ବ୍ରହ୍ମପୁର ଏମକେସିଜି ମେଡ଼ିକାଲରେ ଡ଼ାକ୍ତର ଓ ଅନ୍ୟାନ୍ୟ ସମସ୍ୟାକୁ ନେଇ ମୁହଁ ଖୋଲିଲେ ଜନପ୍ରତିନିଧି

ବ୍ରହ୍ମପୁର ଏମକେସିଜି ମେଡ଼ିକାଲରେ ଡ଼ାକ୍ତର ଓ ଅନ୍ୟାନ୍ୟ ସମସ୍ୟାକୁ ନେଇ ମୁହଁ ଖୋଲିଲେ ଜନପ୍ରତିନିଧି। ଖୁବ୍ ଶୀଘ୍ର ସମସ୍ୟାର ସମାଧାନ ନେଇ ଦେଲେ ପ୍ରତିଶୃତି।

ବ୍ରହ୍ମପୁର ଏମକେସିଜି ମେଡ଼ିକାଲରେ ଡ଼ାକ୍ତର ଓ ଅନ୍ୟାନ୍ୟ ସମସ୍ୟାକୁ ନେଇ ମୁହଁ ଖୋଲିଲେ ଜନପ୍ରତିନିଧି

ବ୍ରହ୍ମପୁର ଏମକେସିଜି ମେଡ଼ିକାଲରେ ଡ଼ାକ୍ତର ଓ ଅନ୍ୟାନ୍ୟ ସମସ୍ୟାକୁ ନେଇ ମୁହଁ ଖୋଲିଲେ ଜନପ୍ରତିନିଧି

  • Share this:
News18 Odia Digital

ବ୍ରହ୍ମପୁର: ବ୍ରହ୍ମପୁର ଏମକେସିଜି ମେଡ଼ିକାଲର ଅବ୍ୟବସ୍ଥା ନେଇ ମୁହଁ ଖୋଲିଲେ ଜନପ୍ରତିନିଧି। ସାଂସଦ, ବିଧାୟକ, ମେୟର ଗଣମାଧ୍ୟମ ଜରିଆରେ ମେଡ଼ିକାଲରେ ରହିଥିବା ସମସ୍ୟାର ସମାଧାନ ନେଇ ପଦକ୍ଷେପ ନିଆଯାଉଥିବା କହିଛନ୍ତି। ରାଜ୍ୟର ଅନ୍ୟ ଦୁଇଟି ମେଡ଼ିକାଲ ଅପେକ୍ଷା ବ୍ରହ୍ମପୁର ଏମକେସିଜି ମେଡ଼ିକାଲରେ ଡ଼ାକ୍ତରଙ୍କ ସଂଖ୍ୟା ଅଧିକ ରହିଛି।

ଡ଼ାକ୍ତରଙ୍କ ପଦବୀ ଖାଲି ରହିଥିବା ବେଳେ ବର୍ତ୍ତମାନ ସୁଦ୍ଧା କୌଣସି ଅପ୍ରତିକର ପରିସ୍ଥିତି ସୃଷ୍ଟି ହୋଇନାହିଁ। କୌଣସି ରୋଗୀ ଚିକିତ୍ସା ସେବାରୁ ବଞ୍ଚିତ ନାହାଁନ୍ତି। ତଥାପି ଡ଼ାକ୍ତର ପଦବୀ ଓ ଅନ୍ୟାନ୍ୟ ସମସ୍ୟା ନେଇ ରାଜ୍ୟ ସରକାର ପଦକ୍ଷେପ ନେଉଥିବା କହିଛନ୍ତି ଜନପ୍ରତିନିଧିମାନେ। ସେପଟେ ମେଡ଼ିକାଲରେ ଲାଗି ରହିଥିବା ସମସ୍ୟାକୁ ନେଇ ନିର୍ବାଚନ ପ୍ରତିନିଧିମାନଙ୍କ ପଦକ୍ଷେପକୁ ନେଇ ସହରବାସୀ ଅସନ୍ତୋଷ କରୁଥିବା ବେଳେ ନିଜେ ମୁଖ୍ୟମନ୍ତ୍ରୀ ଏଥିରେ ହସ୍ତକ୍ଷେପ କରି ଏହାର ସମାଧାନ ନେଇ ପଦକ୍ଷେପ ନେବା ଆବଶ୍ୟକ ରହିଥିବା ସହରବାସୀ କହିଛନ୍ତି।

ବ୍ରହ୍ମପୁର ଏମକେସିଜି ମେଡ଼ିକାଲରେ ଚିକିତ୍ସା ସେବା ସ୍ବାଭାବିକ ଭାବେ ଜାରି ରହିଛି। ଡ଼ାକ୍ତର ପଦବୀ ଖାଲି ରହିଥିଲେ ସୁଦ୍ଧା କୌଣସି ରୋଗୀ ଚିକିତ୍ସା ପାଇବାରୁ ବଞ୍ଚିତ ହେଉନାହାଁନ୍ତି। ଏଭଳି କହିଛନ୍ତି ବ୍ରହ୍ମପୁର ସହରର ଜନପ୍ରତିନିଧିମାନେ। ବ୍ରହ୍ମପୁର ଏମକେସିଜି ମେଡ଼ିକାଲରେ ଡ଼ାକ୍ତର ଅଭାବକୁ ନେଇ ବହୁ ସଙ୍ଗଠନ ଓ ସ୍ବେଚ୍ଛାସେବୀମାନେ ଆନ୍ଦୋଳନ କରିବା ପରେ ଜନପ୍ରତିନିଧିମାନେ ଗଣମାଧ୍ୟମ ମାଧ୍ୟମରେ ସହରବାସୀଙ୍କୁ ଏମକେସିଜିର ସ୍ଥିତି ସମ୍ପର୍କରେ ଜଣାଇଛନ୍ତି।

‘‘ବଡ଼ ମେଡ଼ିକାଲରେ ମୋଟ ୪୨୬ଟି ଡାକ୍ତରୀ ପଦବୀ ରହିଛି। ସେଥିମଧ୍ୟରୁ ୩୧୩ଜଣ କାର୍ଯ୍ୟ କରୁଥିବା ବେଳେ ୧୧୩ଟି ପଦବୀ ଖାଲି ରହିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବ୍ରହ୍ମପୁର ମେଡ଼ିକାଲ କଲେଜକୁ ସ୍ବତନ୍ତ୍ର ଦୃଷ୍ଟି ଦେଇ ସ୍ବାସ୍ଥ୍ୟସେବା କ୍ଷେତ୍ରରେ ଉନ୍ନତି ଆଣିଛନ୍ତି। ଗତ ୫ ବର୍ଷ ଭିତରେ ୩୦୮କୋଟି ଟଙ୍କାରେ ଭିଭିଭୂମିର ଉନ୍ନତି ବି କରାଯାଇଥିବା ବେଳେ ୧୮ କୋଟି ଟଙ୍କାର କାମ ଚାଲିଛି। ଆଗାମୀ ଦିନରେ ୨୫୭ କୋଟି ଟଙ୍କାର ପ୍ରକଳ୍ପ କାର୍ଯ୍ୟକାରୀ ହେବ। ଏହା ସହ ଗତ ସପ୍ତାହରେ ୩୧ଜଣ ସହକାରୀ ପ୍ରାଧ୍ୟାପକ, ଟ୍ୟୁଟର ଓ ସିନିୟର ରେସିଡ଼େଣ୍ଟଙ୍କୁ ନିଯୁକ୍ତି ଦେବା ସହ ପଦୋନ୍ନତି ଭିତରେ ଚୁକ୍ତି ଭିତ୍ତିକ ସହଯୋଗୀ ପ୍ରାଧ୍ୟାପକ ନିଯୁକ୍ତି ଆରମ୍ଭ ହୋଇଛି। ସର୍ଜରୀ ବିଭାଗରେ ବର୍ଣ୍ଣ ୟୁନିଟ୍ ଖୋଲାଯିବା ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇ ଆବଶ୍ୟକୀୟ ଡାକ୍ତର, ନର୍ସ ଓ ଅନ୍ୟ କର୍ମଚାରୀଙ୍କ ପଦ ପୂରଣ ନିମନ୍ତେ ପଦକ୍ଷେପ ନିଆଯାଉଥିବା ସୂଚନା ଦେଇଛନ୍ତି,‘‘ ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ।

‘‘ନିକଟରେ ହୋଇଥିବା ରୋଗୀ କଲ୍ୟାଣ ସମିତି ବୈଠକରେ ମଧ୍ୟ ଅନେକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଡ଼ାକ୍ତରମାନେ ନିଜର କାର୍ଯ୍ୟ ସମୟରେ କିଭଳି ଡ଼ାକ୍ତରଖାନାରେ ଉପସ୍ଥିତ ରହିବେ ସେ ନେଇ ବେୟୋମେଟ୍ରିକ୍‌ ଏଟେଣ୍ଡସ୍‌ ପାଇଁ ଜୋର ଦିଆଯାଇଛି। ଏହାଛଡ଼ା କାଜୁଆଲଟିରେ ମଧ୍ୟ କିଭଳି ପ୍ରତି ସମୟରେ ବରିଷ୍ଠ ଡ଼ାକ୍ତରମାନେ ଉପସ୍ଥିତ ରହିବେ ସେ ନେଇ ପଦକ୍ଷେପ ନିଆଯିବ,’’ କହିଛନ୍ତି ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡା ।

‘‘ଏମକେସିଜି ମେଡ଼ିକାଲର ଭିତ୍ତିଭୂମିକୁ ବର୍ତ୍ତମାନ ସୁଦୃଢ଼ କରାଯାଇଛି ସତ କିନ୍ତୁ ଯେଉଁ ପ୍ରକାରରେ ଭିତ୍ତିଭୂମି ରହିଛି ସେହି ପ୍ରକାରେ ରୋଗୀମାନେ ଚିକିତ୍ସା ସେବା ପାଉନଥିବା ଅଭିଯୋଗ ହୋଇଛି। କାରଣ ଏମକେସିଜି ମେଡ଼ିକାଲରେ ବର୍ଣ୍ଣ ୟୁନିଟ ନାହିଁ। ଯାହାଫଳରେ ରୋଗୀମାନେ ବର୍ଣ୍ଣିଂ ମାମଲାରେ ଏଠି ଚିକିତ୍ସା ସେବା ନ ପାଇ କଟକ ମେଡ଼ିକାଲକୁ ଯାଉଛନ୍ତି। ସେହିପରି ରିଜୋନାଲ ଓ ରେଡ଼ିଓଲୋଜି ଡ଼ାଏଗ୍ନୋଷ୍ଟିକ ବିଭାଗ କେତେବେଳେ ଖୋଲିଛୁ ଓ ଖୋଲିବା ସମୟରେ କେତେ ଜଣ ରୋଗୀ ଚିକିତ୍ସା ସେବା ପାଇପାରୁଛନ୍ତି ତାହା ସ୍ପଷ୍ଟ ହୋଇପାରୁନାହିଁ। ତେଣୁ ଡ଼ାଏଗ୍ନୋଷ୍ଟଟିକ ବିଭାଗକୁ ୨୪ ଘଣ୍ଟିଆ ଖୋଲି ରୋଗୀଙ୍କୁ ଉତ୍ତମ ସେବା ପ୍ରଦାନ କରିବାକୁ ଦାବି,’’ କରିଛନ୍ତି ବ୍ରହ୍ମପୁର ବାସିନ୍ଦା ଅବନୀ ଗୟା।

ଏମକେସିଜି ମେଡ଼ିକାଲ ଉପରେ ୧୦ଟି ଜିଲ୍ଳାର ରୋଗୀ, ଆନ୍ଦ୍ରର କିଛି ଅଞ୍ଚଳ ସମେତ ନୟାଗଡ଼ ଜିଲ୍ଲାର କିଛି ଅଞ୍ଚଳର ରୋଗୀମାନେ ନିର୍ଭର କରୁଛନ୍ତି। ତେବେ ଏମକେସିଜି ମେଡ଼ିକାଲରେ ଦୀର୍ଘ ଦିନ ହେଲା ଡ଼ାକ୍ତର ପଦବୀ ଖାଲି ପଡ଼ିଥିବା ବେଳେ ଗତ ଦୁଇ ମାସ ମଧ୍ୟରେ ୨୧ ଜଣ ବିଭିନ୍ନ ବିଭାଗର ବରିଷ୍ଠ ଡ଼ାକ୍ତର ମାନଙ୍କୁ ବଦଳି କରାଯାଇଛି। ଯାହାଫଳରେ ରୋଗୀମାନେ ବହୁ ଦୂରଦୂରାନ୍ତରରୁ ମେଡ଼ିକାଲକୁ ଆସି ଉଚିତ ସେବା ନ ପାଇ ଫେରି ଯାଉଥିବା ନଜର ରହିଛି। ତେଣୁ ମେଡ଼ିକାଲରେ ଲାଗି ରହିଥିବା ସମସ୍ୟାର ତୁରନ୍ତ ସ୍ଥାୟୀ ସମାଧାନ କରିବା ଉଚିତ ବୋଲି କହିଛନ୍ତି ବ୍ରହ୍ମପୁର ବାସିନ୍ଦା ମୋହନ ସିଂହାରୀ।

ବାରମ୍ବାର ଦାବି ଓ ବିଭିନ୍ନ ସଙ୍ଗଠନର ଆନ୍ଦୋଳନ ପରେ ଏମକେସିଜି ମେଡ଼ିକାଲରେ ଲାଗି ରହିଥିବା ଡ଼ାକ୍ତର ଓ ଅନ୍ୟାନ୍ୟ ସମସ୍ୟା ନେଇ ଜନ ପ୍ରତିନିଧିମାନେ ମୁହଁ ଖୋଲିଥିବା ବେଳେ କେବେ ସମସ୍ୟାର ସ୍ଥାୟୀ ସମାଧାନ ହେଉଛି ତାହା ଦେଖିବାକୁ ବାକି ରହିଲା।
Published by:Lipina Das
First published: