ଭୁବନେଶ୍ୱର: ରାଜ୍ୟରେ ପ୍ରଶାସକ ଓ ରାଜନେତାଙ୍କ ଜନାଭିମୁଖି ଅବତାର ପୁଣି ଦେଖିବାକୁ ମିଳିଛି । ଗ୍ରାଉଣ୍ଡ୍ ଜିରୋକୁ ଯାଇ ବ୍ୟବସ୍ଥା ଓ ବିକାଶ କାର୍ଯ୍ୟର ତଦାରଖ କରିଛନ୍ତି ଉଭୟ ଅଫିସର ଓ ବିଧାୟକ । ମାଲକାନଗିରି ଜିଲ୍ଲାପାଳ ମନୀଷ ଅଗ୍ରୱାଲ ଏବଂ ରାଉରକେଲା ବିଧାୟକ ସାରଦା ନାୟକଙ୍କ କ୍ରିୟାଶୀଳତାକୁ ନେଇ ସବୁ ମହଲରୁ କରାଯାଇଛି ପ୍ରଶଂସା ।
ଜିଲ୍ଲାରେ ଶିକ୍ଷାର ମାନ ଜାଣିବା ପାଇଁ ମାଲକାନଗିରି ଜିଲ୍ଲାପାଳ ମନୀଷ ଅଗ୍ରୱାଲ ଶିକ୍ଷକ ସାଜିଲେ । ସ୍କୁଲକୁ ଯାଇ ସେ ପିଲାଙ୍କୁ ପାଠ ପଢ଼ାଇଲେ ତଥା ସେମାନଙ୍କର ଦକ୍ଷତା ଓ ଜ୍ଞାନର ପରୀକ୍ଷା ବି ନେଲେ । ଜଣ ଜଣ କରି ଛାତ୍ରଛାତ୍ରୀଙ୍କୁ କଳାପଟା ପାଖକୁ ଡାକି ବୁଦ୍ଧି ପରୀକ୍ଷା କରାଇଲେ ।
ପ୍ରଶାସକଙ୍କ ଏ ଭିନ୍ନ ଅବତାର ଦେଖିବାକୁ ମିଳିଛି ନକ୍ସଲପ୍ରବଣ ମାଲକାନଗିରି ଜିଲ୍ଲାରେ । ଫିଲ୍ଡ ଭିଜିଟ୍ରେ ଆଭ୍ୟନ୍ତରୀଣ ଇଲାକାକୁ ଯାଇ ଶିକ୍ଷା ଭିତ୍ତିଭୂମି ତଦାରଖ କରିଛନ୍ତି ମାଲକାନଗିରି ଜିଲ୍ଲାପାଳ ମନୀଷ ଅଗ୍ରୱ
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।