ହାତୀ ଆକ୍ରମଣ ଘଟଣାରେ ସାରା ରାଜ୍ୟରେ ଦେଖିବାକୁ ମିଳିଛି ମିଶ୍ରିତ ପ୍ରତିକ୍ରିୟା

ନରସିଂହପୁରସ୍ଥିତ ଜୟପୁର ଜଙ୍ଗଲରେ ହାତୀ ମୁଣ୍ଡରେ ଗୁଳି ବାଜି ଆହତ ହୋଇଛି। ଫଳରେ ହାତୀଟି ଗୁରୁତର ହୋଇ ପଡ଼ିଛି। ହାତୀଟିକୁ ସୁସ୍ଥ କରିବା ପାଇଁ ନନ୍ଦନକାନନ ଓ ସାତକୋଶିଆ ବନଖଣ୍ଡର ଗୋଟିଏ ଲେଖାଏଁ ଟିମ ଚିକିତ୍ସାରେ ଲାଗିଛନ୍ତି।

ହାତୀ ଆକ୍ରମଣ ଘଟଣାରେ ସାରା ରାଜ୍ୟରେ ଦେଖିବାକୁ ମିଳିଛି ମିଶ୍ରିତ ପ୍ରତିକ୍ରିୟା

ହାତୀ ଆକ୍ରମଣ ଘଟଣାରେ ସାରା ରାଜ୍ୟରେ ଦେଖିବାକୁ ମିଳିଛି ମିଶ୍ରିତ ପ୍ରତିକ୍ରିୟା

  • Share this:
News18 Odia Digital

ଭୁବନେଶ୍ବର: ଶିକାରୀଙ୍କ ଟାର୍ଗେଟରେ ଗଜରାଜ। ବଢୁଛି ଶିକାରୀଙ୍କ ଉତ୍ପାତ, ବଢୁଛି ହାତୀ ମୃତ୍ୟୁ, ବଢୁଛି ହାତୀ ଓ ମଣିଷ ଭିତରେ ଲଢ଼େଇ। ଏହାରି ଭିତରେ ତଦନ୍ତର ଆଳ ଦେଖାଇ ଖସି ଯାଉଛି ବନ ବିଭାଗ।

ନରସିଂହପୁରସ୍ଥିତ ଜୟପୁର ଜଙ୍ଗଲରେ ହାତୀ ମୁଣ୍ଡରେ ଗୁଳି ବାଜି ଆହତ ହୋଇଛି। ଫଳରେ ହାତୀଟି ଗୁରୁତର ହୋଇ ପଡ଼ିଛି। ହାତୀଟିକୁ ସୁସ୍ଥ କରିବା ପାଇଁ ନନ୍ଦନକାନନ ଓ ସାତକୋଶିଆ ବନଖଣ୍ଡର ଗୋଟିଏ ଲେଖାଏଁ ଟିମ ଚିକିତ୍ସାରେ ଲାଗିଛନ୍ତି। ହାତୀ ଚାର୍ଜ କରିଥିବାରୁ କେହି ଦେଶୀ ବନ୍ଧୁକରେ ଗୁଳି କରିଥିବା ଅନୁମାନ କରାଯାଉଛି। ତେବେ ହାତୀ ଶରୀରରେ ହୋଇଥିବା କ୍ଷତ ୧୫ ଦିନ ତଳର। ଯାହାର ବୟସ ପାଖାପାଖି ୧୩ ବର୍ଷ।

ଡାକ୍ତରଙ୍କ ସୂଚନା ଅନୁସାରେ, ହାତୀ ଶରୀରରେ ହୋଇଥିବା କ୍ଷତ ୧୫ ଦିନ ତଳର। ହାତୀର ବୟସ ପାଖାପାଖି ୧୩ ବର୍ଷ। କାନରେ ୧ଟି, କାନ୍ଧରେ ୧ଟି, ଗୋଡ଼ରେ ୧ କିମ୍ବା ୨ଟି, ପେଟରେ ୧ଟି, ଶୁଣ୍ଢରେ ୧ଟି ଛୁରା ଲାଗିଛି। ହାତୀର ଚିକିତ୍ସା ଲାଗି ଆଣ୍ଟି ବାୟୋଟିକ, ସ୍ବଲିଂ ପାଇଁ ପେନକିଲର, ସାଲାଇନ, ଭିଟାମିନ ଦିଆଯାଉଛି। ତେବେ ଘଟଣା ସ୍ଥାନରେ ସ୍ଥାନୀୟ ବିଧାୟକ ଓ ପିସିସିଫ ଉପସ୍ଥିତ ରହି ହାତୀର ଚିକିତ୍ସାକୁ ତଦାରଖ କରିଛନ୍ତି। ଦେବୀ ମିଶ୍ର ଚିକିତ୍ସାରେ ବିଳମ୍ବ ହୋଇଥିବାରୁ ଅସନ୍ତୋଷ ଜାହିର କରିଥିବା ବେଳେ ହାତୀ ଗୋଡ଼ରେ ସେଫ୍ଟିସେମିଆ ହୋଇଥିବା ପିସିସିଏଫ କହିଛନ୍ତି। ତେବେ ଉଭୟ ପିସିସିଏଫ ଓ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଘଟଣାର ତଦନ୍ତ କରି ଦୋଷୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି।

ହାତୀ ଆକ୍ରମଣ ଓ ମୃତ୍ୟୁ ନେଇ, ଏ ଦିଗରେ କାମ କରୁଥିବା ସରକାରୀ ଓ ବେସରକାରୀ ସଂସ୍ଥା ଉପରେ ଅସନ୍ତୋଷ ପ୍ରକାଶ କରିଛନ୍ତି ବିଶେଷଜ୍ଞ ଲାଲା ଏ କେ ସିଂ।

ତାଙ୍କର କହିବା କଥା ହେଉଛି, "ସେ ୧୯୮୯ରେ ଏଲିଫ୍ୟାଣ୍ଟ ପ୍ରୋଜେକ୍ଟ ପ୍ରସ୍ତୁତ କରିଥିଲେ। ଏ ଭିତରେ ୩୩ ବର୍ଷ ହୋଇଗଲାଣି। ନରସିଂହ ପୁର କେଶ, ରାଜ୍ୟରେ ହାତୀ ମୃତ୍ୟୁ ଦେଖିଲେ ଲାଗୁଛି ଏହି ପ୍ରୋଜେକ୍ଟ ଶୀତଳ ଓ ବାଟବଣା ହୋଇଯାଇଛି। ହାତୀଙ୍କର ୪ଟି କାରଣରୁ ମୃତ୍ୟୁ ହୋଇଥାଏ। ହାତୀ ଶିକାର, ବିଦ୍ୟୁତ ତାର ଲାଗିବା, ରେଳ ଦୁର୍ଘଟଣା ଓ ରୋଗ ଜନିତ ମୃତ୍ୟୁ। ହେଲେ ଆମ ରାଜ୍ୟର ଏଲିଫ୍ୟାଣ୍ଟ ପ୍ରୋଜେକ୍ଟ ହେବାଠାରୁ ଗୋଟିଏ ସୁଫଳ ମିଳିଛି ତାହା ହେଉଛି ହାତୀ ଶିକାର କମିଛି। ଓଡ଼ିଶାର ଏଲିଫ୍ୟାଣ୍ଟ ପ୍ରୋଜେକ୍ଟ ଦେଶର ସର୍ବଶ୍ରେଷ୍ଟ ମଡେଲ। କାରଣ ୨୦୦୦ ହାତୀକୁ ଆମେ ଏ ଯାଏ ରାଜ୍ୟରେ ବଞ୍ଚାଇ ରଖିପାରିଛୁ।

ଏହି ମଡେଲକୁ ଅନ୍ୟ ରାଜ୍ୟ ଆପଣେଇ ସୁଫଳ ପାଉଥିବା ବେଳେ ଆମେ ପଛରେ ପଡ଼ିଛୁ। ନରସିଂହ ପୁରରେ ହାତୀ କେସ ଟି ଅତ୍ୟନ୍ତ ଦୁଃଖଦାୟକ ଓ କଷ୍ଟ ଦାୟକ। ରାଜ୍ୟରେ ନରସିଂପୁର ଏକ ବ୍ଲାକ ସ୍ପଟ ହୋଇଯାଇଛି। ବଜ୍ରାକାପ୍ତା, ହାତୀ ମୃତ୍ୟୁ, ବାଘ ଶିକାର ଆଦି ଘଟଣା ଏହିଠାରେ ହେଉଥିବାରୁ ଏଥିପାଇଁ ବନ ବିଭାଗ ଏକ ସ୍ପେଶାଲ ସ୍କୁର୍ଡ଼ ଗଠନ କରନ୍ତୁ। ଯେଉଁମାନେ ୨୪ ଘଣ୍ଟା ଡ୍ୟୁଟି କରିବେ। ତେବେ ବର୍ତ୍ତମାନ ସରକାରୀ ଓ ବେସରକାରୀ ସଂସ୍ଥା ଦ୍ୱାରା ହାତୀଙ୍କ ସୁରକ୍ଷା ଲାଗି ହାତୀ ସାଥି, ଗଜ ଗାଡି, ଗଜ ବନ୍ଧୁ ଯୋଜନା କରିଛନ୍ତି। ଯାହାକି କେବଳ ଧର୍ମକୁ ଆଖି ଠାର ମାରିଲା ଭଳି ବୋଲି କୁହାଯାଇପାରେ।
Published by:Lipina Das
First published: