ବିଧାନ ସଭା ଭିତରେ MLA ସୁବାଷ ପାଣିଗ୍ରାହୀ ଆତ୍ମହତ୍ୟା ଉଦ୍ୟମ କଲେ; କହିଲେ, ‘‘ସରକାର ଶୁଣୁନାହାନ୍ତି’’

ପାଣିଗ୍ରାହୀଙ୍କ ଆତ୍ମହତ୍ୟା ଉଦ୍ୟମ ବିଧାନ ସଭାରେ ହଇଚଇ ସୃଷ୍ଟି କରିଥିଲା । ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଓ ପାଖରେ ଥିବା ଅନ୍ୟ କେତେକ ବିଧାୟକ ତାଙ୍କ ହାତରୁ ସାନିଟାଇଜର୍ ବୋତଲଟିକୁ ଛଡ଼ାଇ ନେଇଥିଲେ । ‘‘ୟେ ଠିକ୍ ପରମ୍ପରା,’’ ପରେ କହିଥିଲେ ପାଣିଗ୍ରାହୀ ।

ବିଧାନ ସଭା ଭିତରେ MLA ସୁବାଷ ପାଣିଗ୍ରାହୀ ଆତ୍ମହତ୍ୟା ଉଦ୍ୟମ କଲେ; କହିଲେ, ‘‘ସରକାର ଶୁଣୁନାହାନ୍ତି’’
ଦେଓଗଡ଼ର ବିଜେପି ବିଧାୟକ ସୁବାଷ ଚନ୍ଦ୍ର ପାଣିଗ୍ରାହୀ; (ଡାହାଣ) ବିଧାନ ସଭା (ଫାଇଲ୍ ଫଟୋ)
  • News18 Odia
  • Last Updated: March 12, 2021, 5:52 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର:  ରାଜ୍ୟ ବିଧାନ ସଭା ଭିତରେ (Odisha Assembly) ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଯାଇଛି । ଜଣେ ବିଜେପି ବିଧାୟକ ଆତ୍ମହତ୍ୟା କରି ନିଜ ଜୀବନ ଲୀଳା ଶେଷ କରିବାକୁ ଚେଷ୍ଟା କରିଛନ୍ତି । ରାଜ୍ୟରେ କୃଷକମାନେ ଧାନ ବିକିବାରେ ସାମନା କରୁଥିବା ସମସ୍ୟାର ସମାଧାନ କରିବାରେ ରାଜ୍ୟ ସରକାର ବିଫଳ ହୋଇଛନ୍ତି ବୋଲି ଅଭିଯୋଗ କରି ଏହି ବିଧାୟକ ଶୁକ୍ରବାର ଦିନ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିବା ଜଣାପଡ଼ିଛି ।

ଦେଓଗଡ଼ର ବିଜେପି ବିଧାୟକ ସୁବାଷ ଚନ୍ଦ୍ର ପାଣିଗ୍ରାହୀ (Subash Chandra Panigrahi) ରାଜ୍ୟ ବିଧାନସଭାର ବଜେଟ୍ ଅଧିବେଶନ ଚାଲିଥିବା ବେଳେ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିଲେ । ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ନିଜ ସଂକ୍ଷିପ୍ତ ବକ୍ତବ୍ୟ ରଖୁଥିବା ସମୟରେ ପାଣିଗ୍ରାହୀ ଏକ ହ୍ୟାଣ୍ଡ୍‌ ସାନିଟାଇଜର୍‌ ବୋତଲ୍‌ ଉଠାଇ ସେଥିରେ ଥିବା ତରଳ ପଦାର୍ଥକୁ ପିଇବାକୁ ଚେଷ୍ଟା କରିଥିଲେ (Odisha MLA suicide attempt)।

ଏହା ବି ପଢ଼ନ୍ତୁ | Bengal Polls: ମମତା ବାନାର୍ଜୀଙ୍କ ଉପରେ ଆକ୍ରମଣ ହେଲା; ଗୋଡ଼ ଛାତିରେ ଆଘାତ ଲାଗିଥିବା କହିଲେ

ପାଣିଗ୍ରାହୀଙ୍କ ଏହି ଉଦ୍ୟମ ବିଧାନ ସଭାରେ ହଇଚଇ ସୃଷ୍ଟି କରିଥିଲା । ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଓ ପାଖରେ ଉପସ୍ଥିତ ଅନ୍ୟ କେତେକ ବିଧାୟକ ପାଣିଗ୍ରାହୀଙ୍କୁ ସାନିଟାଇଜର୍‌ ପିଇବାରୁ ରୋକିଥିଲେ । ସେମାନେ ତାଙ୍କ ହାତରୁ ସାନିଟାଇଜର୍‌ ବୋତଲଟିକୁ ଛଡ଼ାଇ ନେଇଥିଲେ ।

ପରେ ସାମ୍ବାଦିକମାନେ ପାଣିଗ୍ରାହୀଙ୍କୁ ଭେଟି ତାଙ୍କ କାର୍ଯ୍ୟ ବିଷୟରେ ତାଙ୍କ ମତ ଲୋଡ଼ିଥିଲେ । ଜଣେ ସାମ୍ବାଦିକ ସେ ବିଧାନ ସଭାରେ ଏକ ଖରାପ ପରମ୍ପରା ସୃଷ୍ଟି କରିଛନ୍ତି ବୋଲି ତାଙଅକୁ କହିବାରୁ ସେ କହିଥିଲେ, ‘‘କିଛି ଖରାପ ପରମ୍ପରା ନୁହେଁ । ୟେ ଠିକ୍‌ ପରମ୍ପରା । ଯଦି ଏଠି କେହି କିଛି ମାନିବେ ନାହିଁ, ୟେ ସରକାର କିଛି ଶୁଣିବ ନାହିଁ, ମନ୍ତ୍ରୀଙ୍କ ବିବୃତି ଠିକ୍‌ ରହିବ ନାହିଁ, ସ୍ପିକରଙ୍କ ରୁଲିଂ ଠିକ୍‌ ରହିବ ନାହିଁ, ତାହେଲେ ବିଧାନ ସଭାର ମୂଲ୍ୟ କ’ଣ?’’

ଏହା ବି ପଢ଼ନ୍ତୁ | ଖାଦ୍ୟ ଡେରିରେ ଆଣିଲା Zomato ଡେଲିଭରି ମ୍ୟାନ୍, ଯୁବତୀଙ୍କୁ ଆକ୍ରମଣ କରି ରକ୍ତାକ୍ତ କଲା

‘‘ବର୍ତ୍ତମାନର ବିଧାନ ସଭା ପରିସ୍ଥିତିରେ ଆତ୍ମହତ୍ୟା ଉଦ୍ୟମ କରିବା କିଛି ଅପରାଧ ନୁହେଁ । ଆମେ ତ ଲୋକଙ୍କ ସେବା କରିବା ପାଇଁ ଆସିଛୁ । ହେଲେ ଯେତେବେଳେ ଲୋକଙ୍କ ପାଇଁ କିଛି କରି ହେଉନାହିଁ, ସେମାନେ ରାସ୍ତାରେ ଆନ୍ଦୋଳନ କରୁଛନ୍ତି, ରାସ୍ତା ଉପରେ ଧାନ ବସ୍ତା ରଖି ଆନ୍ଦୋଳନ କରୁଛନ୍ତି, କେହି ଶୁଣୁନାହାନ୍ତି । ତା’ ପରେ ସେମାନେ ପୁଣି ଲୋକ ପ୍ରତିନିଧି ଅର୍ଥାତ ବିଧାୟକଙ୍କ ପାଖକୁ ଆସୁଛନ୍ତି । ଆମର ଲଢ଼େଇଟା ହେଉଛି ବିଧାନ ସଭାରେ, ହେଲେ ବିଧାନ ସଭାରେ ବି କେହି ଶୁଣୁନାହାନ୍ତି,’’ କହିଛନ୍ତି ସୁବାଷ ପାଣିଗ୍ରାହୀ ।

ସେ କହିଛନ୍ତି ଯେ ତାଙ୍କ ଆତ୍ମହତ୍ୟା ଉଦ୍ୟମ ରାଜ୍ୟର କୃଷକମାନଙ୍କ ଉପରେ କୌଣସି କୁପ୍ରଭାବ ପକାଇବ ନାହିଁ । ‘‘ସେମାନେ ବର୍ଂ ଉତ୍ସାହିତ ହେବେ । ସେମାନଙ୍କ ଧାନ ଏବେ ବିକ୍ରିହେବ । ମୁଁ ମୋ’ କାର୍ଯ୍ୟ ଦ୍ୱାରା କାହାରିକୁ ଏମିତି କରିବାକୁ (ଆତ୍ମହତ୍ୟା କରିବାକୁ) ପ୍ରବର୍ତ୍ତାଉ ନାହିଁ ।’’

ଏହା ବି ପଢ଼ନ୍ତୁ ଦେଖନ୍ତୁ ଫଟୋ | ମଲ୍ଲିକା ଶେରାୱତ୍ କେବଳ ଟାୱେଲ୍ ପିନ୍ଧି ଫଟୋ ଶେୟାର୍ କଲେ; ତାପମାତ୍ରା ହଠାତ୍ ବଢ଼ିଗଲା!

‘‘ଗଣତନ୍ତ୍ରରେ ପ୍ରତିବାଦ କରିବାର ଅନେକ ପ୍ରକାର ଉପାୟ ଅଛି । ତେଣୁ ଏମିତି ପ୍ରତିବାଦ (ଆତ୍ମହତ୍ୟା ଉଦ୍ୟମ) କରିବାରେ ଅସୁବିଧା କ’ଣ?’’ ପଚାରିଛନ୍ତି ପାଣିଗ୍ରାହୀ ।

ଶୁକ୍ରବାର ଦିନ ବିଧାନ ସଭାର ବଜେଟ୍ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ ତୁମ୍ବି ତୋଫାନରୁ ଆରମ୍ଭ ହୋଇଥିଲା । ବିରୋଧୀ ଦଳ ବିଜେପି ଓ କଂଗ୍ରେସର ସଦସ୍ୟମାନେ ଧାନ କିଣା ପ୍ରସଙ୍ଗରେ ସରକାରଙ୍କ ବିରୋଧରେ ଜୋରଦାର୍‌ ପ୍ରଦର୍ଶନ କରିଥିଲେ। ଗୃହରେ ଉତ୍ତେଜନାମୂଳକ ସ୍ଥିତି ସୃଷ୍ଟି ହେବାରୁ ବାଚସ୍ପତିଙ୍କୁ ଏକାଧିକ ଥର ଗୃହ ପ୍ରକ୍ରିୟା ସ୍ଥଗିତ ରଖିବାକୁ ପଡିଥିଲା ।

ଏହା ବି ପଢ଼ନ୍ତୁ ଦେଖନ୍ତୁ ଫଟୋ | ନା କୋଚିଂ ନା ଟେଷ୍ଟ୍ ସିରିଜ୍; କେବଳ ଇଣ୍ଟରନେଟ୍ ବ୍ୟବହାର କରି IAS ହେଲେ ଏହି ଯୁବତୀ

‘‘ଜଣେ ବିଧାୟକଙ୍କ ଦ୍ୱାରା ବିଧାନ ସଭା ଭିତରେ କରାଯାଇଥିବା ଏହି କାର୍ଯ୍ୟ ଗଣତନ୍ତ୍ର ପାଇଁ ଓ ଦେଶର ସଂସଦୀୟ ବ୍ୟବସ୍ଥା ପାଇଁ ଆଦୌ ଶୁଭଙ୍କର ନୁହେଁ । ବିଧାୟକଙ୍କ ପାଖରେ ଅନେକ ଉପାୟ ଥିଲା ନିଜ ବିରୋଧ ପ୍ରକାଶ କରିବା ପାଇଁ ଓ ସରକାରଙ୍କୁ ଲୋକଙ୍କ ସମସ୍ୟା ଦୂର କରିବାକୁ ବାଧ୍ୟ କରିବା ପାଇଁ । ହେଲେ ଆତ୍ମହତ୍ୟା ଆଦୌ ଏକ ଉଚିତ ପଦକ୍ଷେପ ନ ଥିଲା,’’ କହିଛନ୍ତି ବରିଷ୍ଠ ରାଜନୈତିକ ବିଶ୍ଳେଷକ ଓ ସାମ୍ବାଦିକ ଅକ୍ଷୟ କୁମାର ସାହୁ ।



ଅସଲରେ ଦେଓଗଡ଼ର ବିଜେପି ବିଧାୟକ ସୁବାଶ ପାଣିଗ୍ରାହୀ ଗତ ମାସ ସରକାରଙ୍କୁ ବାରମ୍ବାର ଚେତାବନୀ ଦେଇ କହିଥିଲେ ଯେ ଯଦି କୃଷକଙ୍କ ସମସ୍ୟାର ଶୀଘ୍ର ସମାଧାନ ନ ହୁଏ ତେବେ ସେ ଆତ୍ମହତ୍ୟା କରିବାରେ ଦ୍ୱିଧା ପ୍ରକାଶ କରିବେ ନାହିଁ ।
Published by: Anand Shankar Thankur Das
First published: March 12, 2021, 5:52 PM IST