ବ୍ରହ୍ମପୁରର ଅସୁସ୍ଥ ମୁରଲୀ ବେହେରାଙ୍କୁ ଭେଟିଲେ ବିଧାୟକ ଓ ମେୟର

ସୁଷୁମ୍ନାକାଣ୍ଡର ଏକ ଶିର ଚାପି ହେବା ପରେ ପାଞ୍ଚ ମାସ ହେଲା ଶର୍ଯ୍ୟାଶୟୀ ହୋଇ ପଡ଼ିରହିଛନ୍ତି ମୁରଲୀ। ଏନେଇ ଜାଣିବା ପରେ ମୁରଲୀଙ୍କ ନିକଟରେ ପହଞ୍ଚି ତାଙ୍କ ସ୍ବାସ୍ଥ୍ୟବସ୍ଥା ପଚାରି ବୁଝିଲେ ବିଧାୟକ ଓ ମେୟର।

ବ୍ରହ୍ମପୁରର ଅସୁସ୍ଥ ମୁରଲୀ ବେହେରାଙ୍କୁ ଭେଟିଲେ ବିଧାୟକ ଓ ମେୟର

ବ୍ରହ୍ମପୁରର ଅସୁସ୍ଥ ମୁରଲୀ ବେହେରାଙ୍କୁ ଭେଟିଲେ ବିଧାୟକ ଓ ମେୟର

  • News18 Odia
  • Last Updated :
  • Cuttack, India
  • Share this:
News18 Odia Digital

ବ୍ରହ୍ମପୁର: ଦିନ ଥିଲା ଯାହା ରୋଜଗାର କରୁଥିଲେ ସେଥିରେ ସେ ନିଜର ସ୍ତ୍ରୀ ଓ ପିଲାଙ୍କୁ ଧରି ବେଶ ହସଖୁସୀରେ ଚଳୁଥିଲେ। କିନ୍ତୁ ବର୍ତ୍ତମାନ ସେ ନିଜ ପରିବାର ପାଇଁ ଏକ ବୋଝ ହୋଇଯାଇଛନ୍ତି। ସେ ହେଉଛନ୍ତି ବ୍ରହ୍ମପୁର ଜଗନ୍ନାଥ ବିହାର ସପ୍ତମ ଲାଇନର ମୁରଲୀ ବେହେରା।

ମୁରଲୀ ଗତ ୫ ମାସ ପୂର୍ବରୁ କୌଣସି ଏକ କାମରେ ଭୁବନେଶ୍ବର ଯାଇଥିବା ବେଳେ ସେଠାରେ ତାଙ୍କ ଏକ ଦୁର୍ଘଟଣାରେ ସୁଷୁମ୍ନାକାଣ୍ଡର ଏକ ଶିର ଚାପି ହୋଇଯାଇଥିଲା। ଯାହାଫଳରେ ଗୁରୁତର ଭାବେ କ୍ୟାପିଟାଲ ହସ୍ପିଟାଲ ପରେ କଟକ ବଡ଼ ମେଡ଼ିକାଲ ଏବଂ ପରେ କିଛି ଘରୋଇ ମେଡ଼ିକାଲରେ ଚିକିତ୍ସିତ ହେବା ପରେ ତାଙ୍କର ଅପରେସନ ଶେଷ ହୋଇଛି। କିନ୍ତୁ ସେ ସମ୍ପୂର୍ଣ୍ଣ ରୂପେ ଭଲ ହୋଇନଥିବା ଯୋଗୁଁ ଦୀର୍ଘ ୪ ମାସ ହେଲା ଶର୍ଯ୍ୟାସାୟୀ ହୋଇ ଘରେ ରହିଛନ୍ତି।

ଅସହାୟ ହୋଇ ମୁରଲୀ ପଡ଼ି ରହିଥିବା ନେଇ ଜାଣିବା ପରେ ବ୍ରହ୍ମପୁର ବିଧାୟକ ଓ ମେୟର ମୁରଲୀଙ୍କୁ ଭେଟି ଚିକିତ୍ସା ନିମନ୍ତେ ସମସ୍ତ ପ୍ରକାରର ବ୍ୟବସ୍ଥା କରିବା ସହ କିଛି ଆର୍ଥିକ ସହାୟତା ମଧ୍ୟ ପ୍ରଦାନ କରିଛନ୍ତି।

ବ୍ରହ୍ମପୁର ଜଗନ୍ନାଥ ବିହାର ସପ୍ତମ ଲାଇନରେ ରହୁଛନ୍ତି ମୁରଲୀ। ନିଜ ସ୍ତ୍ରୀ ଓ ଚାରି ବର୍ଷର ପୁଅକୁ ଧରି ଏକ ଘରୋଇ କମ୍ପାନୀରେ ଚାକିରି କରି ବେଶ ହସଖୁସୀରେ ଚାଲିଥିଲା ମୁରଲୀଙ୍କ ସଂସାର। କିନ୍ତୁ ଦିନେ ସବୁ କିଛି ଓଲଟପାଲଟ ହୋଇଗଲା। ମୁରଲୀ ଓ ତାଙ୍କ ପରିବାର ଏକ ଭୋଜି କାମରେ ଭୁବନେଶ୍ବର ଯାଇଥିଲେ ବେଳେ ସେଠାରେ ଦୁର୍ଘଟଣାରେ ତାଙ୍କ ସୁଷୁମ୍ନାକାଣ୍ଡର ଏକ ଶିର ଚାପି ହୋଇଯାଇଥିଲା। ଯାହାଫଳରେ ପ୍ରଥମେ ତାଙ୍କୁ କ୍ୟାପିଟାଲ ହସ୍ପିଟାଲ, କଟକ ବଡ଼ମେଡ଼ିକାଲ ଓ ପରେ ଏକ ଘରୋଇ ମେଡ଼ିକାଲରେ ତାଙ୍କ ଅପରେସନ ହୋଇଥିଲା।

ବ୍ରହ୍ମପୁରର ଅସୁସ୍ଥ ମୁରଲୀ ବେହେରାଙ୍କୁ ଭେଟିଲେ ବିଧାୟକ ଓ ମେୟର


‘‘ଅପରେସନ ହେବା ଆଜିକୁ ପ୍ରାୟ ୫ ମାସ ବିତିଯାଇଥିବା ବେଳେ ମୁଁ ବର୍ତ୍ତମାନ ପର୍ଯ୍ୟନ୍ତ ସୁସ୍ଥ ହୋଇପାରୁନି। ସେଭଳି ଶର୍ଯ୍ୟାରେ ପଡ଼ି ରହୁଛି। ନା କୌଣସି କାମ କରିପାରୁଛି ନା ଶେଯରୁ ଉଠି ବସିପାରୁଛୁ । କେବଳ ଚାରି କାନ୍ଥ ମଧ୍ୟରେ ଶୋଇ ରହି ମୃତ୍ୟୁ ସହ ସଂଗ୍ରାମ କରୁଛି। ଯାହା ଟଙ୍କା ଥିଲା ତାହା ଶେଷ ହୋଇଯାଇଥିବା ବେଳେ ବର୍ତ୍ତମାନ ନିଜ ପରିବାରକୁ ଧରି ବଞ୍ଚିବା ବେଶ ଦୁର୍ବିସହ ହୋଇପଡ଼ିଲାଣି। ତେଣୁ ଏହି ସମୟରେ ଜିଲ୍ଲା ପ୍ରଶାସନ ଓ ରାଜ୍ୟ ସରକାର ସହାୟତା ପ୍ରଦାନ କରିବା ନିମନ୍ତେ ଅନୁରୋଧ କରିଛି,’’ କହିଛନ୍ତି ମୁରଲୀ ବେହେରା।

‘‘ସେ ଯାହା ରୋଜଗାର କରି ଆଣୁଥିଲେ ସେଥିରେ ଆମ ପରିବାର ଚଳିବା ସହିତ ପିଲାର ପାଠପଢ଼ା ସହ ଅନ୍ୟ ଖର୍ଚ୍ଚ ହେଉଥିଲା। କିନ୍ତୁ ତାଙ୍କ ଚିକିତ୍ସା ନିମନ୍ତେ ବର୍ତ୍ତମାନ ପର୍ଯ୍ୟନ୍ତ ପ୍ରାୟ ୪ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇସାରିଲାଣି। ଯାହା ଟଙ୍କା ସଞ୍ଚୟ ହୋଇ ରହିଥିଲା ତାହା ମେଡ଼ିସିନ୍‌ କିଣିବାରେ ଶେଷ ହୋଇଯାଇଥିବା ବେଳେ ବର୍ତ୍ତମାନ ଟଙ୍କା ନଥିବା ଯୋଗଁ ଚିକିତ୍ସା ଆଗକୁ ବଢ଼ିପାରୁନାହିଁ। ଏହାସହିତ ପରିବାର ଚଳାଇବା ଏବେ କଷ୍ଟ ହୋଇପଡ଼ିଥିବା ବେଳେ ବଦାନ୍ୟ ବ୍ୟକ୍ତି କିମ୍ବା ଜିଲ୍ଲା ପ୍ରଶାସନ ଏବଂ ସରକାରଙ୍କ ପକ୍ଷରୁ ସହାୟତା ମିଳିଲେ ହିଁ ମୋ ସ୍ବାମୀ ସୁସ୍ଥ ହୋଇପାରିବେ,’’ କହିଛନ୍ତି ମୁରଲୀଙ୍କ ସ୍ତ୍ରୀ ମାନସା ବେହେରା।

ମୁରଲୀଙ୍କ ଏଭଳି ସ୍ବାସ୍ଥ୍ୟବସ୍ଥାକୁ ନେଇ ଅବଗତ ହେବା ପରେ ତାଙ୍କ ଘରେ ପହଞ୍ଚିଥିଲେ ବ୍ରହ୍ମପୁର ବିଧାୟକ ଓ ମେୟର। ମୁରଲୀଙ୍କ ନିକଟରେ ପହଞ୍ଚି ତାଙ୍କ ସ୍ବାସ୍ଥ୍ୟବସ୍ଥା ସମ୍ପର୍କରେ ପଚାରି ବୁଝିଥିଲେ।

ବର୍ତ୍ତମାନ ମୁରଲୀଙ୍କ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ପାଇଥିବା କାର୍ଡ଼ ଦ୍ବାରା ଅପରେସନ ହୋଇଛି। ତଥାପି ମଧ୍ୟ ସେ ସୁସ୍ଥ ହୋଇନଥିବା ଯୋଗୁଁ ସେ ଏଭଳି ଘରେ ପଡ଼ି ରହିଛନ୍ତି। ତାଙ୍କର ଚିକିତ୍ସା ସେବା ପୁଣି ଥରେ ଆରମ୍ଭ କରାଯିବା ନେଇ ପଦକ୍ଷେପ ନିଆଯିବ। ସମସ୍ତ ପ୍ରକାରର ମେଡ଼ିସିନ୍‌ ତାଙ୍କୁ ଯୋଗାଇ ଦିଆଯିବା ସହିତ ଫିଜିଓଥେରାପିର ମଧ୍ୟ ବ୍ୟବସ୍ଥା କରାଯିବ ବୋଲି ମୁରଲୀଙ୍କୁ ଆଶ୍ବାସନା ଦେଇଛନ୍ତି ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡା।

ସେହିପରି ମୁରଲୀଙ୍କୁ କିଛି ଆର୍ଥିକ ସହାୟତା ମଧ୍ୟ ପ୍ରଦାନ କରିଥିଲେ ଉଭୟେ ବିଧାୟକ ଓ ମେୟର।

ମୁରଲୀଙ୍କ ସ୍ବାସ୍ଥ୍ୟବସ୍ଥା ଏଭଳି ରହିଥିବା ଯୋଗୁଁ ସେ କୌଣସି କାମ କରିବା ନିମନ୍ତେ ସକ୍ଷମ ନୁହଁନ୍ତି। ତେଣୁ ମୁରଲୀଙ୍କ ପରିବାର କିଭଳି ଚଳିବ ସେ ନେଇ ମୁରଲୀଙ୍କ ସ୍ତ୍ରୀଙ୍କୁ କୌଣସି ଏକ କାମ ଯୋଗାଇ ଦିଆଯିବା ନେଇ ମୁରଲୀଙ୍କୁ ପ୍ରତିଶୃତି ଦେଇଛନ୍ତି ବ୍ରହ୍ମପୁର ମେୟର ସଂଘମିତ୍ରା ଦଳେଇ।

ମୁରଲୀଙ୍କ ଏଭଳି ସ୍ବାସ୍ଥ୍ୟବସ୍ଥା ସମ୍ପର୍କରେ ଜାଣିବା ପରେ ବ୍ରହ୍ମପୁର ବିଧାୟକ ଓ ମେୟର ପହଞ୍ଚି ନିଜ ସହାୟତା ଯୋଗାଇ ଦେଇଥିବା ବେଳେ ଜିଲ୍ଲା ପ୍ରଶାସନ ଏବଂ ସହରର କିଛି ବଦାନ୍ୟ ବ୍ୟକ୍ତିଙ୍କ ସହାୟତାକୁ ଏବେ ଚାହିଁ ବସିଛନ୍ତି ମୁରଲୀ। ଯାହାଫଳରେ ସେ ସମ୍ପୂର୍ଣ୍ଣ ଚିକିତ୍ସିତ ହୋଇ ପୁଣି ଥରେ ନିଜ ପରିବାର ପାଇଁ ରୋଜଗାର କରିପାରିବେ।
Published by:Lipina Das
First published: