ସ୍ଥାପନା ଚାରିଟେବୁଲ୍ ଟ୍ରଷ୍ଟ୍ ପକ୍ଷରୁ “ମିଟି କା ଗୁମାନ” ସମ୍ମାନ

ଓଡ଼ିଶାର ଗାଁ ଓ ପଂଚାୟତ ସ୍ତରରେ ଏମିତି ଅନେକ କଳା ଅଛି ଯାହା ଧିରେ ଧିରେ ହଜିଯାଉଛି । ଅନେକ ମହିଳା କଳାକାର ଅଛନ୍ତି ଯେଉଁମାନଙ୍କ କଳା ବଣମଲ୍ଲୀ ପରି ମଉଳି ଯାଉଛି । ଏହିସବୁକୁ ପ୍ରୋତ୍ସାହନ ଦେବା ଉଦ୍ଦେଶ୍ୟରେ ସ୍ଥାପନା ଚାରିଟେବୁଲ୍ ଟ୍ରଷ୍ଟ୍ ପକ୍ଷରୁ ‘ମିଟି କା ଗୁମାନ’ ପ୍ରୟାସ ।

ସ୍ଥାପନା ଚାରିଟେବୁଲ୍ ଟ୍ରଷ୍ଟ୍ ପକ୍ଷରୁ “ମିଟି କା ଗୁମାନ” ସମ୍ମାନ

ସ୍ଥାପନା ଚାରିଟେବୁଲ୍ ଟ୍ରଷ୍ଟ୍ ପକ୍ଷରୁ “ମିଟି କା ଗୁମାନ” ସମ୍ମାନ

  • News18 Odia
  • Last Updated :
  • Bhubaneswar, India
  • Share this:
News 18 Odia Digital

ଭୁବନେଶ୍ୱର : ଓଡ଼ିଶାରେ ହଜିଯାଉଥିବା କିର୍ତ୍ତନ, ଭାଗବତ ଓ ଲୋକକଳାକୁ ପୁନର୍ଜୀବିତ କରିବାକୁ ' ସ୍ଥାପନା ଚାରିଟେବୁଲ୍ ଟ୍ରଷ୍ଟ'  ପକ୍ଷରୁ ସ୍ୱତନ୍ତ୍ର ଉଦ୍ୟମ କରାଯାଇଛି । ଗାଁ ଗହଳିର କୁଟୀର ଶିଳ୍ପଠାରୁ ଆରମ୍ଭ କରି ଓଡ଼ିଶାର ନିଚ୍ଛକ କଳା ଓ ସଂସ୍କୃତିକୁ ଖୋଜିବାର ଏକ ନୂଆ ପ୍ରୟାସ ଆରମ୍ଭ କରିଛି ଏହି ଅନୁଷ୍ଠାନ ।



ଅନୁଷ୍ଠାନ ପକ୍ଷରୁ କୁହାଯାଇଛି ଯେ, ବିଶେଷ ଭାବେ ମାତୃ ଓ ମାତୃଶକ୍ତି ପାଇଁ ଏକ ବଡ଼ ଉଦ୍ୟମ । ଓଡ଼ିଶାର ଗାଁ ଓ ପଂଚାୟତ ସ୍ତରରେ ଏମିତି ଅନେକ କଳା ଅଛି ଯାହା ଧିରେ ଧିରେ ହଜିଯାଉଛି । ସବୁଠୁ ବଡ଼ କଥା ହେଲା ଏମିତି ଅନେକ ମହିଳା କଳାକାର ଅଛନ୍ତି ଯେଉଁମାନଙ୍କ କଳା ବଣ ମଲ୍ଲୀ ପରି ମଉଳି ଯାଉଛି । ଏହିସବୁକୁ ପ୍ରୋତ୍ସାହନ ଦେବା ଉଦ୍ଦେଶ୍ୟରେ ସ୍ଥାପନା ଚାରିଟେବୁଲ୍ ଟ୍ରଷ୍ଟ୍ ପକ୍ଷରୁ ‘ମିଟି କା ଗୁମାନ’ ପ୍ରୟାସ କରାଯାଇଛି ।

ଏହି ଅବସରରେ ସ୍ଥାପନା ଚାରିଟେବୁଲ୍ ଟ୍ରଷ୍ଟ୍ ପକ୍ଷରୁ ‘ମିଟି କା ଗୁମାନ’ ସମ୍ମାନ ଜୟଦେବ ଭବନରେ ଅନୁଷ୍ଠିତ ହୋଇଥିଲା । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ  ଉଷା ଦେବୀ, ସମ୍ମାନୀତ ଅତିଥି ଭାବେ ଡ଼. ମିନତୀ ବେହେରା (ଅଧ୍ୟକ୍ଷ ମହିଳା କମିଶନ, ଏସ୍‌.ସି.ଡ଼ବ୍ଲ୍ୟୁ), ମନ୍ଦାକିନୀ କର (ଅଧ୍ୟକ୍ଷ ଶିଶୁ କମିଶନ), ଭୁବନେଶ୍ୱର ମେୟର ଶ୍ରୀମତି ସୁଲୋଚନା ଦାସ, ଡ଼. ଦିଲ୍ଲିପ ରାଉତରାୟ (ସ୍ୱତନ୍ତ୍ର ସଚିବ, ଓଡ଼ିଶା ସରକାର), ସ୍ୱତନ୍ତ୍ର ଅତିଥି ଭାବେ ପଦ୍ମ ବିଭୂଷଣ ସୁଦର୍ଶନ ସାହୁ ଓ ପଦ୍ମଶ୍ରୀ ଦେବୀ ପ୍ରସନ୍ନ ପଟ୍ଟନାୟକ ଯୋଗଦେଇଥିଲେ । କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ସ୍ଥାପନା ଚାରିଟେବୁଲ୍ ଟ୍ରଷ୍ଟର ପ୍ରତିଷ୍ଠାତା ତଥା ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ପରାମର୍ଶଦାତା ନିବେଦିତା ନାୟକ ।

ଏହି ଅବସରରେ କଳାକ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ 'ମିଟି କା ଗୁମାନ' ସମ୍ମାନ ୨୦୨୨ ରେ ପ୍ରସିଦ୍ଧ ଚଳିଚ୍ଚିତ୍ର ପ୍ରଯୋଜକ ଶ୍ରୀ ସବ୍ୟସାଚୀ ମହାପାତ୍ର, ଆମ ମାଟିର କଳା ସମ୍ମାନ ୨୦୨୨ ରେ ଶ୍ରୀ କୃଷ୍ଣ ନାୟକ (ସଂପାଦକ, ଶ୍ରୀ ସାହିତ୍ୟ), ସ୍ୱପ୍ନ ବିନୋଦିନୀ ସମ୍ମାନ ୨୦୨୨ ରେ ବିଶିଷ୍ଟ ଗାନ୍ଧିବାଦୀ ନେତ୍ରୀ, ସମାଜସେବୀ କୃଷ୍ଣା ମହାନ୍ତିଙ୍କୁ ସମ୍ମାନୀତ କରାଯାଇଥିଲା । ଏହାସହ ୨୫ ଜଣ ବିଶିଷ୍ଟ ବ୍ୟକ୍ତିଙ୍କୁ ସମ୍ମାନୀତ କରାଯାଇଥିଲା । ଏକ ଦିନ ବ୍ୟାପୀ ଏହି କାର୍ଯ୍ୟକ୍ରମରେ ବିଭିନ୍ନ ବର୍ଗର ବ୍ୟକ୍ତି ବିଶେଷ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମର ଆୟୋଜକ ନିବେଦିତା ନାୟକ କହିଛନ୍ତି ପ୍ରୋଟେକ୍ସନ୍‌, ପ୍ରିଜରଭେସନ ଓ ପ୍ରମୋସନ ଅର୍ଥାତ୍ କଳାର ସୁରକ୍ଷା, ସଂରକ୍ଷଣ ଓ ପ୍ରୋତ୍ସାହନ ଆମର ମୂଳ ଲକ୍ଷ୍ୟ । ପରମ୍ପରା ଓ ସଂସ୍କୃତିକୁ ନେଇ ମହିଳାଙ୍କୁ ଆତ୍ମ ନିର୍ଭର କରିବାକୁ ଆମେ ଗୁରୁତ୍ୱ ଦେଇଆସୁଛୁ । ଗାଁ ଗହଳିର କଳାକାରଙ୍କୁ ବିଶ୍ୱସ୍ତରୀୟ ମଞ୍ଚରେ ପହଁଚାଇବା ପାଇଁ ଆମର ପ୍ରୟାସ ଜାରି ରହିଛି ।

ମହିଳା ସଶକ୍ତିକରଣ ପାଇଁ ସବୁବେଳେ ଚିନ୍ତା କରୁଥିବା ମୁଖ୍ୟମନ୍ତ୍ରୀଙ୍କ ଜନ୍ମଦିନରେ ସ୍ଥାପନା ପରିବାର କଳା ଓ ସଂସ୍କୃତିକୁ ନେଇ ଗାଁ ଗହଳିର ମହିଳାଙ୍କ ବିକାଶ ପାଇଁ ଏଭଳି ଏକ ନିଆରା ପ୍ରୟାସ କରିଛି ଓ ଆଗାମୀ ଦିନରେ ସ୍ଥାପନା ଚାରିଟେବୁଲ୍ ଟ୍ରଷ୍ଟ ନାରୀ ସଶକ୍ତିକରଣ କ୍ଷେତ୍ରରେ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନେବ ବୋଲି ଟ୍ରଷ୍ଟ୍‌ର ମୁଖ୍ୟ ମତପ୍ରକାଶ କରିଛନ୍ତି ।
ଏହି କାର୍ଯ୍ୟକ୍ରମରେ ବିଭିନ୍ନ ଲୋକକଳା ଓ ସାଂସ୍କୃତିକ କାର୍ଯ୍ୟକ୍ରମମାନ ପରିବେଷଣ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ସ୍ଥାପନା ଚାରିଟେବୁଲ୍ ଟ୍ରଷ୍ଟ୍‌ର ସଂପାଦକ ଶ୍ରୀ ସରୋଜ କୁମାର ଭୂୟାଁ, ଶ୍ରୀମତି ଶାନ୍ତା ବଳିୟାରସିଂହ, ଶ୍ରୀମତି ରିତା ବଳିଆରସିଂହ, ସଚିକାନ୍ତ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମ ପରିଶେଷରେ ସରୋଜ କୁମାର ଭୂୟାଁ ଧନ୍ୟବାଦ ଅର୍ପଣ କରିଥିଲେ ।
Published by:Soubhagya Mishra
First published: