ବିଧାୟକ ମହମ୍ମଦ ମୋକିମଙ୍କୁ ୩ ବର୍ଷ ଜେଲ ଦଣ୍ଡାଦେଶ; ବିରୋଧୀ ଦଳରୁ ରାଜନୀତି କଲେ ଏଭଳି ସ୍ଥିତି ଆସେ.. ମୋକିମ୍

ବିଧାୟକ ମହମ୍ମଦ ମୋକିମଙ୍କୁ ୩ ବର୍ଷ ଜେଲ ଦଣ୍ଡାଦେଶ , ଓଆରଏଚଡିସି ଦୁର୍ନୀତି ମାମଲାରେ ଦଣ୍ଡ ଶୁଣାଇଲେ କୋର୍ଟ ।

ବିଧାୟକ ମହମ୍ମଦ ମୋକିମଙ୍କୁ ୩ ବର୍ଷ ଜେଲ ଦଣ୍ଡାଦେଶ; ବିରୋଧୀ ଦଳରୁ ରାଜନୀତି କଲେ ଏଭଳି ସ୍ଥିତି ଆସେ.. ମୋକିମ୍

ବିଧାୟକ ମହମ୍ମଦ ମୋକିମଙ୍କୁ ୩ ବର୍ଷ ଜେଲ ଦଣ୍ଡାଦେଶ; ବିରୋଧୀ ଦଳରୁ ରାଜନୀତି କଲେ ଏଭଳି ସ୍ଥିତି ଆସେ.. ମୋକିମ୍

  • News18 Odia
  • Last Updated :
  • Cuttack, India
  • Share this:
News 18 Odia Digital

କଟକ; ମୋକିମଙ୍କୁ ଜେଲ ଦଣ୍ଡାଦେଶ । କଟକ ବାରବାଟୀ କଂଗ୍ରେସ ବିଧାୟକ ମହମ୍ମଦ ମୋକିମଙ୍କୁ ଜେଲ ଦଣ୍ଡାଦେଶ । ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ ୩ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି । ମେଟ୍ରୋ ବିଲ୍‌ଡର୍ସର ଏମଡି ମହମ୍ମଦ ମୋକିମ ଓ ନିର୍ଦ୍ଦେଶକ ପୀୟୁଷ ମହାନ୍ତିଙ୍କୁ ଜେଲ ଦଣ୍ଡାଦେଶ ହୋଇଛି । ଓଆରଏଚଡିସି ଦୁର୍ନୀତି ମାମଲାରେ ଭୁବନେଶ୍ୱର ଭିଜିଲାନ୍ସ କୋର୍ଟ ଏହି ଦଣ୍ଡାଦେଶ ଶୁଣାଇଛନ୍ତି । ଏହି ଦୁଇଜଣଙ୍କ ସମେତ ପୂର୍ବତନ ଆଇଏଏସ ବିନୋଦ କୁମାର ଓ କମ୍ପାନୀ ସେକ୍ରେଟାରୀ ସ୍ୱସ୍ତି ରଞ୍ଜନଙ୍କୁ ମଧ୍ୟ ଏହି ମାମଲାରେ ୩ ବର୍ଷ ଜେଲ ଦଣ୍ଡାଦେଶ ସହ ୫୦ ହଜାର ଲେଖାଏଁ ଜରିମାନା ହୋଇଛି । ଜରିମାନା ନଦେଲେ ସେମାନେ ଅଧିକ ୬ ମାସ ଜେଲ୍‌ରେ ରହିବେ ବୋଲି କୋର୍ଟ ରାୟ ଶୁଣାଇଛନ୍ତି ।

ସେପଟେ କୋର୍ଟଙ୍କ ରାୟ ପରେ ମହମ୍ମଦ ମୋକିମ ବିରୋଧୀଙ୍କୁ ଟାର୍ଗେଟ କରି କହିଛନ୍ତି, ବ୍ୟବସାୟ କରି ବିରୋଧୀ ଦଳରୁ ରାଜନୀତି କଲେ ଏମିତି ସ୍ଥିତିର ସମ୍ମୁଖୀନ ହେବାକୁ ପଡ଼େ । ମୁଁ ଜାମିନରେ ଅଛି ଓ ହାଇକୋର୍ଟ ଯିବି ।
Published by:Soubhagya Mishra
First published: