ବିଧାନସଭାରେ ବିଧାୟକଙ୍କ ଦରମା ବୃଦ୍ଧି କରିବାକୁ ଦାବି କଲେ ସବୁ ବିଧାୟକ

ଆଜି ଶୂନ୍ୟକାଳରେ ପ୍ରସଙ୍ଗ ଉଠାଇଥିଲେ ବିରୋଧୀ ଦଳ ମୁଖ୍ୟ ସଚେତକ। ପରେ ପରେ ଜଣକ ପରେ ଜଣେ ସଦସ୍ୟ ଏହି ପ୍ରସଙ୍ଗ ଉଠାଇ ଦରମା ବଢ଼ାଇବାକୁ ଦାବି କରିଥିଲେ।

ବିଧାନସଭାରେ ବିଧାୟକଙ୍କ ଦରମା ବୃଦ୍ଧି କରିବାକୁ ଦାବି କଲେ ସବୁ ବିଧାୟକ

ବିଧାନସଭାରେ ବିଧାୟକଙ୍କ ଦରମା ବୃଦ୍ଧି କରିବାକୁ ଦାବି କଲେ ସବୁ ବିଧାୟକ

  • Share this:
News18 Odia Digital

ଭୁବନେଶ୍ବର: ବିଧାୟକଙ୍କ ଦରମା ବଢୁ। ଶୂନ୍ୟକାଳରେ ଦାବି ଉଠାଇଲେ ବିରୋଧୀ ଓ ଶାସକ ଦଳ ସଦସ୍ୟ। ପୂର୍ବତନ ବିଧାୟକଙ୍କ ପେନସନ ବି ବଢ଼ାଇବାକୁ ଦାବି ଉଠିଲା। ବର୍ତ୍ତମାନର ଦରମା ପର୍ଯ୍ୟାପ୍ତ ନୁହେଁ। ବିଧାୟକ ଦାବିକୁ ଦୃଷ୍ଟିରେ ରଖି ସରକାର ସୁବିଚାର କରିବାକୁ ପରାମର୍ଶ ଦେଲେ ବାଚସ୍ପତି।

ଆଜି ଶୂନ୍ୟକାଳରେ ପ୍ରସଙ୍ଗ ଉଠାଇଥିଲେ ବିରୋଧୀ ଦଳ ମୁଖ୍ୟ ସଚେତକ। ପରେ ପରେ ଜଣକ ପରେ ଜଣେ ସଦସ୍ୟ ଏହି ପ୍ରସଙ୍ଗ ଉଠାଇ ଦରମା ବଢ଼ାଇବାକୁ ଦାବି କରିଥିଲେ।

ବିଧାୟକ ତାରା ପ୍ରସାଦ ବାହିନୀପତି, ବିଷ୍ଣୁ ସେଠୀ, ଅମର ଶତପଥୀ, ସନ୍ତୋଷ ସିଂ ସାଲୁଜା, ବିଷ୍ଣୁ ସେଠୀ, ପଦ୍ମନାଭ ବେହେରା ପ୍ରମୁଖ ଏହି ପ୍ରସଙ୍ଗ ଉଠାଇ ଦରମା ବଢ଼ାଇବାକୁ ଦାବି କରିଥିଲେ।

କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା କହିଛନ୍ତି ଯେ ବର୍ତ୍ତମାନ ୧ ଲକ୍ଷ ମିଳୁ ଦରମା। ୩୫ ହଜାର ଦରମା ଓ ଅନ୍ୟ ଖର୍ଚ୍ଚ ବାବଦକୁ ୬୫ ହଜାର। ପୂର୍ବତନ ବିଧାୟକଙ୍କ ଦରମା ସହ ସୁବିଧା ବି ବୃଦ୍ଧି କରାଯାଉ। ଅନ୍ୟ ରାଜ୍ୟରେ ଅଧିକ ସୁବିଧା ସୁଯୋଗ ମିଳୁଛି।

ସେପଟେ ବିରୋଧୀ ଦଳର ମୁଖ୍ୟ ସଚେତକ ମୋହନ ମାଝୀ ଆଜି ଏହି ପ୍ରସଙ୍ଗ ଉଠାଇ କହିଛନ୍ତି, ଶେଷ ଥର ପାଇଁ ୨୦୧୭ରେ ବିଧାୟକମାନଙ୍କ ଗସ୍ତ ଖର୍ଚ୍ଚ ଓ ଦରମା ବଢ଼ିଥିଲା। ଆଉ ଏବେ ସବୁ ରେଟ୍ ବି ବଢିଛି ତେଣୁ ବିଧାୟକମାନଙ୍କ ଦରମା ଓ ଗସ୍ତ ଖର୍ଚ୍ଚ ବଢ଼ାଇବାକୁ ସେ ଦାବି କରିଛନ୍ତି।

ସେ ଦୃଷ୍ଟିରୁ ବିଧାୟକଙ୍କ ଦରମା ସହ ପୂର୍ବତନ ବିଧାୟକ ସୁବିଧା ସୁଯୋଗ ବଢ଼ିବା ଆବଶ୍ୟକ।ଏଥିପାଇଁ ସର୍ବଦଳୀୟ କମିଟି ଗଠନ କରାଯାଉ। ବିଭିନ୍ନ ରାଜ୍ୟ ପରିଦର୍ଶନ କରି ସେଠାରେ କଣ ବ୍ୟବସ୍ଥା ଅଛି ଅନୁଧ୍ୟାନ କରି ରିପୋର୍ଟ ଦେବ।

ବିଜେଡି ବିଧାୟକ ପଦ୍ମନାଭ ବେହେରା କହିଛନ୍ତି, "ଅଳ୍ପ ଧନ ବିକଳ ମନ, ଅଭାବେ ସ୍ଵଭାବ ନଷ୍ଟ। ବିଧାୟକଙ୍କ କ୍ଷେତ୍ରରେ ଏପରି ସ୍ଥିତି ସୃଷ୍ଟି ହୋଇଛି। ବିଧାୟକମାନେ ଗାଡ଼ି ଧରି ନିର୍ବାଚନ ମଣ୍ଡଳୀ ଗସ୍ତ କଲେ ୫୦ ହଜାର ଟଙ୍କାରୁ କମ ଖର୍ଚ୍ଚ ହୁଏନି।’’

ଏହା ସହ ଅନ୍ୟ ଖର୍ଚ୍ଚ ମଧ୍ୟ ଅଛି। ବିରୋଧୀ ଦଳ ଉପ-ନେତା ବିଷ୍ଣୁ ସେଠୀ କହିଛନ୍ତି," ‘‘ଅଜାଗା ଘା ଦେଖି ହୁଏନି। ବିଧାୟକଙ୍କ ଗାଡ଼ି ଡ୍ରାଇଭର, ରୋଷେଆ ଭଳି ସମସ୍ତ ଖର୍ଚ୍ଚ ମିଶାଇଲେ ବୋଧ ହୁଏ ଧାର କରିବାକୁ ପଡୁଥିବ। ଜଣେ କ୍ଲାସ ୩ ଚାକିରିଆ ଠୁ ବିଧାୟକଙ୍କ ଦରମା କମ୍।’’

ବର୍ତ୍ତମାନ୍ ସ୍ଥିତିରେ ଦରମା ପର୍ଯ୍ୟାପ୍ତ ହୋଇନଥିବାରୁ ଏ ଦିଗରେ ବିଚାର କରିବାକୁ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରିବାକୁ ବାଚସ୍ପତଙ୍କ ନିକଟରେ ଦାବି କଲେ ସମସ୍ତ ବିଧାୟକ। ବିଧାୟକ ଦାବିକୁ ଦୃଷ୍ଟିରେ ରଖି ସରକାର ସୁବିଚାର କରିବାକୁ ପରାମର୍ଶ ଦେଲେ ବାଚସ୍ପତି।
Published by:Lipina Das
First published: