କଂଗ୍ରେସରୁ ବିଦା ହେଲେ ବିଧାୟକ ପ୍ରଫୁଲ ମାଝୀ; ୧୦ରେ ବିଜେଡ଼ିରେ ଯୋଗ ଦେବେ

ବିଶୃଙ୍ଖଳିତ ଆଚରଣ ଓ ଦଳ ବିରୋଧୀ କାର୍ଯ୍ୟ ପାଇଁ ବରିଷ୍ଠ ନେତା ତଥା ପୂର୍ବତନ ବିଧାୟକ ପ୍ରଫୁଲ୍ଲ ମାଝୀଙ୍କୁ କଂଗ୍ରେସରୁ ବହିଷ୍କୃତ କରାଯାଇଛି । ସେ ଚଳିତ ମାସ ୧୦ ତାରିଖରେ ବିଜେଡିରେ ଯୋଗ ଦେବେ ।

ଡିସେମ୍ବର ୧୦ରେ ବିଜେଡ଼ିରେ ଯୋଗ ଦେବେ ବିଧାୟକ ପ୍ରଫୁଲ ମାଝୀ (ପ୍ରତୀକାତ୍ମକ ଛବି)

ଡିସେମ୍ବର ୧୦ରେ ବିଜେଡ଼ିରେ ଯୋଗ ଦେବେ ବିଧାୟକ ପ୍ରଫୁଲ ମାଝୀ (ପ୍ରତୀକାତ୍ମକ ଛବି)

  • Share this:
News18 Odia Digital

ଭୁବନେଶ୍ୱର: ବିଶୃଙ୍ଖଳିତ ଆଚରଣ ଓ ଦଳ ବିରୋଧୀ କାର୍ଯ୍ୟ ପାଇଁ ବରିଷ୍ଠ ନେତା ତଥା ପୂର୍ବତନ ବିଧାୟକ ପ୍ରଫୁଲ୍ଲ ମାଝୀଙ୍କୁ କଂଗ୍ରେସରୁ ବହିଷ୍କୃତ କରାଯାଇଛି । ଏନେଇ ପିସିସି ଗଣମାଧ୍ୟମ ସଂଯୋଜକ  ଦୀପକ ମହାପାତ୍ର ସୂଚନା ଦେଇଛନ୍ତି । ଦଳ ଛାଡ଼ିବା ପରେ ସେ ବିଜେଡିରେ ଯୋଗ ବୋଲି ସୂଚନା ମିଳିଛି । ସେ ଚଳିତ ମାସ ୧୦ ତାରିଖରେ ବିଜେଡିରେ ଯୋଗ ଦେବେ । ତେବେ ପୂର୍ବତନ ବିଧାୟକ ପ୍ରଫୁଲ୍ଲ ମାଝୀ କଂଗ୍ରେସ ଛାଡ଼ି ପାରନ୍ତି ବୋଲି ପୂର୍ବରୁ ଚର୍ଚ୍ଚା ହେଉଥିଲା । ହେଲେ ସେ କଂଗ୍ରେସ ଛାଡ଼ିବା ପୂର୍ବରୁ ହିଁ ତାଙ୍କୁ ଦଳରୁ ବହିଷ୍କୃତ କରାଯାଇଛି ।

ଦଳରେ ତାଙ୍କୁ ପ୍ରତାରଣା ଓ ଅବହେଳା କରାଯାଇଛି ବୋଲି ଦଳରୁ ବାହାରିବା ପରେ ପ୍ରଫୁଲ୍ଲ ପ୍ରତିକ୍ରିୟାରେ କହିଛନ୍ତି । ସେ କହିଛନ୍ତି, "ତାଙ୍କ ପରିବାର ୬୦ ବର୍ଷରୁ ଅଧିକ ବର୍ଷ ହେଲାଣି କଂଗ୍ରେସ ସହ ରହିଛି । କିନ୍ତୁ ଏବେ ତାଙ୍କୁ ଅଣଦେଖା କରାଯାଉଛି । କଂଗ୍ରେସ ଏକ ମୁଣ୍ଡବିହୀନ ଦଳ"।

ଗତ ଅକ୍ଟୋବର ୨୨ରେ ନବରଙ୍ଗପୁରର ପୂର୍ବତନ ସାଂସଦ ପ୍ରଦୀପ ମାଝୀ କଂଗ୍ରେସରୁ ଇସ୍ତଫା ଦେଇଥିଲେ । ସେ ନଭେମ୍ବର ୬ରେ ବିଜେଡିରେ ଯୋଗ ଦେଇଥିଲେ । ତାଙ୍କ ପରେ ବରିଷ୍ଠ ନେତା ପ୍ରଫୁଲ୍ଲ ମାଝୀ ଦଳ ଛାଡ଼ି ବିଜେଡିରେ ଯୋଗ ଦେବେ ।
Published by:Soumya Das
First published:
)}