ବିଜେଡିରେ 5T ସହ 5G; ବିଧାୟକ ଚନ୍ଦ୍ର ସାରଥି ବେହେରାଙ୍କ ମନ୍ତବ୍ୟକୁ ନେଇ ଚର୍ଚ୍ଚା

ବିଧାୟକ ଚନ୍ଦ୍ର ସାରଥି ବେହେରା କହିଛନ୍ତି ବିଜେଡିରେ ବି 5T ଓ 5G ଚାଲିଛି । ଦଳ ଗଠନ ସମୟରେ ସ୍ମାର୍ଟ ଫୋନ ନଥିଲା । ବର୍ତ୍ତମାନର ଜେନେରେଶନ ଟେକ୍ନୋଲୋଜି ସହ ବେଶ ପରିଚିତ ।

ବିଜେଡିରେ 5T ସହ 5G; ବିଧାୟକ ଚନ୍ଦ୍ର ସାରଥି ବେହେରାଙ୍କ ମନ୍ତବ୍ୟକୁ ନେଇ ଚର୍ଚ୍ଚା

ବିଜେଡିରେ 5T ସହ 5G; ବିଧାୟକ ଚନ୍ଦ୍ର ସାରଥି ବେହେରାଙ୍କ ମନ୍ତବ୍ୟକୁ ନେଇ ଚର୍ଚ୍ଚା

  • News18 Odia
  • Last Updated :
  • Bhubaneswar, India
  • Share this:
News 18 Odia Digital

ଭୁବନେଶ୍ୱର; ରାଜ୍ୟ ସରକାରଙ୍କ 5T କାର୍ଯ୍ୟକ୍ରମକୁ ନେଇ ସବୁଠି ଚର୍ଚ୍ଚା । ସବୁ ବିଭାଗରେ 5T ଲାଗୁ ହେବା ସହ କାର୍ଯ୍ୟରେ କିପରି ସ୍ବଚ୍ଛତା ଆସିବ ସେ ନେଇ ପ୍ରୟାସ କରୁଚନ୍ତି ରାଜ୍ୟ ସରକାର । 5T ଅଧୀନରେ ସରକାର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ଜାରି ରଖିଛନ୍ତି । 5T ସଚିବ ମଧ୍ୟ ସବୁ ବେଳେ ବିଭିନ୍ନ ସ୍ଥାନ ବୁଲି କାର୍ଯ୍ୟ ତଦାରଖ କରୁଛନ୍ତି । 5Tକୁ ନେଇ ଶାସକ ଦଳ ପ୍ରଚାର ମଧ୍ୟ କରୁଛି । କିପରି ପରିବର୍ତ୍ତନ ଆସୁଛି ସେ ନେଇ ଲୋକଙ୍କୁ ବୁଝାଉଛନ୍ତି । ବର୍ତ୍ତମାନ କେବଳ ସରକାର ନୁହେଁ ଦଳରେ ମଧ୍ୟ 5T କାର୍ଯ୍ୟକାରୀ ହେଉଥିବା କହୁଛନ୍ତି ନେତା ।



ବିଜେଡି ପଦଯାତ୍ରା ପ୍ରସ୍ତୁତି ବୈଠକରେ ଦଳରେ ବି  5T କିପରି କାର୍ଯ୍ୟକାରୀ ହେଉଛି ସେ ନେଇ ଅବତାରଣା କରୁଛନ୍ତି ନେତା । ପଦଯାତ୍ରା ପ୍ରସ୍ତୁତି ବୈଠକ ସମୟରେ ଆଗାମୀ ପଦଯାତ୍ରା ସମୟରେ କିପରି ଦଳ ଲୋକଙ୍କ ନିକଟତର ହେବ ସେ ନେଇ ମାନସ ମନ୍ଥନ ହୋଇଥିଲା । କର୍ମୀଙ୍କୁ ଟିପ୍ସ ଦେଇଥିଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଓ  ଅଭିଜ୍ଞ ନେତା ।  କାର୍ଯ୍ୟକ୍ରମରେ ସାମିଲ ହୋଇ ସଫଳାତ୍ରର ମନ୍ତ୍ର ଦେଇଥିଲେ ମୋଟିଭେସନାଲ ସ୍ପିକର । ବିଜେଡି କର୍ମୀ ସମ୍ମିଳନୀରେ ନେତା ଓ କର୍ମକର୍ତ୍ତାଙ୍କୁ ପ୍ରାୟ ଦୁଇ ଘଣ୍ଟା ଧରି କହିଲେ ସଫଳତାର ମନ୍ତ୍ର । ଜଣେ ସଫଳ ରାଜନେତା ପାଖରେ କଣ ଲକ୍ଷଣ ରହିବା ଦରକାର । କିପରି ଲୋକଙ୍କ ଦ୍ଵାରା ଗ୍ରହଣୀୟ ହେବେ ନେତା । ନେତା ଓ ଲୋକଙ୍କ ମଧ୍ୟରେ କିପରି ସମ୍ପର୍କ ରହିବା ଆବଶ୍ୟକ ଏ ସବୁ ବାବଦରେ ଟିପ୍ସ ଦିଆଯାଉଛି ।

ପୂର୍ବତନ ମନ୍ତ୍ରୀ ଅରୁଣ ସାହୁ କହିଲେ, ସରକାରଙ୍କ ୫ଟି ରୂପାନ୍ତରୀକରଣ ଦଳ ଭିତରକୁ ମଧ୍ୟ ସଞ୍ଚରିତ ହେଉଛି । ଯୁବ, ଛାତ୍ର, ମହିଳା ଶାଖା ଆହୁରି ସଶକ୍ତ ହୋଇଛି । ଏବେ ଏହି ରୂପାନ୍ତରୀକରଣ ଜନସାଧାରଣଙ୍କ ପର୍ଯ୍ୟନ୍ତ ପହଞ୍ଚାଇବା ଆମର ଦାୟିତ୍ଵ । ନମ୍ରତା, ସେବା ମନୋବୃତ୍ତି, ଜନତାଙ୍କୁ ସମ୍ମାନ, ସ୍ୱଚ୍ଛତା, ସାଧୁତାକୁ  ପ୍ରାଥମିକତା ଦେବାକୁ ଅରୁଣ ସାହୁ ଆହ୍ଵାନ ଦେଇଥିଲେ । ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ କହଛନ୍ତି ଯେଉଁ ଟ୍ରାନ୍ସଫମେସନ ପ୍ରକ୍ରିୟା ଚାଲିଛି ସେଥିରେ ବିଜୁ ଜନତା ଦଳ କିପରି ଭାବେ ଟ୍ରାନ୍ସଫମେସନ ହେଇକି ସମସ୍ତଙ୍କୁ ଏକାଠି ରଖି କାମ କରିବେ ଆଉ ଦଳର କଳେବର ବୃଦ୍ଧି ହେବ ସେଥିପାଇଁ ବୈଠକ କରାଯାଇଛି । ବିଧାୟକ ଚନ୍ଦ୍ର ସାରଥି ବେହେରା କହିଛନ୍ତି ବିଜେଡିରେ ବି 5T ଓ 5G ଚାଲିଛି । ଦଳ ଗଠନ ସମୟରେ ସ୍ମାର୍ଟ ଫୋନ ନଥିଲା । ବର୍ତ୍ତମାନର ଜେନେରେଶନ ଟେକ୍ନୋଲୋଜି ସହ ବେଶ ପରିଚିତ । ଓଡ଼ିଶାରେ 5G ଆସୁ କି ନ ଆସୁ ଦଳରେ 5G ଆସିଛି । ଏହି ଜେନେରେଶନ କିପରି ଦଳକୁ ଆଗକୁ ବଢାଇବେ ସେ ନେଇ ରୋଡ ମ୍ୟାପ ତିଆରି ହେବ ।
Published by:Soubhagya Mishra
First published: