Odisha Budget: ବିଧାୟକଙ୍କୁ ନିର୍ଦ୍ଦେଶ; ଗାଁକୁ ଯାଅ, ବଜେଟ ବୁଝାଅ

Odisha Budget: ନବୀନ ନିବାସରେ ବଜେଟ ବାବଦରେ ବୁଝିଲେ ବିଧାୟକ । ଏବେ ଗାଁ ଗାଁ ଯାଇ ଲୋକାଭିମୁଖୀ ଦିଗ ବାବଦରେ ଲୋକଙ୍କୁ ବୁଝାଇବେ।

ବଜେଟ

ବଜେଟ

  • News18 Odia
  • Last Updated :
  • Other, India
  • Share this:
News18 Odia Digital

Odisha Budget 2023:  ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ପୂର୍ଣ୍ଣାଙ୍ଗ ବଜେଟ୍ ବିଧାନସଭାରେ ଉପସ୍ଥାପିତ ହୋଇଛି । ଏହା ପରେ ବିଜେଡ଼ି ବିଧାୟକମାନଙ୍କୁ ମିଳିଛି କଡ଼ା ନିର୍ଦ୍ଦେଶ । ବିଧାୟକମାନେ ନିଜ ନିଜ ଅଞ୍ଚଳକୁ ଯାଇ ଲୋକଙ୍କୁ ବଜେଟର ସମ୍ପର୍କରେ ବୁଝାଇବା ପାଇଁ ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି । ଗତ ୨୩ ବର୍ଷ ମଧ୍ୟରେ ପ୍ରଥମ ଥର ଏପରି କରିବାକୁ ପରାମର୍ଶ ଦିଆଯାଇଛି ।

ଗତକାଲି ବିଧାନସଭାରେ ବଜେଟ ଉପସ୍ଥାପନ ହେବା ପରେ ଲୋକମାନଙ୍କୁ ସେ ଦିଗରେ ଅଧିକ ଅବଗତ କରିବା ପାଇଁ ବିଧାୟକ ମାନଙ୍କୁ ତାଗିଦ କରିଛନ୍ତି ମୁଖ୍ଯମନ୍ତ୍ରୀ । ପ୍ରାୟ ସାଢ଼େ ୭ଟା ସୁଦ୍ଧା ସମସ୍ତ ବିଜେଡି ବିଧାୟକମାନଙ୍କୁ ନବୀନ ନିବାସ ପହଞ୍ଚିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା। ବଜେଟ୍ ସମ୍ପର୍କରେ ନିଜ ନିଜ ଅଞ୍ଚଳକୁ ଯାଇ ଲୋକଙ୍କୁ ସରକାରଙ୍କ ବିଭିନ୍ନ ଯୋଜନା ଓ କାର୍ଯ୍ୟକ୍ରମ ସମ୍ପର୍କରେ ଅବଗତ କରାଇବାକୁ ପରାମର୍ଶ ଦେଇଥିଲେ । ଏହା ପରେ ମୁଖ୍ଯମନ୍ତ୍ରୀଙ୍କ ପ୍ରଶାସନିକ ଟିମ୍ ବିଧାୟକଙ୍କୁ ଦେଇଥିଲେ ଗୁରୁଜ୍ଞାନ । ପ୍ରଥମେ ବିଧାୟକମାନଙ୍କୁ ବଜେଟର ବିଭିନ୍ନ ଦିଗ ସମ୍ପର୍କରେ ସୂଚନା ଦିଆଯାଇଥିଲା । ବଜେଟର ଲୋକାଭିମୁଖୀ ଦିଗ ସମ୍ପର୍କରେ ନିଜ ନିଜ ନିର୍ବାଚନମଣ୍ଡଳୀର ସାଧାରଣ ଲୋକଙ୍କଠୁ ଆରମ୍ଭ କରି ବୁଦ୍ଧିଜୀବୀ ବର୍ଗଙ୍କ ପର୍ଯ୍ୟନ୍ତ ସମସ୍ତଙ୍କୁ ବୁଝାଇବାକୁ ବିଧାୟକମାନଙ୍କୁ ପରାମର୍ଶ ଦିଆଯାଇଛି । ଏପରିକି ନିଜ ଅଞ୍ଚଳର ବୁଦ୍ଧିଜୀବୀମାନଙ୍କୁ ଡକାଇ ସେମାନଙ୍କ ସହ ଚଳିତବର୍ଷ ବଜେଟର ବିଭିନ୍ନ ଦିଗ ସମ୍ପର୍କରେ ସୂଚିତ କରିବାକୁ କୁହାଯାଇଛି ।

-govt-1879-crores-for-kalia-yojana-srm-157047.html

ବଜେଟରେ ଥିବା ୨୦ଟି ନୂଆ ଯୋଜନା ଓ କାର୍ଯ୍ୟକ୍ରମ ସମେତ କେନ୍ଦ୍ର ସରକାରଙ୍କଠୁ ଆକଳନଠୁ କମ୍ ଅନୁଦାନ ମିଳୁଥିବା ସମ୍ପର୍କରେ ଜଣାଇବାରୁ ପରାମର୍ଶ ଦିଆଯାଇଛି । ଲିଖିତ ଭାବେ ନବୀନ ନିବାସକୁ ଅବଗତ କରିବେ ବୋଲି ନିର୍ଦ୍ଦେଶ ଦିଆଯାଇଥିବା ଜଣାପଡ଼ିଛି ।
Published by:Soumya Das
First published: