଟି ଦ୍ୱାରା ବାଚସ୍ପତି ବିକ୍ରମ କେଶରୀ ଆରୁଖଙ୍କୁ ରିପୋର୍ଟ ପ୍ରଦାନ କରାଯିବ । ଗଠନ କରାଯାଇଥିବା କମିଟି ଦ୍ୱାରା ବିଧାୟକଙ୍କ ଦରମାକୁ ନେଇ ଅନୁଧ୍ୟାନ କରାଯାଇଥିଲା । ଅନୁଧ୍ୟାନ ପରେ ଦରମା ବଢାଇବା ସପକ୍ଷରେ ରିପୋର୍ଟ ଉପସ୍ଥାପନ ହୋଇଛି । ଏ ସମ୍ପର୍କରେ ବିଜେଡି ବିଧାୟକ ଅମର ପ୍ରସାଦ ସତପଥି ଗଣମାଧ୍ୟମକୁ କହିଥିବା ଜଣାପଡିଛି ।

ଉଲ୍ଲେଖଯୋଗ୍ୟ, ବିଧାୟକମାନଙ୍କ ଦରମା ସହ ଭତ୍ତା ବୃଦ୍ଧି ନେଇ ପୂର୍ବରୁ ଅନେକଥର ବିଧାନସଭାରେ ଦାବି ଉପସ୍ଥାପନା କରାଯାଇଥିଲା । ଏ ସମ୍ପର୍କରେ ତର୍ଜମା ପାଇଁ ବାଚସ୍ପତି ଏକ ସ୍ୱତନ୍ତ୍ର କମିଟି ପ୍ରସ୍ଥୁତ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ଚଳିତବର୍ଷ ଅଗଷ୍ଟମାସରେ ଚାଲିଥିବା ବିଧାନସଭା ଅଧିବେସନରେ ମଧ୍ୟ ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା ।
Published by:Soubhagya Mishra
First published: